Puri: ବଡଦାଣ୍ଡରେ ବୁଲିଲା ଖଣ୍ଡା, ୩ ଗୁରୁତର
Advertisement

Puri: ବଡଦାଣ୍ଡରେ ବୁଲିଲା ଖଣ୍ଡା, ୩ ଗୁରୁତର

Puri Attack: ପୁଣି ଅଶାନ୍ତ ହୋଇପଡ଼ିଛି ପୁରୀ । କିଛିଦିନର ନିରବତା ପରେ ବଡଦାଣ୍ଡରେ ପୁଣି ବୁଲିଛି ଖଣ୍ଡା। ବଡଦାଣ୍ଡ ମାର୍କେଟ ଛକରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ଯରେ ହଣାହଣି ହୋଇଥିବା ସୂଚନା ମିଳିଛି । ୧୫ରୁ ଅଧିକ ଯୁବକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ୩ ଯୁବକ । 

Puri: ବଡଦାଣ୍ଡରେ ବୁଲିଲା ଖଣ୍ଡା, ୩ ଗୁରୁତର

Puri Attack: ପୁଣି ଅଶାନ୍ତ ହୋଇପଡ଼ିଛି ପୁରୀ । କିଛିଦିନର ନିରବତା ପରେ ବଡଦାଣ୍ଡରେ ପୁଣି ବୁଲିଛି ଖଣ୍ଡା। ବଡଦାଣ୍ଡ ମାର୍କେଟ ଛକରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ଯରେ ହଣାହଣି ହୋଇଥିବା ସୂଚନା ମିଳିଛି । ୧୫ରୁ ଅଧିକ ଯୁବକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ୩ ଯୁବକ । ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେପଟେ ଅପରାଧିଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ତିନି ଜଣ ଆହତଙ୍କ ମଧ୍ୟରୁ ଜୁଏଲ ଦାସଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ବେଳେ। ଅନ୍ଯ ଆହତ ଦୁଇ ଜଣ ଖଗେଶ୍ବର ସାହୁ ଓ ହୃଶିକେଶ ପଣ୍ଡାଙ୍କର ପୁରୀ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ବଡଦାଣ୍ଡରେ ମରଣାନ୍ତକ ଆକ୍ରମଣ ଘଟଣାରେ ଅପରାଧିଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କଲା ପୋଲିସ ।  ଏହି ଘଟଣାରେ କୁମ୍ଭାରପଡା ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସେପଟେ ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଏଭଳି ଖଣ୍ଡାଚୋଟ ଦେଖି ଆତଙ୍କିତ ହୋଇପଡିଥିଲେ। ଘଟଣା ଘଟିବା ସମୟରେ ମାର୍କେଟ ଛକରେ ଥିବା ଦୋକାନୀ ଓ ସାଧାରଣ ଭକ୍ତମାନେ ଆହତ ଯୁବକ ମାନଙ୍କୁ ଉଦ୍ଧାର କରିବାକୁ ସାହସ କରିନଥିଲୋ । ତେବେ ଏହି ଘଟଣାର ଛାନଭିନ ଜାରି ରଖିଛି ପୋଲିସ । ସେପଟେ ଏହି ଅପରାଧ ପଛରେ କାରଣ ଏଯାଏଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଅପରାଧି ମାନେ ମାର୍କଣ୍ତଶ୍ୱର ସାହି ଓ ତାର ଆଖପାଖ ଅଞ୍ଚଳର ବୋଲି କହିଛନ୍ତି ଜଣେ ପ୍ରତ୍ଯକ୍ଷଦର୍ଶୀ ପୋଲିସ ଆଗରେ କହିଛନ୍ତି । ମାର୍କେଟ ଛକ ଆକ୍ରମଣ ଘଟଣାରେ ଦୁଇ ଜଣ ଅଟକ।

ସେହିପରି କିଛି ଦିନ ତଳେ ପୁରୀରେ ୪ ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଭୁଜାଲି ଚୋଟରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସେବୟତଙ୍କୁ ଗୋଟାଳିରେ ପିଟିଥିଲେ ଆକ୍ରମଣକାରୀ ।

ଅଧିକ ଅପଡ଼େପ ପାଇଁ ଯୋଡ଼ି ହୋଇ ରୁହନ୍ତୁ.....