Rasamanjari Devi Passes Away: ଆଠଗଡ଼ ନିର୍ବାଚନମଣ୍ଡଳୀରୁ ସେ ଏକମାତ୍ର ମହିଳା ବିଧାୟିକା ଥିଲେ । ଏହା ବ୍ୟତୀତ ପୂର୍ବତନ କଟକ ଜିଲ୍ଲାପରିଷଦ ଉପସଭାପତି ଏବଂ ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ଭାବେ ରାସମଞ୍ଜରୀ ଦେବୀ ଦାୟିତ୍ୱ ନିର୍ବାହ କରିଛନ୍ତି । ରାସମଞ୍ଜରୀ ଦେବୀ ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଣୀ ରାସମଞ୍ଜରୀ ଦେବୀ ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା ।
Trending Photos
Rasamanjari Devi Passes Away: ଆଠଗଡ଼ ନିର୍ବାଚନମଣ୍ଡଳୀ (Athagarh Assembly Constituency) ର ପ୍ରଥମ ମହିଳା ବିଧାୟିକା ତଥା ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ଦେହାନ୍ତ (Rasamanjari Devi Death) ହୋଇଯାଇଛି । ଆଠଗଡ଼ ନିର୍ବାଚନମଣ୍ଡଳୀରୁ ସେ ଏକମାତ୍ର ମହିଳା ବିଧାୟିକା ଥିଲେ । ଏହା ବ୍ୟତୀତ ପୂର୍ବତନ କଟକ ଜିଲ୍ଲାପରିଷଦ ଉପସଭାପତି ଏବଂ ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ଭାବେ ରାସମଞ୍ଜରୀ ଦେବୀ ଦାୟିତ୍ୱ ନିର୍ବାହ କରିଛନ୍ତି । ରାସମଞ୍ଜରୀ ଦେବୀ (Rasamanjari Devi) ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଣୀ ରାସମଞ୍ଜରୀ ଦେବୀ (Rasamanjari Devi) ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା ।
ଫେବୃଆରୀ ୨୫ରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଗତକାଲି ଅର୍ଥାତ ଫେବୃଆରୀ ୨୬ ରାତି ପ୍ରାୟ ୯ଟାରେ ରାସମଞ୍ଜରୀ ଦେବୀ (Rasamanjari Devi) ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ସମୟରେ ରାଜା ବୀରପ୍ରତାପ କ୍ଷତ୍ରୀୟ ବୀରବର ଚମୁପତି ସିଂହ ମହାପାତ୍ର, କୁମାର ସାହେବ ଏୟାର୍ ଇଣ୍ଡିଆର ଅବସରପ୍ରାପ୍ତ ମ୍ୟାନେଜର୍ ବିଜୟପ୍ରତାପ ସିଂହଦେଓ, ମଝିଆ ଜେମା କବିତା ଦେବୀ, ଜ୍ବାଇଁ ରଣେନ୍ଦ୍ରପ୍ରତାପ ସିଂହଦେଓ, ସାନ ଜେମା ମମତା ଦେବୀଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ରାସମଞ୍ଜରୀ ଦେବୀ (Rasamanjari Devi) ଙ୍କ ନିଧନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଆଗଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ (Rasamanjari Devi) ଙ୍କ ବିୟୋଗରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ସମର୍ଥନ କରିଛନ୍ତି । ରାସମଞ୍ଜରୀ ଦେବୀ ବିଧାନସଭାର ପୂର୍ବତନ ସଦସ୍ୟ ଥିଲେ ।
ଏଠାରେ କହି ରଖୁଛୁ ଯେ, ରାସମଞ୍ଜରୀ ଦେବୀ (Rasamanjari Devi) ସୋନପୁର ମହାରାଜା କୁମାର ଯଶୋବନ୍ତ ସିଂହଦେଓ ଓ ମହାରାଣୀ ତ୍ରିଦୋଶେଶ୍ୱରୀଙ୍କ ଏକମାତ୍ର ଝିଅ ଥିଲେ । ରାସମଞ୍ଜରୀ ଦେବୀ (Rasamanjari Devi) ୧୯୨୭ ନଭେମ୍ବର ୧୯ରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରେ ରାସମଞ୍ଜରୀ ଦେବୀ (Rasamanjari Devi) ତିଗିରିଆ ଗଡ଼ଜାତର ଶାସକ ରାଜା ରାଜଶ୍ରୀ ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ । ତତ୍କାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ରାସମଞ୍ଜରୀ ଦେବୀ ୧୯୬୭ ମସିହାରେ ରାଜନୀତିକୁ ଆସିଥିଲେ ।
ଅଧିକ ପଢ଼ନ୍ତୁ:-ଭାରତର ଏହି କ୍ରିକେଟରଙ୍କ ୩ ବର୍ଷ ପରେ ହଠାତ୍ ଖୋଲିଲା ଭାଗ୍ୟ, ସିଧାସଳଖ ହେଲେ ଦଳର ଅଧିନାୟକ
ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ, ପେନସନରେ ହେବ ଏତେ ବୃଦ୍ଧି!
ଅଧିକ ପଢ଼ନ୍ତୁ:-ତୃତୀୟ ଟେଷ୍ଟରୁ ବାହାର ହେଲେ ଏହି ୪ ବଡ଼ ମ୍ୟାଚ୍ ୱିନର ଖେଳାଳି, ବର୍ତ୍ତମାନ ଟିମ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ବି ହେଲା କଷ୍ଟକର
ରାସମଞ୍ଜରୀ ଦେବୀ (Rasamanjari Devi) ୧୯୭୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍ ତଥା ସମଗ୍ର ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ରାସମଞ୍ଜରୀ ଦେବୀ (Rasamanjari Devi) ୧୯୬୯, ୧୯୭୧ ଓ ୧୯୭୪ରେ କ୍ରମାଗତ ତିନିଥର ଆଠଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ସ୍ୱଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେବେ ୧୯୭୭ ମସିହାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରସାନନ୍ଦ ସାହୁଙ୍କୁ ପ୍ରାୟ ୬ ହଜାର ୫୦୦ ଭୋଟ୍ରେ ପରାସ୍ତ କରି ରାସମଞ୍ଜରୀ ଦେବୀ ୨ ବର୍ଷ ୮ ମାସ ପାଇଁ ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।