ସାବଧାନ!! ପେଟ୍ରୋଲରେ ମିଶୁଛି 'ନୀର', ଜାଣନ୍ତୁ ଆଜି ରାଜ୍ୟରେ କେତେ ଅଛି ପେଟ୍ରୋଲ-ଡିଜେଲ ଦର
Advertisement
Article Detail0/zeeodisha/odisha1400324

ସାବଧାନ!! ପେଟ୍ରୋଲରେ ମିଶୁଛି 'ନୀର', ଜାଣନ୍ତୁ ଆଜି ରାଜ୍ୟରେ କେତେ ଅଛି ପେଟ୍ରୋଲ-ଡିଜେଲ ଦର

Petrol Diesel Prices today: ପେଟ୍ରୋଲ ପମ୍ପଠାରୁ ମାତ୍ର ୩୦୦ ମିଟର ବାଟ ଗଲାପରେ ଗାଡ଼ିଟି ଅଟକି ଯାଇଥିଲା। ଗ୍ୟାରେଜରେ ଖୋଲି ଦେଖିଲା ବେଳକୁ ଟାଙ୍କିରେ ଥିଲା ଗୋଟିଏ ଲିଟର ପାଣି। ପେଟ୍ରୋଲ ଅପମିଶ୍ରଣ ଅଭିଯୋଗରେ ଧୀଳନ ପେଟ୍ରୋଲ ପମ୍ପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି।

ସାବଧାନ!! ପେଟ୍ରୋଲରେ ମିଶୁଛି 'ନୀର', ଜାଣନ୍ତୁ ଆଜି ରାଜ୍ୟରେ କେତେ ଅଛି ପେଟ୍ରୋଲ-ଡିଜେଲ ଦର

Water in Petrol, ବ୍ରହ୍ମପୁର: ପ୍ରାୟତଃ ସମୟରେ ପେଟ୍ରୋଲରେ ପାଣି ମିଶୁଥିବା ଅଭିଯୋଗ ଆସିଥାଏ। ଆଉ ଏହି ଏହି ପାଣି ମିଶା ପେଟ୍ରୋଲ ବ୍ୟବହାର କରି ଗ୍ରହକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବେଳେ ବେଳେ ଏଥିପାଇଁ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ସୋମବାର ବ୍ରହ୍ମପୁର, କନିଷି ହାଟର ସନ୍ତୋଷ ଜେନା ମଧ୍ୟ ସେହି ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେ ଏକ ପେଟ୍ରୋଲ ପମ୍ପରୁ ବାଇକରେ ତେଲ ପକାଇ ହଟହଟା ହୋଇଛନ୍ତି। ପାଞ୍ଚ ଲିଟର ପେଟ୍ରୋଲରେ ତାଙ୍କର ବାଇକ ମାତ୍ର ୩୦୦ ମିଟର ଗଡିଲା ପରେ ବନ୍ଦ ହୋଇଯାଇଥିଲାଯ

ବ୍ରହ୍ମପୁର କନିସିସ୍ଥିତ ଧୀଳନ ପେଟ୍ରୋଲ ପମ୍ପରେ ସୋମବାର ରାତିରେ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି। ଆଉ ଏହାର କାରଣ ହେଉଛି ଅପମିଶ୍ରିତ ପେଟ୍ରୋଲ। ଅଭିଯୋଗ ଅନୁସାରେ, କନିଷି ହାଟର ସନ୍ତୋଷ ଜେନା ନିଜ ମଟର ସାଇକେଲରେ ପାଞ୍ଚ ଲିଟର ପେଟ୍ରୋଲ ପକାଇଥିଲେ। ପେଟ୍ରୋଲ ପମ୍ପଠାରୁ ମାତ୍ର ୩୦୦ ମିଟର ବାଟ ଗଲାପରେ ଗାଡ଼ିଟି ଅଟକି ଯାଇଥିଲା। ସେ ସଙ୍ଗେ ସଙ୍ଗେ ମେକାନିକାଲକୁ ଡକାଇ ଦେଖାଇଲେ। ତେବେ ସେଥିରେ ପେଟ୍ରୋଲ ସହିତ ଗୋଟିଏ ଲିଟର ପାଣି ବାହାରି ଥିଲା। 

Also Read: କଟକରେ ତାଲିବାନୀ ଶାସନ! ଭିଡିଓ ଭାଇରାଲ ପରେ ଏମିତି କହିଲା ପୋଲିସ

ପେଟ୍ରୋଲ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ, ସନ୍ତୋଷ ସଙ୍ଗେ ସଙ୍ଗେ ଏସମ୍ପର୍କରେ ପେଟ୍ରୋଲ କର୍ମଚାରୀଙ୍କୁ ଜଣାଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପେଟ୍ରୋଲ ପମ୍ପରେ ପ୍ରବଳ ଜନଗହଳି ହୋଇଥିଲା। ପରେ କିଛି ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା। କିନ୍ତୁ କନିସିସ୍ଥିତ ଧୀଳନ ପେଟ୍ରୋଲ ପମ୍ପରେ ଏହା ପ୍ରଥମ ଅପମିଶ୍ରିତ ମାମଲା ନୁହଁ। ଏହା ପୂର୍ବରୁ ଅନେକ ଥର ପେଟ୍ରୋଲରେ ପାଣି ଥିବା ଅଭିଯୋଗ ହୋଇଛି। ତେଣୁ ଉକ୍ତ ପେଟ୍ରୋଲ ପମ୍ପ ବିରୋଧରେ କାରାର୍ଯ୍ୟାନୁଷ୍ଠନା ନେବାକୁ ସାଧାରଣରେ ଦାବି ହେଉଛି।

ଗୋଟିଏ ପଟେ ମହଙ୍ଗା ତେଲ ଓ ଅନ୍ୟପଟେ ପେଟ୍ରୋଲ ପମ୍ପ ମାଲିକଙ୍କ ଅବହେଳା ଗ୍ରହକଙ୍କୁ ଅନେକ ସମସ୍ୟାରେ ପକାଉଛି। ସେପ୍ଟେମ୍ବର ୧୮ରେ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଲିଟର ପେଟ୍ରୋଲ ୧୦୩.୦୪ ଟଙ୍କା ଓ ଡିଜେଲ ୯୪.୬୧ ଟଙ୍କା ରହିଛି। ଗଞ୍ଜାମରେ ଏହା କ୍ରମଶଃ ୧୦୪.୬୬ ଟଙ୍କା ଓ ୯୬.୧୭ ଟଙ୍କାରେ ବିକ୍ରି ହେଉଛି। ମାଲକାନଗିରିରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଉପରେ ରହିଛି। ଉପାନ୍ତବାସୀଙ୍କୁ ଗୋଟିଏ ଲିଟର ପେଟ୍ରୋଲ ପାଇଁ ୧୦୮.୯୨ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ୧୦୦.୯୨ ଟଙ୍କାରେ ଡିଜେଲ କିଣିଛନ୍ତି। 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।