ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ମୋହନାର ମତ୍ସ୍ୟଚାଷୀ ଉମାଶଙ୍କର ସାହୁ
Advertisement
Article Detail0/zeeodisha/odisha728439

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ମୋହନାର ମତ୍ସ୍ୟଚାଷୀ ଉମାଶଙ୍କର ସାହୁ

ମତ୍ସ୍ୟଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଉମାଶଙ୍କର ସାହୁ । ପୂର୍ବରୁ ନିଜ ଜମିରେ ନିଜ ଖର୍ଚ୍ଚରେ ପୋଖରୀ ଖନନ କରିଥିବା ବେଳେ ବର୍ତ୍ତମାନ ଆଉ ତିନୋଟି ପୋଖରୀ ଖନନ କରି ମତ୍ସ୍ୟଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉମାଶଙ୍କରଙ୍କ ଠାରୁ ପ୍ରେରଣା ପାଇ ଅନ୍ୟ ଚାଷୀମାନେ ମଧ୍ୟ ପୋଖରୀ ଖନନ କରିଛନ୍ତି ।

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରେମାନନ୍ଦ ପୂଜାରୀ, ମୋହନା: କୃଷି ଓ କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଯୋଗାଇ ଆସୁଛନ୍ତି ଆର୍ଥିକ ପ୍ରତ୍ସାହନ ରାଶି ଓ ଆନୁସାଙ୍ଗିକ ବ୍ୟବସ୍ଥା । ଫଳରେ ଚାଷୀ ଏବେ ହୋଇପାରୁଛି ଆତ୍ମନିର୍ଭରଶୀଳ । ସରକାର ମତ୍ସ୍ୟବିଭାଗ ତରଫରୁ ମୋ ପୋଖରୀ ଯୋଜନାରେ ଚାଷୀଙ୍କୁ ପୋଖରୀ ଖନନ ସହାୟତା ଯୋଗାଇ ଦେଉଥିବା ଯୋଗୁ ମତ୍ସ୍ୟଚାଷ କରି ଅଧିକ ଲାଭବାନ ହୋଇପାରୁଛନ୍ତି । ଯାହାର ଏକ ଉଦାହରଣ ପାଲଟିଛନ୍ତି ମୋହନା ଗୋବିନ୍ଦପୁର ଗ୍ରାମର ଉମାଶଙ୍କର ସାହୁ । ନିଜେ ମାଛ ଚାଷ କରି ଲାଭବାନ ହେବା ପରେ ଅନ୍ୟକୁ ପ୍ରେରଣା ଯୋଗାଇ ଆସୁଛନ୍ତି I

ଆଦିବାସୀ ଅଧ୍ୟୁସିତ ପାହାଡ଼ ପର୍ବତ୍ୟାଞ୍ଚଳ ଗଜପତି ଜିଲ୍ଲା ମୋହନା ବ୍ଲକର ଅଧିକାଂଶ ଚାଷୀ ଏବେ ମାତ୍ସ୍ୟଚାଷ ଉପରେ ନିର୍ଭଳଶୀଳ । ପୂର୍ବରୁ ହେକ୍ଟର ହେକ୍ଟର ଜମିରେ କୌଣସି ଫସଲ ହେଉ ନଥିବା ଯୋଗୁ ପଡ଼ିଆ ରହୁଥିଲା  । କିନ୍ତୁ ଏବେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନା ରାଶି  ଯୋଗାଇ ଦିଆଯାଉଥିବା ହେତୁ ମତ୍ସ୍ୟଚାଷକୁ ଲାଭଦାୟକ ଚାଷ ଭାବେ ଆପଣେଇଛନ୍ତି ବିଭିନ୍ନ ଚାଷୀ ଓ ସ୍ୱୟଂ ସହାୟକ ମହିଳା ଗ୍ରୁପ I ଆଜକୁ ପ୍ରାୟ ତିନି ବର୍ଷ ତଳେ ଗୋବିନ୍ଦପୁର ଗ୍ରାମର ଉମାଶଙ୍କର ସାହୁ ନିଜ ଜମିରେ ନିଜ ଖର୍ଚ୍ଚରେ ପ୍ରଥମ କରି ପୋଖରୀ ଖନନ କରି ମତ୍ସ୍ୟଚାଷ ଆରମ୍ଭ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାରୁ ସୁବିଧା ମିଳିବା ପରେ କ୍ରମଶଃ ମତ୍ସ୍ୟଉତ୍ପାଦନ ବୃଦ୍ଧି ପାଇଛି । ବର୍ତ୍ତମାନ ସରକାରୀ ସହାୟତାରେ ଅନ୍ୟ ପୋଖରୀ ଖନନ କରି ମାଛ ଯାଆଁଳା ମଧ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ମତ୍ସ୍ୟଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଉମାଶଙ୍କର ସାହୁ । ପୂର୍ବରୁ ନିଜ ଜମିରେ ନିଜ ଖର୍ଚ୍ଚରେ ପୋଖରୀ ଖନନ କରିଥିବା ବେଳେ ବର୍ତ୍ତମାନ ଆଉ ତିନୋଟି ପୋଖରୀ ଖନନ କରି ମତ୍ସ୍ୟଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉମାଶଙ୍କରଙ୍କ ଠାରୁ ପ୍ରେରଣା ପାଇ ଅନ୍ୟ ଚାଷୀମାନେ ମଧ୍ୟ ପୋଖରୀ ଖନନ କରିଛନ୍ତି । ସେହିପରି ସ୍ୱୟଂ ସହାୟକ ମହିଳାମାନେ ବିଶେଷ କରି ନିଜ ଜମି ନଥିଲେ ମଧ୍ୟ ଗାଁ ବନ୍ଧକୁ ଲିଜ ସୂତ୍ରରେ ନେଇ ମତ୍ସ୍ୟଚାଷ କରୁଛନ୍ତୁ । ଆଉ ଲାଭବାନ ମଧ୍ୟ ହେଉଛନ୍ତି । 

fallback

ଅନ୍ୟପଟେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଗତ ବର୍ଷ ୧୬ ଗୋଟି ମାଛ ପୋଖରୀ ଖନନ କରାଯାଇଥିଲା ।  ଚଳିତ ବର୍ଷ ୨୫ ଗୋଟି ପୋଖରୀ ଖନନ କରାଯିବାକୁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ବ୍ଲକ ସହକାରୀ ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀ ମନୋରଞ୍ଜନ ପାଢୀ I

ମତ୍ସ୍ୟଚାଷ ପାଇଁ ଆଗ୍ରହୀ ଚାଷୀଙ୍କର ଏକ ହେକ୍ଟର(1 Hect.) ବା ଅଢ଼େଇ ଏକର (21/2 Acr.) ର ଜମି ରହିଥିଲେ ଆଠ ଲକ୍ଷ ପଚାଶ ହଜାର ଟଙ୍କା (8,50,000/-) ବ୍ୟୟ ଅଟକଳରେ ପୋଖରୀ ଖନନ ସହ ମତ୍ସ୍ୟଚାଷ ଆରମ୍ଭ କରିପାରିବେ । ଏଥିପାଇଁ ସରକାରଙ୍କ ମୋ ପୋଖରୀ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି, ମହିଳା ବର୍ଗର ଚାଷୀଙ୍କ ପାଇଁ ଶତକଡ଼ା ପଚାଶ ଭାଗ ସବସିଡି ରହିଥିବା ବେଳେ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ଶତକଡା ଚାଳିଶି ଭାଗ ସବସିଡି ଯୋଗାଉଛନ୍ତି ସରକାର I