ନାହିଁ ନେଟଓ୍ୱାର୍କ, ଅନଲାଇନ ଶିକ୍ଷାରେ ବାଧା
Advertisement
Article Detail0/zeeodisha/odisha708321

ନାହିଁ ନେଟଓ୍ୱାର୍କ, ଅନଲାଇନ ଶିକ୍ଷାରେ ବାଧା

ଯେଉଁଠି ମୌଳିକ ସୁବିଧା ପହଞ୍ଚିନାହିଁ, ସେଠାରେ ଅନଲାଇନ ଶିକ୍ଷାର ଅବସ୍ଥା ନ କହିବା ଭଲ...

ନାହିଁ ନେଟଓ୍ୱାର୍କ, ଅନଲାଇନ ଶିକ୍ଷାରେ ବାଧା

ଗଜପତି: ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କୋରୋନା କଟକଣା ଯୋଗୁଁ ଗତ ତିନି ମାସ ଧରି ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ । ଶିକ୍ଷାନୁଷ୍ଠାନରେ ପାଠପଢା ସମୟରେ ସାମାଜିକ ଦୂରତା ଓ କୋରୋନା ନିୟମ ପାଳନ କରିବା ଅସମ୍ଭବ। ବିକଳ୍ପ ଭାବେ ଅନଲାଇନ ମାଧ୍ୟମରେ ପାଠ ପଢାଯିବା ବ୍ୟବସ୍ଥା କରିଛନ୍ତି ସରକାର । ଏଭଳି ସମୟରେ ଗଜପତି ଭଳି ଅନୁନ୍ନତ ଉପାନ୍ତ ଗ୍ରାମାଞ୍ଚଳ, ଯେଉଁଟି ମୋବାଇଲରେ କଥା ହେବା ଅସମ୍ଭବ, ସେଠାରେ ଅନଲାଇନରେ କିଭଳି ଶିକ୍ଷା ବ୍ୟବସ୍ଥା ପରିଚାଳନା କରିବା କଷ୍ଟକର ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି।

କୋରୋନା କଟକଣା ଯୋଗୁଁ ସମସ୍ତ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି, ଏପରିକି ସାମାଜିକ ଚାଲିଚଳଣିରେ ମଧ୍ୟ ଦେଖିବାକୁ ମିଳିଛି ପରିବର୍ତ୍ତନ। ଏହିଭଳି ସମୟରେ ଶିକ୍ଷାଦାନ ପ୍ରକିୟାକୁ ନେଇ ଦେଖାଦେଇଛି ସମସ୍ୟା। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚିବା ଏଠି ସାତ ସପନ। ସେଭଳି କ୍ଷେତ୍ରରେ ମୋବାଇଲ ସେବା କଥା ନ କହିବା ଭଲ। ତେବେ ଏଭଳି ଅନୁନ୍ନତ ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଶିକ୍ଷାଦାନ ଜାରି ରଖିଥିଲେ। କିନ୍ତୁ କୋରୋନା ମହାମାରୀ ପ୍ରଭାବରେ କଟକଣା ଯୋଗୁଁ ଶିକ୍ଷାଦାନ ପ୍ରକିୟାକୁ ପରିବର୍ତ୍ତନ କରି ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଜାରି ରହିଛି।

କିନ୍ତୁ ଅନୁନ୍ନତ ଉପାନ୍ତ ଅଞ୍ଚଳରେ ଅନଲାଇନରେ ପାଠପଢା ସମ୍ଭବପର ହେଉନାହିଁ। ଯାହାକୁ ନେଇ ଦେଖାଦେଇଛି ସମସ୍ୟା। କେଉଁଠି ଆଦୌ ନେଟୱାର୍କ ନଥିବା ବେଳେ କେତେକ କ୍ଷେତ୍ରରେ ଗରିବ ଶ୍ରେଣୀର ପରିବାର ହୋଇଥିବା ହେତୁ ସ୍ମାର୍ଟ ଫୋନର ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ପାଠପଢା ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ କେତକ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ନେଟୱାର୍କ ରହୁଥିବା ହେତୁ ଗଛତଳେ, ପାହାଡ ଉପରେ ବା ପୋଖରୀ ହିଡରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। 

ସେହିଭଳି ସ୍ଥାନମାନଙ୍କରେ ବେଳେବେଳେ ନେଟୱାର୍କ ନ ରହିଲେ ପାଠପଢା ବନ୍ଦ । ସେପଟେ ଅନଲାଇନ ପାଠପଢା ଦ୍ୱାରା ସେମାନଙ୍କ ସନ୍ଦେହ ଦୁର ଅବା ଅଧିକ ଆଲୋଚନା ପାଇଁ ସୁବିଧା ହୋଇପାରୁନଥିବା କହିଛନ୍ତି ଛାତ୍ରଛାତ୍ରୀ। ଯଦି ଏହିଭଳି ଅଧିକ ଦିନ କଟକଣା ଜାରି ରହେ ତାହା ହେଲେ ପିଲାଙ୍କ ଭବିଷ୍ୟତ ନେଇ ସମସ୍ୟାର ସମାଧାନ ହେବ ବୋଲି ଆଶଙ୍କା କରିଛନ୍ତି ଅଭିଭାବକ । ଶିକ୍ଷାଦାନରେ ବାଧାପ୍ରାପ୍ତ ହେତୁ ଆଗାମୀ ଶିକ୍ଷା ବର୍ଷ ଓ ଭବିଷ୍ୟତ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।