ପରୀ ପରିବାରଙ୍କୁ ୯ ଲକ୍ଷ କ୍ଷତିପୂରଣ
Advertisement
Article Detail0/zeeodisha/odisha840203

ପରୀ ପରିବାରଙ୍କୁ ୯ ଲକ୍ଷ କ୍ଷତିପୂରଣ

  ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ଘଟଣାରେ (Pari Murder Case) ପରୀ ପରିବାରକୁ (Pari Family) ମିଳିବ ୯ ଲକ୍ଷ ଟଙ୍କାର କ୍ଷତିପୂରଣ । ଏହି କ୍ଷତିପୂରଣ ଦେବ ଆଇନସେବା ପ୍ରାଧିକରଣ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାଧିକରଣ ଏହି କ୍ଷତିପୂରଣ ରାଶି ଦେବାକୁ ସ୍ଥିର କରିଛି ।  

ପରୀ ପରିବାରଙ୍କୁ ୯ ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର:  ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ଘଟଣାରେ (Pari Murder Case) ପରୀ ପରିବାରକୁ (Pari Family) ମିଳିବ ୯ ଲକ୍ଷ ଟଙ୍କାର କ୍ଷତିପୂରଣ । ଏହି କ୍ଷତିପୂରଣ ଦେବ ଆଇନସେବା ପ୍ରାଧିକରଣ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାଧିକରଣ ଏହି କ୍ଷତିପୂରଣ ରାଶି ଦେବାକୁ ସ୍ଥିର କରିଛି । 

ଅଧିକ ପଢନ୍ତୁ: ୮ରୁ ନବମ ଓ ଏକାଦଶ ପାଠପଢା, ଏହି ଦିନ ହେବ ପରୀକ୍ଷା

ମିଳିଥିବା ସୂଚନା ମୁତାବକ ପରୀ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ଅଧିକ ପଢନ୍ତୁ: ଜିମ ବାହାରେ ଭାଇ ସୌଭିକଙ୍କ ସହ ରିୟା ଚକ୍ରବର୍ତ୍ତି, ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ତେବେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଭିକ୍ଟିମ କମ୍ପାନସେସନ କମିଟି ପକ୍ଷରୁ ଏ ସମ୍ପର୍କରେ ଦରଖାସ୍ତର ବିଚାର କରାଯାଇ ପରୀର ପରିବାର ସଦସ୍ୟଙ୍କୁ ୯ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିଲା । ଗଠିତ କମିଟିରେ ନୟାଗଡ଼ ଜିଲ୍ଲା ଜଜ୍, ଜିଲ୍ଲାପାଳ, ଏସପି, ସିଡିଏମଓ, ପବ୍ଲିକ ପ୍ରସିକ୍ୟୁଟର ସଦସ୍ୟ ରହିଥିଲେ । କମିଟି ସଦସ୍ୟଙ୍କ କହିବା ମୁତାବକ କ୍ଷତିପୂରଣ ରାଶିର ୫୦ ପ୍ରତିଶତ ତୁରନ୍ତ ପ୍ରଦାନ କରାଯିବାକୁ ଥିବା ବେଳେ ଅବଶିଷ୍ଟ ଘଟଣା ସମ୍ପର୍କିତ ମାମଲାର ଟ୍ରାଏଲ ସରିବା ପରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । 

ଅଧିକ ପଢନ୍ତୁ: ଜୀବନ ନେଲା ଦୁଇ ବୁନ୍ଦା!

ସୂଚନାଯୋଗ୍ୟ ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ରେ ପରୀର କିଛି ହାଡ଼, ଖପୁରୀ, ଦାନ୍ତ ଓ କେଶ ମିଳିଥିଲା । ପରବର୍ତ୍ତି ସମୟରେ ଏହି ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।