କୋରାପୁଟ: ଧାରଣାରେ ବସିଛନ୍ତି। ରାତିରେ ବି ସୋଉଛନ୍ତି। ଛୋଟ କୁଡିଆ ଭଳି ତିଆରି କରି ଧାରଣା ଦେଇଛନ୍ତି ଚୁଲାପାରି ଗ୍ରାମର ଲୋକେ। ସେମାନଙ୍କ ଏକା ଜିଦ୍ ହାଲ (HAL) ନିର୍ମାଣ ପରେ ବଳକା ରହି ଯାଇଥିବା ଜମି ଆମକୁ ଫେରାଅ। ସପ୍ତାହକ ମଧ୍ୟରେ କୁଡିଆ ନ ଭାଙ୍ଗିଲେ ପ୍ରଶାସନ ପକ୍ଷରୁ କୁଡିଆ ଭଙ୍ଗା ଯିବ ବୋଲି ଧମକ ମିଳିବା ପରେ ହାଲ (HAL) ଦ୍ଵାରା ବିସ୍ଥା
Trending Photos
Odisha News: କୋରାପୁଟ: ଧାରଣାରେ ବସିଛନ୍ତି। ରାତିରେ ବି ସୋଉଛନ୍ତି। ଛୋଟ କୁଡିଆ ଭଳି ତିଆରି କରି ଧାରଣା ଦେଇଛନ୍ତି ଚୁଲାପାରି ଗ୍ରାମର ଲୋକେ। ସେମାନଙ୍କ ଏକା ଜିଦ୍ ହାଲ (HAL) ନିର୍ମାଣ ପରେ ବଳକା ରହି ଯାଇଥିବା ଜମି ଆମକୁ ଫେରାଅ। ସପ୍ତାହକ ମଧ୍ୟରେ କୁଡିଆ ନ ଭାଙ୍ଗିଲେ ପ୍ରଶାସନ ପକ୍ଷରୁ କୁଡିଆ ଭଙ୍ଗା ଯିବ ବୋଲି ଧମକ ମିଳିବା ପରେ ହାଲ (HAL) ଦ୍ଵାରା ବିସ୍ଥାପିତ ହୋଇଥିବା ୨୧ ଖଣ୍ଡ ଗ୍ରାମରୁ ଶତାଧିକ ପୁରୁଷ ଓ ମହିଳା ଙ୍କୁ ନେଇ ଚୁଲାପାରୁ ଗାଆଁ ନିକଟ ଖୋଲା ପଡିଆ ରେ ଏକ ବୈଠକ ହୋଇଥିଲା। ଏଚ ଏ ଏଲ୍ (ହାଲ) ନିର୍ମାଣ ସମୟରେ ପ୍ରାୟ ୨୧ ଖଣ୍ଡ ଗ୍ରାମ ବିସ୍ଥାପିତ ହୋଇଥିଲେ। ସେମାନଙ୍କ ଅଧୀନରେ ଥିବା ପ୍ରାୟ ୧୨ ହଜାର ଏକର ଜମି ହାଲ ଅଧିଗ୍ରହଣ କରିଥିଲା।
ତେବେ ହାଲ ନିର୍ମାଣ ର ୬୦ବର୍ଷ ବିତିଯାଇଥିଲେ ସୁଦ୍ଧା ଏବେ ବି ବହୁ ଏକର ଜମି ପଡିଆ ପଡ଼ିଛି। ହାଲ ବିସ୍ଥାପିତଙ୍କୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରା ଯାଇ ନ ଥିବାବେଳେ, ସେମାନଙ୍କ ପରିବାରଙ୍କ ସତ୍ଵାଧିକାରୀ ମଧ୍ୟ କୌଣସି ସୁବିଧା ସୁଯୋଗ ହାଲ ପକ୍ଷରୁ ପାଇ ପାରିଲେ ନାହିଁ। ଫଳରେ ବିନା ଚାଷ ବାସ ରେ ବହୁ କଷ୍ଟ ରେ ଜୀବିକା ନିର୍ବାହ କରୁଛନ୍ତି ବିସ୍ଥାପିତ ମାନେ। ହାଲ ରେ ବର୍ତ୍ତମାନ ଯେଉଁ ଜମି ଗୁଡିକ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି ସେ ସବୁ କୁ ହିତାଧିକାରୀ ଚିହ୍ନଟ କରାଯାଇ ପ୍ରଦାନ କରା ଯାଉ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା। ଏପରିକି ୨୦୧୩ ରେ ପ୍ରକାଶ ପାଇଥିବା ଗେଜେଟ ନୋଟିଫିକେଶନ ପ୍ରକାରେ କୌଣସି ଶିଳ୍ପ ପ୍ରତିଷ୍ଠା ସମୟରେ ଅଧିକୃତ ଜମିର ବ୍ୟବହାର ପରେ ରହିଯାଇଥିବା ବଳକା ଜମିକୁ ହିତାଧିକାରୀ ମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବା ନେଇ ଉଲ୍ଲେଖ ରହିଥିଲେ ମଧ୍ୟ ହାଲ କତୃପକ୍ଷ ଏହାର ଖୋଲା ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି ଚୁଲାପାରୀ ଗ୍ରାମର ଲୋକେ। ଯେତେ ଦିନ ପର୍ଯ୍ୟନ୍ତ ବଳକା ଜମି ବିସ୍ଥାପିତ ପରିବାର ଲୋକଙ୍କୁ ପ୍ରଦାନ କରା ନ ଯାଇଛି ସେତେ ଦିନ ଯାଏଁ କୁଡିଆ ମଧ୍ୟରେ ଧାରଣାରେ ବସି ରହିବେ ବୋଲି ନିଷ୍ପତି ନେଇଛନ୍ତି।
ଯଦି କୁଡିଆ ଭଙ୍ଗା ଭଙ୍ଗି ପ୍ରଶାସନ ପକ୍ଷରୁ କରାଯାଏ ତେବେ ଆଗକୁ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବିସ୍ଥାପିତଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ସେମାନଙ୍କ ବୈଠକ ରେ ସାମିଲ ହୋଇ ଆଗକୁ ମଧ୍ୟ ସହଯୋଗ ଜାରି ରହିବ ବୋଲି ସମାଜସେବୀ ନନ୍ଦିବାଲି ଚୈତନ୍ୟ କହିଛନ୍ତି। ସେହିପରି ବର୍ତ୍ତମାନ କ୍ଷେତ୍ର ରେ ବଳକା ଜମି ପ୍ରଦାନ କଲେ ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରିପାରିବେ ବୋଲି କହିବା ସହ ସେମାନଙ୍କ ପ୍ରତି ଅନ୍ୟାୟ କରାଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ହାଲ ବିସ୍ଥାପିତ ସଂଘର ସଭାପତି ତ୍ରିଲୋଚନ ମୁଦୁଲି କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି ବଳକା ଜମି ସେମାନଙ୍କୁ ପ୍ରଦାନ କରାଗଲେ ସେମାନେ ଚାଷ କରି ପରିବାର ଚଳାଇ ପାରିବେ।
Also Read: ବର୍ତ୍ତମାନ ସୁଦ୍ଧା ଆସିନାହିଁ କି PM Kisan Yojana କିସ୍ତି, ତୁରନ୍ତ ନିଅନ୍ତୁ ଏହି ସବୁ ପଦକ୍ଷେପ
Also Read: ଯେଉଁ କାମ ବିରାଟ-ରୋହିତ-ସ୍ମିଥଙ୍କ ପରି ଦିଗ୍ଗଜମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଛନ୍ତି କେଏସ୍ ଭରତ