ଖରା ପାଇଁ ସକାଳୁଆ ସ୍କୁଲ
Advertisement
Article Detail0/zeeodisha/odisha1170063

ଖରା ପାଇଁ ସକାଳୁଆ ସ୍କୁଲ

 ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

ଖରା ପାଇଁ ସକାଳୁଆ ସ୍କୁଲ

Morning School for Heatwave: ବଦଳିଛି ସ୍କୁଲ ଆସିବା ସମୟ। ବିଗତ କିଛି ଦିନ ମଧ୍ୟରେ ରାଜ୍ୟରେ ବଢୁଥିବା ତାପମାତ୍ରାକୁ ଆଖି ଆଗରେ ସ୍କୁଲ ଆସିବା ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରାକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ମେ ୨ ତାରିଖରୁ ସମସ୍ତ ବିଦ୍ୟାଳୟରେ ସକାଳ ୬ଟାରୁ ୯ଟା ମଧ୍ୟରେ ପାଠ ପଢାଯିବ। ତୃତୀୟରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳୁଆ ଆସିବେ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ ଦିନ ୧୦ଟାରୁ ଆରମ୍ଭ ହେଉଥିବା ବେଳେ ଏବେ ଏହାର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। 

ଏନେଇ ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକ ଚିଠି ଲେଖାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଓସେପା, ଓଏଭିଏସ୍‌, ଏମ୍‌ଡିଏମ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆରଟି ନିର୍ଦ୍ଦେଶକ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ସ୍କୁଲ ସମୟରେ ପରିବର୍ତ୍ତନ ନେଇ ଚିଠି ଲେଖିଛନ୍ତି। ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ରାଜ୍ୟ ଚାଲୁଥିବା ପରୀକ୍ଷା ସମୟରେ କୌଣସି ପରିବର୍ତ୍ତମ କରାଯାଇ ନାହିଁ। ଅର୍ଥାତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅଧାରରେ ହେବ। ସେହିପରି ଓସେପା ଦ୍ୱାରା ପ୍ରସ୍ତୁତ ଲର୍ଣ୍ଣିଂ ରିକୋଭରି ପ୍ଲାନ୍‌ (ଏଲ୍‌ଆରପି) ଗ୍ରୀଷ୍ମକାଳୀନ ଛୁଟି ସମୟରେ ପରିଚାଳନା କରାଯିବ। ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ସରକାରୀ ମଞ୍ଜୁରୀପ୍ରାପ୍ତ ବିଦ୍ୟାଳୟ ସାମିଲ ହୋଇପାରିବ। ତୃତୀୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ତଥା ନୂଆ ଆଡମିଶନ କରିଥିବା ପିଲା ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିବେ। ସେହିପରି ଏକାଦଶରୁ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ଏଲ୍‌ଆରପି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ।

ରାଜ୍ୟରେ ତତଲା ହାୱା ସାଙ୍ଗକୁ ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ ହୋଇଛି। ଯାହାକି ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି। ଏହା ସହିତ ଶନିବାର ବୌଦ୍ଧରେ ତାପମାତ୍ରା ତୃତୀୟ ଦିନ ପାଇଁ ୪୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀରରେ ମଧ୍ୟ ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ଶନିବାର ରାଜ୍ୟର ୨୧ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୯ ସ୍ଥାନରେ ୪୪ ଡିଗ୍ରୀ ଏବ ୩ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି।