ହୃତଘାତରେ ଓଡ଼ିଆ ସେନା ଯବାନ ମୃତ
Advertisement

ହୃତଘାତରେ ଓଡ଼ିଆ ସେନା ଯବାନ ମୃତ

ଆଜକୁ ୧୪ ବର୍ଷ ତଳେ ଅର୍ଥାତ ୨୦୦୭ ମସିହାରେ ସେନାରେ ଯୋଗ ଦେଇଥିଲେ ଓଡ଼ିଆ  ଯବାନ। 

ହୃତଘାତରେ ଓଡ଼ିଆ ସେନା ଯବାନ ମୃତ

କନ୍ଧମାଳ: ହୃତଘାତରେ ଜଣେ ଓଡ଼ିଆ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଯବାନ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଧିନସ୍ଥ ଆଡାସିକୁପା ପଞ୍ଚାୟତ ବାଗାରାମା ଗ୍ରାମର ସଞ୍ଜୟ ପ୍ରଧାନ। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ମୃତକ ସଞ୍ଜୟ ପ୍ରଧାନ ବିହାର ରେଜିମେଣ୍ଟର ଯବାନ ଭାବେ କାମ କରୁଥିବା ବେଳେ ଜାମୁକାଶ୍ମୀରର ଶ୍ରୀନଗର ଠାରେ ତାଙ୍କର ହୃତଘାତ ହୋଇଥିଲା। 

ଆଜକୁ ୧୪ ବର୍ଷ ତଳେ ଅର୍ଥାତ ୨୦୦୭ ମସିହାରେ ସେନାରେ ଯୋଗ ଦେଇଥିଲେ ସଞ୍ଜୟ ପ୍ରଧାନ। ଆସନ୍ତା କାଲି ତାଙ୍କ ମର ଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଞ୍ଚିବ। ତାଙ୍କ ମୃତ୍ୟୁକୁ ନେଇ ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗାଁ ପୁଅର ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ଗ୍ରାମବାସୀ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ।