Bhubaneswar News: ମୁଖ୍ୟମନ୍ତ୍ରୀଙ୍କ ସମତେ ସମସ୍ତ ମନ୍ତ୍ରୀ ଘୋଷଣା କଲେ ସମ୍ପତ୍ତି ତାଲିକା, ଏକ ନମ୍ବରରେ ଅଛନ୍ତି....
Advertisement

Bhubaneswar News: ମୁଖ୍ୟମନ୍ତ୍ରୀଙ୍କ ସମତେ ସମସ୍ତ ମନ୍ତ୍ରୀ ଘୋଷଣା କଲେ ସମ୍ପତ୍ତି ତାଲିକା, ଏକ ନମ୍ବରରେ ଅଛନ୍ତି....

Bhubaneswar News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ତଳର ସମସ୍ତ ସଦସ୍ୟ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ୨୦୨୨ ମସିହା ଡ଼ିସେମ୍ବର ମାସ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ରହିଛି । ତେବେ ଗତ ବର୍ଷଠାରୁ ନବୀନଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୪୨ ଲକ୍ଷ ୯୦ ହଜାର ଟଙ୍କା ବୃଦ୍ଧି ପାଇଛି । 

ସୌ(ସୋସିଆଲ ମିଡିଆ)

Bhubaneswar News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik ) ଓ ତାଙ୍କ ମନ୍ତ୍ରିମଣ୍ତଳର ସମସ୍ତ ସଦସ୍ୟ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ତେବେ ମନ୍ତ୍ରିମଣ୍ତଳରେ ମୁଖ୍ୟମନ୍ତ୍ରୀ ହିଁ ସବୁଠାରରୁ ଧନୀ । ୨୦୨୨ ମସିହା ଡ଼ିସେମ୍ବର ମାସ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ରହିଛି । ତେବେ ଗତ ବର୍ଷଠାରୁ ନବୀନଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୪୨ ଲକ୍ଷ ୯୦ ହଜାର ଟଙ୍କା ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ତଳର ଅନ୍ୟ ସଦସ୍ୟମାନେ ମଧ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସିଏମଓ ୱେବସାଇଟରେ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି ।

ଏହି ୱେବସାଇଟ୍ ତଥ୍ୟ ଅନୁଯାୟୀ, ୨୦୨୧ ମସିହା ଡ଼ିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ୬୪.୯୭ କୋଟି ରହିଥିବା ବେଳେ ୨୦୨୨ ମସିହା ଡ଼ିସେମ୍ବର ମାସ ବେଳକୁ ଏହା ବୃଦ୍ଧି ପାଇଁ ୬୫ .୪୦ କୋଟି ଟଙ୍କାରେ ପହଁଞ୍ଚିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ସ୍ଥାବର ଓ ଆସ୍ଥାବର ସମ୍ପତ୍ତି ସମାନ ରହିଥିବା ଉଲ୍ଲେଖ କରାଯାଇଛି । ନୂଆଦିଲ୍ଲୀ ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ତିଆରେ ୭୦ ଲକ୍ଷ ଟଙ୍କା, ଭୁବନେଶ୍ବର ଏସ୍ ବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିକାଟୁ କଲେଜ କ୍ୟାମ୍ପସ୍ ଏସବିଆଇରେ ୭ ହଜାର ଓ ଅନ୍ୟ ଏକ ଆକାଉଣ୍ଚରେ ଥିବା ଡ଼ିପୋଜିଟ୍, ଗହଣା ଓ ଗୋଟିଏ ୪ ଚକିଆ ଯାନକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧୨.୫୨ କୋଟି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏଚଡ଼ିଏଫସି ବ୍ୟାଙ୍କରେ ୧ କୋଟି ଫିକ୍ସଡ଼ ଡ଼ିପୋଜିଟ୍ ଥିବାବେଳେ ଆରବିଆଇରେ ୯ କୋଟି ଟଙ୍କା ଓ ଡ଼ାକଘରେ ୧.୫୦ କୋଟି ଟଙ୍କାର ବଣ୍ତ ରହିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରାୟ ୩,୪୯ ମୂଲ୍ୟର ସୁନା ଗହଣା ରହିଥିବା ବେଳେ ୧୯୮୦ ମସିହାର ଏକ ଆମ୍ବାସାଡ଼ାର କାର ରହିଛି । ଏହି କାର ମୂଲ୍ୟ ୬,୪୩୪ ବୋଲି ଦର୍ଶାଯାଇଛି । ଅନ୍ୟପଟେ ତାଙ୍କ ପିତାମାତାଙ୍କ ସୂତ୍ରରୁ ୫୨.୮୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବା ଏହି ତାଲିକାରେ ଦର୍ଶାଯାଇଛି  । ସେହିପରି ଭୁବନେଶ୍ବର ବିମାନବନ୍ଦରଠାରେ ଥିବା ନବୀନ ନିବାସରେ ତାଙ୍କର ଅଂଶଧନ ୯.୫୨ କୋଟି ଓ ନୂଆଦିଲ୍ଲୀ ଏପିଜେ ଅବଦୁଲ କଲାମ ରୋଡ଼ରେ ଥିବା ସମ୍ପତ୍ତି ମୂଲ୍ୟ ୪୩.୩୬ କୋଟି ହେବ ବୋଲି ଏହି ସମ୍ପତ୍ତି ତାଲିକାରେ ଦର୍ଶାଯାଇଛନ୍ତି । ନବୀଙ୍କ ଉପରେ କିଛି ଋଣ ଭାର ନାହିଁ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ତଳରେ ରହିଛନ୍ତି ଅନେକ କୋଟିପତି ମନ୍ତ୍ରୀ । ୨୦୨୨ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ (Finance minister Niraranja pujari) ନାମରେ ୨.୮୯ କୋଟି ଟଙ୍କା ଓ ତାଙ୍କ ସ୍ତ୍ରୀଙ୍କ ନାମରେ ୧.୭୭ କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଯାଇଛି । ସେପଟେ ମନ୍ତ୍ରୀଙ୍କ ନିକଟରେ ୯ଟି ଜମି ରହିଛି, ଯାହାର ମୂଲ୍ୟ ପ୍ରାୟ ୧.୪୧ କୋଟି ଟଙିକା ଅଟେ । ସେହିପରି ବ୍ୟାଙ୍କରେ ୭୬.୬୦ ଲକ୍ଷ ଏଲଆଇସିରେ ୨୦.୭୯ ଲକ୍ଷ ଟଙ୍କାର ପଲିସି ମଧ୍ଯ ରହିଛି । ଏହାସହ ୩୧.୨ ଲକ୍ଷ ଟଙ୍କାର ସୁନା ଗହଣା ଓ ୪.୩୭ ଲକ୍ଷ ଟଙ୍କାର ନଗତ ଟଙ୍କା ମଧ୍ୟ ରହିଛି । ସେହିପରି ଏସସି /ଏସଟି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରିକାଙ୍କ ନିକଟରେ ୮ ଲକ୍ଷ ୨୪ ହଜାର ଟଙ୍କାର ଚାଷ ଜମି, ୧ଟି ଦୁଇ ଚକିଆ ଯାନ ଓ ଗୋଟିଏ ଚାରି ଚକିଆ ଯାନ ରହିଛି । ଏହାଛଡ଼ା ୨ ଲକ୍ଷ ୩୦ ହଜାର ଟଙ୍କାର ଏକ ଏଲଆଇସି ବଣ୍ତ ଓ ରାୟଗଡ଼ା ଏସବିଆଇ ଶାଖାରେ ୧୮ ହଜାର ଟଙ୍କା ଥିବା ଉଲ୍ଲେଖ କରାଯାଇଛି । ଅନ୍ୟପଟେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ନିକଟରେ କୌଣସି ଗାଡ଼ି ନଥିବା ଦର୍ଶାଇଛନ୍ତି । ତେବେ ନବୀନଙ୍କ ମନ୍ତ୍ରିମଣ୍ତଳର ପୂର୍ବ ପରି ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ସାହୁଙ୍କ ସବୁଠାରୁ ଗରିବ ମନ୍ତ୍ରୀ ଭାବେ ସ୍ଥାନ ବଜାଇ ରଖିଛନ୍ତି ।