Mobile Charging: ଓଡିଶା ପୋଲିସ ଦେଲା ଚେତାବନୀ, ମୋବାଇଲ ଚାର୍ଜ ବସାଇଲେ ଲିକ୍ ହୋଇପାରେ ଡାଟା!
Advertisement
Article Detail0/zeeodisha/odisha1353250

Mobile Charging: ଓଡିଶା ପୋଲିସ ଦେଲା ଚେତାବନୀ, ମୋବାଇଲ ଚାର୍ଜ ବସାଇଲେ ଲିକ୍ ହୋଇପାରେ ଡାଟା!

Mobile Data Hack: ମୋବାଇଲ ଆମ ପାଇଁ ଯେତିକି ଆବଶ୍ୟକ ସେତିକି ବିପଦ ମଧ୍ୟ ରହିଛି। ମୋବାଇଲରେ ଲୋକମାନଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ରହିଥାଏ। ଆପଣ ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ବସାଉଛନ୍ତି କି? ଯଦି ଏପରି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ!

ଫାଇଲ୍ ଫଟୋ

Mobile Data Hack: ମୋବାଇଲ (Mobile) ଆମ ପାଇଁ ଯେତିକି ଆବଶ୍ୟକ (Necessary) ସେତିକି ବିପଦ (Danger) ମଧ୍ୟ ରହିଛି। ମୋବାଇଲରେ ଲୋକମାନଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ (Personal Data) ରହିଥାଏ। ବ୍ୟାଙ୍କ ଆକାଉଣ୍ଟ (Bank Account) ଠାରୁ ଆରମ୍ଭ କରି ଯାତ୍ରା ବିବରଣୀ ସବୁକିଛି ସେମାନଙ୍କ ମୋବାଇଲରେ ଉପଲବ୍ଧ ଥାଏ। ଆଉ ଏହାକୁ ଅତି ଚତୁରତାର ସହ ମୋବାଇଲରୁ ସଂଗ୍ରହ କରିନେଇଥାନ୍ତି ସାଇବର ଠକମାନେ। ଅନଲାଇନରେ ଏମିତି ଠକେଇ ଏକ ସାଧାରଣ କଥା ହୋଇଗଲାଣି। ହେଲେ କଣ ଆପଣ ଜାଣିଛନ୍ତି ମୋବାଇଲ ଚାର୍ଜର ଜରିଆରେ ଆପଣଙ୍କ ତଥ୍ୟ ଚୋରି ହୋଇପାରେ। ଅଜାଣତରେ ଉଡିଯାଉଛି ମୋବାଇଲର ଗୁରୁତ୍ୱପୂର୍ଣ ଡାଟା।

ଆପଣ ସର୍ବସାଧାରଣ ସ୍ଥାନ (Public Place)ରେ ମୋବାଇଲ ଚାର୍ଜ (Mobile Charge) ବସାଉଛନ୍ତି କି? ତରବରରେ ଯେଉଁଠି ନାହିଁ ସେଇଠି ଅନ୍ୟର ଚାର୍ଜରରେ ମୋବାଇଲ ଚାର୍ଜ ବସାଇ ଦେଉଛନ୍ତି କି? ଅଜଣା ବ୍ୟକ୍ତିଙ୍କ ଠାରୁ ଚାର୍ଜର ଆଣି ମୋବାଇଲ ଚାର୍ଜ କରୁଛନ୍ତି କି? ଯଦି ଏପରି ସବୁ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ! କାରଣ ମୋବାଇଲରୁ ତଥ୍ୟ ଚୋରି ପାଇଁ ଏବେ ସାଇବର ଲୁଟେରା ବିଛାଇଛନ୍ତି ନୂଆ ଚାଲ। ମୋବାଇଲ ଚାର୍ଜର ମାଧ୍ୟମରେ ମୋବାଇଲରୁ ଲୁଟି ନେଉଛନ୍ତି ବ୍ୟକ୍ତିଗତ ତଥ୍ୟ, ଯାହାକୁ ନେଇ ଆଜି ଓଡିଶା ପୋଲିସ ପକ୍ଷରୁ ସଚେତନତା କରାଯାଇଛି। 

ଟ୍ୱିଟ ମାଧ୍ୟମରେ ଲୋକଙ୍କୁ ଓଡିଶା ପୋଲିସ ପକ୍ଷରୁ ସଚେତନ ପାଇଁ ବାର୍ତ୍ତା ଦିଆଯାଇଛି। ଏବେଠାରୁ ସତର୍କ ହୁଅନ୍ତୁ ନହେଲେ ହୁଏତ ଆପଣ ବି କେବେ ଏହି ଲୁଟେରାଙ୍କ କବଳରେ ପଡିପାରନ୍ତି ଆଉ ହରାଇପାରନ୍ତି ନିଜର ଗୁରୁତ୍ୱପୂର୍ଣ ଡାଟା। ମୋବାଇଲରେ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଥିଲେ ଅଧିକ ସତର୍କ ରହିବା ଆବଶ୍ୟକ। ଚାର୍ଜିଙ୍ଗ ଷ୍ଟେସନ,  ୟୁଏସବି ଷ୍ଟେସନରେ ଜଗି ବସୁଛନ୍ତି ଏହି ସାଇବର ଲୁଟେରା। ତରବରିଆ ଭାବେ ଚାର୍ଜ ପାଇଁ ଏହି ସର୍ବସାଧାରଣ ସ୍ଥାନ ଗୁଡି଼କରେ ମୋବାଇଲକୁ ଚାର୍ଜ ବସନ୍ତୁ ନାହିଁ ନହେଲେ ଆପଣ ବି ଏହାର ଶିକାର ହେବେ।