ଭଦ୍ରକରେ ୩ ଦିନରେ ୨ଟି ବନ୍ୟା; ଅଞ୍ଚଳବାସୀ ଆତଙ୍କିତ, ହାଇ ଆଲର୍ଟରେ ପ୍ରଶାସନ
Advertisement

ଭଦ୍ରକରେ ୩ ଦିନରେ ୨ଟି ବନ୍ୟା; ଅଞ୍ଚଳବାସୀ ଆତଙ୍କିତ, ହାଇ ଆଲର୍ଟରେ ପ୍ରଶାସନ

Odisha Flood: ଚଳିତ ବର୍ଷ ପ୍ରଥମ ବନ୍ୟା ପରେ ବୈତରଣୀ ନଦୀର କୁମ୍ଭୀର ଆତଙ୍କ ନଦୀ କୂଳିଆ ଲୋକଙ୍କ ନୀଦ ହଜାଇଥିବାବେଳେ । ବିଭିନ୍ନ ପ୍ରଜାତିର ସାପ ଏବେ ଘରେ ପସିଯାଉଛନ୍ତି । ବୈତରଣୀ ନଦୀର ଚଳିତ ବର୍ଷ ଦ୍ୱିତୀୟ ବନ୍ୟା ଏବେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ୮ ପଞ୍ଚାୟତ ବାହ୍ୟ ଜଗତ ବିଛିନ୍ନ ହୋଇଛି । 

ଭଦ୍ରକରେ ୩ ଦିନରେ ୨ଟି ବନ୍ୟା; ଅଞ୍ଚଳବାସୀ ଆତଙ୍କିତ, ହାଇ ଆଲର୍ଟରେ ପ୍ରଶାସନ

ବିବେକାନନ୍ଦ ସାମଲ, ଭଦ୍ରକ: Odisha Flood: ବର୍ଷା ଦିନ ଆସିଲେ ଭଦ୍ରକବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟେ କଣ୍ଟିଘାଇ ଏସ୍କେପ୍ । ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଅଧୀନ ରଘୁନାଥପୁର ମୌଜା ସ୍ଥିତ ବୈତରଣୀ ନଦୀର ବାମ ପାର୍ଶ୍ୱରେ ଅବସ୍ଥିତ କଣ୍ଟା ସାଜିଥିବା ଏହି କଣ୍ଟିଘାଇ ଏସ୍କେପ ଭଦ୍ରକ ଜିଲ୍ଲାର ବିକାଶ ଧାରର ସାଜିଛି ବାଧକ । ତେବେ ୩ ଦିନ ବ୍ୟବଧାନରେ ୨ଟି ବନ୍ୟା (Bhadrak Flood) ଭଦ୍ରକବାସୀଙ୍କ ନିଦ ହଜାଇଦେଇଛି । କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀ (Baitarani River) ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ୩ ଦିନ ପୁର୍ବରୁ ବୈତରଣୀ ନଦୀରେ ବନ୍ୟା ଏବେବି ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପାଣି ଛାଡିନଥିବା ବେଳେ ପୁଣି ବନ୍ୟା ଲୋକଙ୍କ ଦୁଃଖ ଦ୍ୱିଗୁଣିତ କରିଛି । 

ଗୋଟିଏ ପଟେ ଜିଲ୍ଲାର ୪ଟି ବ୍ଲକ ତଥା ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡି ବ୍ଲକର ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ ବନ୍ୟା ପରିସ୍ଥିତି ସାମ୍ନା କରୁଛନ୍ତି । ପ୍ରତ୍ୟେକ ବର୍ଷ ବନ୍ୟା ସମୟରେ ୨୦ପଞ୍ଚାୟତର ୫୦ ହଜରରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ସମୟରେ ଜଳବନ୍ଦୀ ଅବସ୍ଥାରେ ୩ରୁ ୪ ଦିନ ରହିଥାନ୍ତି । ଚଳିତ ବର୍ଷା ଲଗାଣ ବର୍ଷା ସାଙ୍ଗକୁ ବୈତରଣୀ ନଦୀର ସମସ୍ତ ଏସ୍କେପ ଭଦ୍ରକ ଜିଲ୍ଲାରେ ଥିବାରୁ ବନ୍ୟା ସମୟରେ ଭଦ୍ରକ ଜିଲ୍ଲା ସର୍ବାଧିକ କ୍ଷତି ହୁଏ । ଅନ୍ୟ ପଟେ ପଡୋଶୀ ଯାଜପୁର ଜିଲ୍ଲାର ନଦୀବନ୍ଧ ଯେଉଁଭଳି ଭାବରେ ସୁଦୃଢ଼ିକରଣ କରାଯାଇଛି ତା ତୁଳନାରେ ଭଦ୍ରକ ଜିଲ୍ଲାର କାର୍ଯ୍ୟ ନହେବାରୁ ନଦୀବନ୍ଧ ଦୁର୍ବଳ ଫଳରେ ବନ୍ୟା ସମୟରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନଯାପନ କରନ୍ତି ଭଦ୍ରକ ଜିଲ୍ଲାର ବାସିନ୍ଦା ।

ଚଳିତ ବର୍ଷ ପ୍ରଥମ ବନ୍ୟା ପରେ ବୈତରଣୀ ନଦୀର କୁମ୍ଭୀର ଆତଙ୍କ ନଦୀ କୂଳିଆ ଲୋକଙ୍କ ନୀଦ ହଜାଇଥିବାବେଳେ । ବିଭିନ୍ନ ପ୍ରଜାତିର ସାପ ଏବେ ଘରେ ପସିଯାଉଛନ୍ତି । ବୈତରଣୀ ନଦୀର ଚଳିତ ବର୍ଷ ଦ୍ୱିତୀୟ ବନ୍ୟା ଏବେ ଧାମନଗର ଭଣ୍ଡାରିପୋଖରୀ ବ୍ଲକର ୮ ପଞ୍ଚାୟତ ବାହ୍ୟ ଜଗତ ବିଛିନ୍ନ ହୋଇଛି । ଯଦି ବନ୍ୟା ସ୍ଥିତି ଦେଖିବା ଗତକାଲି ଠାରୁ ଚାନ୍ଦବାଲି ଓ ତିହିଡି ବ୍ଲକ ପାଇଁ ବିପଦ ଆଣିଛି ଏହି ବନ୍ୟା । ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ଦିନ ୧୦ ସୁଧା ୧୮.୯୦ ରେ ବନ୍ୟା ଜଳ ପ୍ରବାହିତ ହେଉଛି । 

ଏହା ବି ପଢ଼ନ୍ତୁ:-୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ଆସିଯାଇଛି DA ବକେୟା ଟଙ୍କା

ଏହା ବି ପଢ଼ନ୍ତୁ:-ବିଜେଡିର ବିକଳ୍ପ ହେବ ଆମ ଆଦମୀ ପାର୍ଟି? ଯଦି ଓଡ଼ିଶାରେ ସରକାର ଗଠନ ହୁଏ ତ ମାଗଣା ବିଜୁଲି, ପାଣି ଏବଂ ଶିକ୍ଷା ଯୋଗାଇବ କେଜ୍ରିୱାଲଙ୍କ ଦଳ!

 

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୯.୩୦ ପର୍ଯ୍ୟନ୍ତ ବନ୍ୟା ଜଳ ବଢିବାର ଆଶଙ୍କା ରହିଛି । ତେବେ ଜଦି ବନ୍ୟା ଜଳ ସେଇ ପରିମାଣରେ ବୃଦ୍ଧି ପାଏ ତାହେଲେ ନିଶ୍ଚିତ ଭାବରେ ଭଣ୍ଡାରିପୋଖରୀରୁ ଯାଜପୁର, ଧାମନଗରରୁ ଯାଜପୁର ଓ ଆରଡିରୁ ଯାଜପୁର ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେବ ଏବଂ ମୁଖ୍ୟ ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେବ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଉଚ୍ଚ ସ୍ଥାନରେ ଲୋକଙ୍କୁ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଥିବାବେଳେ ତଳିଆ ଅଞ୍ଚଳରେ ୧୫ରୁ ଉର୍ଦ୍ଧ୍ୱ ଗାଁ ଅଦ୍ୟାବଧି ଜଳବନ୍ଦୀ ହୋଇ ସାରିଲାଣି । ତେବେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୋଟରେ ବ୍ୟବସ୍ଥା କରାଯାଇନଥିବା ବେଳେ ତଳିଆ ଅଞ୍ଚଳରେ କୌଣସି ବିପଦ ସୃଷ୍ଟି ହେଲେ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବ ।