୧୦ ଦଫା ଦାବିରେ ହଳଦୀପଦା ଷ୍ଟେସନ ଠାରେ ରେଳରୋକ ଓ ଧାରଣା
Advertisement
Article Detail0/zeeodisha/odisha1178920

୧୦ ଦଫା ଦାବିରେ ହଳଦୀପଦା ଷ୍ଟେସନ ଠାରେ ରେଳରୋକ ଓ ଧାରଣା

ଷ୍ଟେସନ ର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଉପଭୋକ୍ତା ମଞ୍ଚ ଏବଂ ପ୍ରଗତିପଥ ମଞ୍ଚ ପକ୍ଷରୁ ହଳଦୀପଦା ଷ୍ଟେସନ ସମ୍ମୁଖରେ ‌ବିକ୍ଷୋଭ ଓ ଧାରଣା ଦିଆଯାଇଛି।

୧୦ ଦଫା ଦାବିରେ ହଳଦୀପଦା ଷ୍ଟେସନ ଠାରେ ରେଳରୋକ ଓ ଧାରଣା

ବାଲେଶ୍ଵର: ବାଙ୍ଗିରିପୋଷି-ଭୂବନେଶ୍ବର ସୁପରଫାଷ୍ଟ ଟ୍ରେନ ରହଣୀ ଏବଂ ଷ୍ଟେସନ ର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଉପଭୋକ୍ତା ମଞ୍ଚ ଏବଂ ପ୍ରଗତିପଥ ମଞ୍ଚ ପକ୍ଷରୁ ହଳଦୀପଦା ଷ୍ଟେସନ ସମ୍ମୁଖରେ ‌ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଦୀର୍ଘ ୮ ବର୍ଷ ଧରି ହଳଦୀପଦା  ରେଳ ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ ରହିଆସୁଥିଲା। କୋରୋନା କଟକଣା ପାଇଁ  ୨ ବର୍ଷ ଧରି ସମସ୍ତ ଯାତ୍ରୀବାହୀ ଟ୍ରେନ କୁ ସରକାର ବାତିଲ କରିଥିଲେ। 

ଏବେ ସରକାର କିଛି କିଛି ଟ୍ରେନ ଚଳାଚଳ କରିଥିବା ବେଳେ ହଳଦୀପଦା ଷ୍ଟେସନ ଠାରେ ରହୁନାହିଁ। ରେଳ ବ୍ୟବହାରକାରୀ ସଂଘ ପକ୍ଷରୁ ରେଳ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ ରେଳ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସକାଳ ୬ ଟାରୁ ରେଳ ରୋକ କରାଯାଇତିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବା ନେଇ ଚେତାବନୀ ଦିଆଇଛନ୍ତି।