ଆସୁଛି ବାତ୍ୟା, ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1039570

ଆସୁଛି ବାତ୍ୟା, ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଅବପାତକୁ ଅପେକ୍ଷା, ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ପଟ୍ । ବଳ ଗୋଟାଇ ଉପକୂଳ ମୁହାଁ ହେଉଛି ବାତ୍ୟା । ଜାଡ ଶୀତରେ ତାଣ୍ଡବ ରଚିବାକୁ ମାଡିଆସୁଛି ଜୱାଦ୍ । 

ଆସୁଛି ବାତ୍ୟା, ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: Odisha Weather Update Cyclone Jawad: ଯେତିକି ପାଖଉଛି ସେତିକି ସତର୍କ ବଢୁଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ଏକ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଯାହା ଆସନ୍ତା ୨୪ ଘଣ୍ଟା ତଥା ୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ "ବାତ୍ୟା" ଜୱାଦ (Cyclone Jawad) ରୂପ ନେବ । ତେବେ ଏହାର ଗତିପଥ ଓ ତିବ୍ରତା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଅବପାତକୁ ଅପେକ୍ଷା । ସେପଟେ ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ୩ ଓ ୪ ତାରିଖରେ ସର୍ବାଧିକ ପ୍ରଭାବକୁ ଦେଖି ୯୫ଟି ଟ୍ରେନ୍ ବାତିଲ କରାଯାଇଛି । 

ଅବପାତକୁ ଅପେକ୍ଷା, ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ପଟ୍ । ବଳ ଗୋଟାଇ ଉପକୂଳ ମୁହାଁ ହେଉଛି ବାତ୍ୟା । ଜାଡ ଶୀତରେ ତାଣ୍ଡବ ରଚିବାକୁ ମାଡିଆସୁଛି ଜୱାଦ୍ । ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇ ଆହୁରି ତୀବ୍ର ରୂପରେ ସ୍ଥଳଭାଗ ଛୁଇଁବାକୁ ସମୁଦ୍ର ଗର୍ଭରେ ଶକ୍ତିଶାଳୀ ହେଉଛି ସାମୁଦ୍ରିକ ଝଡ ଜୱାଦ୍ । ଏବେବି ସେହି ଆକଳନ ମୁତାବକ ୪ ତାରିଖରେ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ତେବେ ବାତ୍ୟାର ପ୍ରଥମ ସ୍ତର ଅବପାତ କେନ୍ଦ୍ରୀଭୂତ ହେବା ପରେ ଏହାର ନିର୍ଦ୍ଧିଷ୍ଟ ଗତିପଥ ସ୍ପଷ୍ଟ ହେବ । କିନ୍ତୁ ଏହାର ପ୍ରଭାବରେ ରାଜ୍ୟରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।  

୩ ତାରିଖରେ ଅତି ପ୍ରବଳ ବର୍ଷା ସହ ଗଂଜାମ ଓ ଗଜପତି ଏବଂ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୪ ତାରିଖରେ ଭୀଷଣ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ, ଓ ଜଗତସିଂହପୁରକୁ ରେଡ୍ ଆଲର୍ଟ, ଅତି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, ଓ କୋରାପୁଟକୁ ଅରଂଜ ୱାର୍ଣ୍ଣିଂ ଏବଂ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାପରେ ୫ ତାରିଖରେ ଉପକୂଳ ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ୩ ଓ ୪ ତାରିଖରେ ୯୫ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ବାତିଲ ଟ୍ରେନ୍ ଟିକଟ ଫେରସ୍ତ କରାଯିବ ବୋଲି ଭୁବନେଶ୍ୱର ରେଳଷ୍ଟେସନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 

ଆନ୍ଧ୍ର ଭାୟା ଓଡିଶା ଦେଇ ପଶ୍ଚିମବଙ୍ଗ ମୁହାଁ ହେବ ସାମୁଦ୍ରିକ ଝଡ ଜୱାଦ୍ । ଏହାର ପ୍ରଭାବରେ ୩ ତାରିଖ ରାତିରୁ ପବନର ବେଗ ବଢିବା ସହ ୪ ତାରିଖ ସକାଳୁ ୧୨ ଘଣ୍ଟା ପର୍ଯ୍ୟନ୍ତ ୭୦ରୁ ୮୦ ଏବଂ ପବନର ଝଟକା ୯୦ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ହେତୁ ୩ ରୁ ୫ ତାରିଖ ଯାଏଁ ଧୀବର ମାନଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । 

ଏହା ବି ପଢ଼ନ୍ତୁ:-BJP ପୂର୍ବରୁ କଂଗ୍ରେସର ଖେଳ ବିଗାଡ଼ିବ TMC! ମିଶନ୍ ୨୦୨୪ ପାଇଁ ମମତାଙ୍କ ଗେମ୍ ପ୍ଲାନ୍ ପ୍ରସ୍ତୁତ, ଏହା ହେଉଛି ରଣନୀତି

ଏହା ବି ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!