କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ୩ ଗୁରୁତର
Advertisement
Article Detail0/zeeodisha/odisha2248104

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ୩ ଗୁରୁତର

Accident News: ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୩ଜଣ  ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଟଣା ଢେଙ୍କିକୋଟ ୨୦୦ ନମ୍ୱର ଜାତୀୟ ରାଜପଥରେ ଏପରି ଦୁର୍ଘଟଣା ସାମ୍ନାକୁ ଆସିଛି ।

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ୩ ଗୁରୁତର

କେନ୍ଦୁଝର: ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୩ଜଣ  ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଟଣା ଢେଙ୍କିକୋଟ ୨୦୦ ନମ୍ୱର ଜାତୀୟ ରାଜପଥରେ ଏପରି ଦୁର୍ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ସ୍କୁଟି ପାଟଣା ପଟୁ ଆସୁଥିବା ସମୟରେ ବାଇକ ଢେଙ୍କିକୋଟ ପଟୁ ଆସୁଥିଲା । ଉଭୟ ଗାଡିର ବେଗ ଅଧିକ ଥିବାରୁ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ୨ ମୃତକଙ୍କ ପରିଚୟ ମଧ୍ୟ ମିଳିଛି । ସେମାନେ ହେଲେ ଗୋପାଳପୁର ଗାଁ ଯଦୁ ମୁଣ୍ଡା, ତଣ୍ଡ ଡୁମୁରିଆର ମିତ୍ରଭାନୁ ବେହେରା । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ସହ ଆମ୍ୱୁଲାନ୍ସକୁ କଲ କରିଥିଲେ ।  ଗୁରୁତର ଆହତଙ୍କୁ ପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Also Read- Mandi News: ୪ କୋଟି ଟଙ୍କାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେଲେ ମାଆ ବଗଳାମୁଖୀ

Also Read-  ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ