ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର
Advertisement

ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର

ଗୋଟିଏ ପଟେ ପୋଖରୀ ଖୋଳା ସରିନଥିବା ବେଳେ ଏପଟେ କିନ୍ତୁ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ପୂର୍ବରୁ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇସାରିଲାଣି।

ଏମିତି ହେଉଛି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ; ଶ୍ରମିକଙ୍କ ବଦଳରେ ପୋଖରୀ ଖୋଳୁଛି ଯନ୍ତ୍ର

କନ୍ଧମାଳ: ଲୋକଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଉଭୟ ରାଜ୍ୟ-କେନ୍ଦ୍ର ସରକାର। ଯାହା ମଧ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉଛି ଅନ୍ୟତମ।  ହେଲେ ଏହି ଯୋଜନାରେ ହେଉଥିବା କାମରେ ଲୋକବଳ ପରିବର୍ତ୍ତେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଉଛି। 

ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା-ମନରେଗା (Mahatma Gandhi National Rural Employment Guarantee Scheme-MGNREGS) ଦ୍ୱାରା ହେଉଥିବା କାର୍ଯ୍ୟରେ ଲୋକଙ୍କ ବଦଳରେ କାମ କରୁଛି ଜେସିବି ମେସିନ (JCB Machine)। ଏହି ଯୋଜନାରେ ସରକାରଙ୍କ ଉଦ୍ଦେଶ୍ୟ କେବଳ କାଗଜ କଲମରେ ସୀମିତ ରହିଯାଉଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟ ସବୁ ପୂରଣ କରିଚାଲିଛି ମେସିନ।

Also Read: ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

କନ୍ଧମାଳ (Kandhamal District) ଜିଲ୍ଲାର ରାଇକିଆ ବ୍ଲକର (Raikia Block) ମାଣୀକେଶ୍ୱରୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ପଞ୍ଚାୟତ ଅଧିନସ୍ଥ ଲାମୁଙ୍ଗିଆ ଗ୍ରାମରେ ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ହିତାଧିକାରୀଙ୍କୁ ସ୍ଥାନୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ଏକ ପୋଖରୀ ଯୋଗାଇ ଦିଆଯାଇଛି। ଏହି ପୋଖରୀ ମନରେଗା ଯୋଜନାରେ ସାମିଲ ହୋଇଛି। ପୋଖରୀ ଖୋଳିବା କାର୍ଯ୍ୟରେ ଶ୍ରମିକଙ୍କୁ ଲଗାଇବା ବଦଳରେ ଜେସିବି ମେସିନ ବ୍ୟବହାର କରୁଛନ୍ତି ହିତାଧିକାରୀ। 

ଯାହାକୁ ନେଇ ଜନସାଧରଣରେ ଦେଖାଦେଇଛି ଅସନ୍ତୋଷ। ମନରେଗା ଯୋଜନାରେ ସାମିଲ ହୋଇଥିବା ପୋଖରୀକୁ କିଭଳି ମେସିନ ଦ୍ୱାରା ଖୋଳାଯାଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ପୋଖରୀ ଖୋଳିବା ପାଇଁ ଶ୍ରମିକ ମିଳୁନାହାଁନ୍ତି। ବର୍ଷା ଦିନ ପାଖେଇ ଆସିଗଲାଣି। ଆଗକୁ ଆଉ ପୋଖରୀ ଖୋଳିବା ସମ୍ଭବ ହେବ ନାହିଁ। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ମୋତେ ଯୋଗାଇ ଦିଆଯାଇଥିବା ପୋଖରୀକୁ ବାଧ୍ୟ ହୋଇ ଜେସିବି ମେସିନ ସାହାଯ୍ୟରେ ଖୋଳୁଛି। ଏ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଅବଗତ ଅଛନ୍ତି ବୋଲି କହିଛନ୍ତି ହିତାଧିକାରୀ।

Also read: ଘରୋଇ ମାଲିକାନାରେ ରହିଛି ଜମି; Smart School କରିବାକୁ ନେଇ ତେଜୁଛି ବିବାଦ

ଗୋଟିଏ ପଟେ ପୋଖରୀ ଖୋଳା ସରିନଥିବା ବେଳେ ଏପଟେ କିନ୍ତୁ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ପୂର୍ବରୁ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇସାରିଲାଣି। ପୋଖରୀ ଖୋଳିବା ବାବଦକୁ ୧ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ହିତାଧିକାରୀଙ୍କୁ ମିଳିବାକୁ ଥିବା ବେଳେ ଗତ ୨୬ ତାରିଖରେ ୧ ଲକ୍ଷ ୮ ହଜାର ୭୮୯ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଇସାରିଛି। 

ଏନେଇ ଦାୟିତ୍ୱରେ ରହିଥିବା କର୍ମଚାରୀ ବିଜୟ କୁମାର ଦିଗାଳଙ୍କ ସହ ଯୋଗାଯୋଗ କରିବାରୁ ସେ ସଫେଇ ଦେଇ କହିଥିଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ମାଟି କାଦୁଅ ପଡୁଥିବାରୁ ଲୋକେ କାମ କରିବାକୁ ଇଚ୍ଛା କରୁନାହାଁନ୍ତି। ହେଲେ ମେସିନରେ କାମ କରାଯାଉନାହିଁ ବୋଲି କହିଛନ୍ତି। 

Also Read: ଅଚଳ ହୋଇପଡିଛି ପ୍ରକଳ୍ପ; ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

ସେପଟେ ରାଇକିଆ ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଲୋକନାଥ ସାହୁ ଏନେଇ କ୍ୟାମେରା ଆଗରେ କୌଣସି ଉତ୍ତର ରଖିନଥିବା ବେଳେ ଏନେଇ ସେ କହିଛନ୍ତି ଯେ ସବୁଠି ଏଭଳି ଜେସିବି ମେସିନ ଦ୍ୱାରା ପୋଖରୀ ଖୋଳାଯାଉଛି। କେବଳ ଆମ ଜିଲ୍ଲା ନୁହଁ ସମଗ୍ର ରାଜ୍ୟରେ ଏହା ଚାଲିଛି। ଆଉ ଉପରୁ ମଧ୍ୟ ଚାପ ରହିଥିବା ହେତୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଯାଇ ବାଧ୍ୟ ହୋଇ ଏଭଳି କରାଯାଉଛି। ଏ ଘଟଣା ସମ୍ପର୍କରେ ବିଭାଗୀୟ ଉପରିସ୍ଥ ଅଧିକାରୀ ଏବଂ ଜିଲ୍ଲାପାଳ ମଧ୍ୟ ଅବଗତ ଅଛନ୍ତି ବୋଲି ସେ ଉତ୍ତର ରଖିଥିଲେ। 

Also Read: ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଏଥିରୁ ଗୋଟିଏ କଥା ନିଶ୍ଚିତ ହୋଇସାରିଛି ଯେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନାମରେ ସମସ୍ତ ଅଧିକାରୀ ଏବଂ ପ୍ରଶାସକ ଘଟଣା ବାବଦରେ ସବୁ ଜାଣି ଚୁପ ଅଛନ୍ତି। କେବଳ ନାମକୁ ମାତ୍ର ରହିଯାଇଛି ମନରେଗା ଯୋଜନା ବୋଲି ସାଧରଣରେ ଯାହା ଲୋକେ ଆଲୋଚନା କରୁଛନ୍ତି।