୮ରୁ ନବମ ଓ ଏକାଦଶ ପାଠପଢା, ଏହି ଦିନ ହେବ ପରୀକ୍ଷା
Advertisement

୮ରୁ ନବମ ଓ ଏକାଦଶ ପାଠପଢା, ଏହି ଦିନ ହେବ ପରୀକ୍ଷା

ଦୀର୍ଘ ୧୦ ମାସ ପରେ ସ୍କୁଲ (School reopen) ପିଣ୍ଡା ମାଡିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସରୁମ ପାଠପଢା (Class Room Study) ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୮ରୁ ନବମ ଓ ଏକାଦଶ ଛାତ୍ରଛାତ୍ରୀ ସ୍କୁଲ ଯିବେ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଶେଷରେ ପୂରଣ ହେଲା ସମସ୍ତଙ୍କ ମନସ୍କାମନା! ଫେବୃଆରୀ ୮ରୁ ରାଜ୍ୟରେ ହେବ ନବମ ଓ ଏକାଦଶ ଶ୍ରେଣୀ କ୍ଲାସରୁମ୍ ପାଠପଢା। ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ସାମନ ଦିନରୁ ପାଠପଢା ଆରମ୍ଭ ହେବ। ତେବେ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି।

ଦୀର୍ଘ ୧୦ ମାସ ପରେ ସ୍କୁଲ (School reopen) ପିଣ୍ଡା ମାଡିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସରୁମ ପାଠପଢା (Class Room Study) ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୮ରୁ ନବମ ଓ ଏକାଦଶ ଛାତ୍ରଛାତ୍ରୀ ସ୍କୁଲ ଯିବେ। ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣା (Covid Guidline) ବାଧ୍ୟତାମୂଳକ ହେବ। କିନ୍ତୁ ଦଶମ ଓ ଦ୍ୱାଦଶ ପାଇଁ ଦିଆଯାଇଥିବା ଗାଇଡଲାଇନ ସମ୍ପୂର୍ଣ୍ଣ ଭାବେ ନବମ ଓ ଏକାଦଶରେ ଲାଗୁ ହେବ ନାହିଁ।

Also Read: କାଲିଠୁ ଅଙ୍ଗନବାଡ଼ି, ନବମ ଓ ଏକାଦଶ ପାଳି କେବେ ?

ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଗାଇଡଲାଇନ:

  • ଫେବୃଆରୀ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପାଠପଢା ହେବ।
  • ସପ୍ତାହକୁ ୬ ଦିନ ପାଠପଢା ହେବ, ପୂର୍ବଭଳି ରବିବାର ସ୍କୁଲ ଛୁଟି ରହିବ।
  • ବିନା ବ୍ରେକରେ ସକାଳ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ।
  • ଦିନକୁ ମାତ୍ର ୩ଟି ପରିୟଡ ରହିବ।
  • ଆଞ୍ଚଳିକ ପାଣିପାଗ (Regional climate) କୁ ଦେଖି ସ୍କୁଲ ସମୟ ପରିବର୍ତ୍ତନ କରାଯାଇପାରେ।
  • ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୟୁନିଟ୍ ଟେଷ୍ଟ (Unit Test)।
  • ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା (Annual Exam)।
  • ଶିକ୍ଷକ ଅଭାବ ହେଲେ ସ୍ନାତକ ଡିଗ୍ରୀଧାରୀ ପ୍ରାଥମିକ ଶିକ୍ଷକ (Primary teacher)  ମାଧ୍ୟମିକ ସ୍କୁଲରେ ପଢାଇବେ।
  • ଅବସରପ୍ରାପ୍ତ ଓ ଅତିଥି ଶିକ୍ଷକଙ୍କୁ ବି ସୁଯୋଗ ମିଳିପାରେ।
  • ଜାନୁଆରୀ ୩ର ଗାଇଡଲାଇନ ଅନୁସାରେ ପିଲାଙ୍କ ହଷ୍ଟେଲ ରହଣୀ।

Also Read: ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ? 

ଅନ୍ୟପଟେ ନବମ ଓ ଏକାଦଶ କ୍ଲାସରୁମ ପାଠପଢା ପାଇଁ ଦଶମ ଓ ଦ୍ୱାଦଶଙ୍କ ସମୟ ସାରଣୀରେ ସାମାନ୍ୟ ପରିବର୍ତନ କରାଯାଇଛି। 

  • ଏଣିକି ୧୧ଟାରୁ ଅପରାହ୍ଣ ୪ଟା ଯାଏଁ କ୍ଲାସ ଚାଲିବ। 
  • ୭ଟି ପରିୟଡ ପାଠାପଢା ହେବ।
  • ଅପରାହ୍ଣ ଗୋଟେ ୩୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ଣ ଭୋଜନ ବ୍ରେକ। 
  • ଦ୍ୱିତୀୟ ପର୍ଯ୍ୟାୟ କ୍ଲାସ ଆରମ୍ଭର ୩୦ ମିନିଟ ପୂର୍ବରୁ ଶିକ୍ଷକମାନେ ସ୍କୁଲରେ ପହଞ୍ଚିବେ।
  • ପ୍ରଥମ ପର୍ଯ୍ୟାୟ ବା ସକାଳେ ଆସିଥିବା ଶିକ୍ଷକ ଦିନ ଗୋଟାଏ ଯାଏଁ ସ୍କୁଲରେ ରହିପାରିବେ। 
  • ପରବର୍ତ୍ତି ସିଲାବସ ଅନୁସାରେ ପିଲାଙ୍କ ରୁଟିନ ଓ ଲେସନ୍ ସ୍କିମ୍ ତିଆରି ହେବ।

ସେହିପରି ଫେବୃଆରୀ ୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ (+2 form fillup) ଆରମ୍ଭ ହେବ। ୧୨ ଯାଏଁ ଏକ୍ସ-ରେଗୁଲାର, ୧୨ରୁ ୨୪ ରେଗୁଲାର ଓ ଶେଷରେ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। ଫର୍ମ ପୂରଣ ଦେୟ ୫୨୦ ଟଙ୍କା ରଖାଯାଇଛି।