Rath Yatra 2023: ୧୫ ଦିନରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ହୋଇଉଠିଛି ରଥଖଳା
Advertisement
Article Detail0/zeeodisha/odisha1686417

Rath Yatra 2023: ୧୫ ଦିନରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ହୋଇଉଠିଛି ରଥଖଳା

Ratha Khala Update: ଆଜିକୁ ମିଶାଇ ୧୫ ଦିନରେ ପହଞ୍ଚିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ଉଭୟ ଭୋଇ ସେବକ ଏବଂ କମାର ସେବକ ରଥ ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ ଆଗେଇ ନେଉଛନ୍ତି।

Rath Yatra 2023: ୧୫ ଦିନରେ ପହଞ୍ଚିଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ହୋଇଉଠିଛି ରଥଖଳା

Ratha Construction Work Reaches in 15 Days: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜି ୧୫ ଦିନରେ ପହଞ୍ଚିଛି। ଆସନ୍ତା ଶୁକ୍ରବାର ଭଉଁରି ତିଥିରେ ୬ ଚକ ଏବଂ ୩ ଅଖ ଡେରା ହେବାର ବିଧି ରହିଥିବାରୁ ଏହି କାର୍ଯ୍ୟରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ୬ ଚକ ପ୍ରସ୍ତୁତ ହୋଇ ସାରିଥିବା ବେଳେ ୩ ଅଖ ପାଇଁ କାଠ ହଣା ଚାଲୁ ରହିଛି। ଗୁଜ, କୁଡ଼ୁକା ନିର୍ମାଣ ମଧ୍ୟ ଚାଲିଛି। ରଥ ନିର୍ମାଣକାରୀ ସେବକ  ସବୁ ଦିନ ପରି ସକାଳ ଆଠଟାରେ ରଥଖଳାରେ ଉପସ୍ଥିତ ହେବା ସହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଳଧ୍ୱଜ ରଥର ମୋଟ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇଛି।  

ଏତତ୍ ବ୍ୟତୀତ ତାଳଧ୍ୱଜ ରଥର ମୋଟ ୪ ଗୋଟି ପଡି ନାହାକା ଚକ ମଧ୍ୟରୁ ଦୁଇ ଚକର ପଇପିନ୍ଧା ପରେ ଚକ କଳଶା ପରେ ତୂମ୍ବରେ ଅଖ ବିନ୍ଧ ଖଳା କାମ ଚାଲୁଛି। ଆଉ ଦୁଇଟି ପଡି ନାହାକା ଚକରୁ ଗୋଟିଏ ଚକ ପାଇଁ ପଇ ବିନ୍ଧା ଚାଲିଥିବା ବେଳେ ଅନ୍ୟ ଚକପାଇଁ ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ସରି ଅର ସାଲ କାର୍ଯ୍ୟ ଅର୍ଥାତ ଆରରେ ପଇ ପିନ୍ଧା ପୂର୍ବରୁ ଅର ଗୁଡିକର ବଳକା ଅଂଶ କଟାଯାଇ ସାଲ କାର୍ଯ୍ୟ ଶେଷ ହୋଇଅଛି। ଦର୍ପଦଳନ ରଥର ୪ ଗୋଟି ନାହାକା ଚକରୁ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇଅଛି। ଅନ୍ୟ ଦୁଇ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ରଥ ଚକର କିଳା କଟା ପଇତା ପକା କାର୍ଯ୍ୟ ବାକି ରହିଅଛି।

ଏତତ୍ ବ୍ୟତୀତ ଦେବୀ ରଥ ତଥା ଦର୍ପଦଳନ ରଥର ୪ ଗୋଟି ପଡି ନାହାକା ଚକରୁ ଗୋଟିଏ ପଡି ନାହାକା ଚକର ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ଅର ଗୁଡିକର ସାଲ କାଯ୍ୟ ପରେ ତୂମ୍ବରେ ଅଖ ବିନ୍ଧ କାର୍ଯ୍ୟ ଜାରି ରହଛି। ଅନ୍ୟ ପଡି ନାହାକା ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ସେହିପରି ନନ୍ଦିଘୋଷ ରଥର ମୋଟ ଚାରି ଗୋଟି ନାହାକା ଚକରୁ ଦୁଇ ଗୋଟି ନାହାକା ଚକ ନିର୍ମାଣ ଶେଷ ହୋଇଥିବା ବେଳେ, ଆଉ ଦୁଇଟି ନାହାକା ଚକରୁ ଗୋଟିକର ପଇ କଳଶା କାଯ୍ୟ ହେଉଥିବାବେଳେ ଅନ୍ୟ ନାହାକା ଚକର ତୂମ୍ବରେ ଅଖ ବିନ୍ଧ ଖୋଳା ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି।

ଏତତ୍ ବ୍ୟତୀତ ନନ୍ଦିଘୋଷ ରଥର ୪ ଗୋଟି ପଡି ନାହାକା ଚକରୁ ଗୋଟିଏ ଚକ ପାଇଁ ଆବଶ୍ୟକ ପଇ ଗୁଡିକରେ ବିନ୍ଧ କାର୍ଯ୍ୟ ଜାରୀ ରହିଥିବା ବେଳେ ଅନ୍ୟ ପଡିନାହାକା ଚକରେ ପଇ ପିନ୍ଧା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହିତ ଯନ୍ତା ଗାଡ଼ ଠାରେ ତିନି ରଥର ଆଉ ଗୋଟିଏ ଗୋଟିଏ ଚକ ପାଇଁ ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର କମାର ସେବକ ୩ ରଥ ପାଇଁ ଆବଶ୍ୟକ ନାହାକା ଚକ ପାଇଁ ଆବଶ୍ୟକ ପନ୍ଦାରି ଏବଂ ବକା ରଥ ଚାଳିକୁ ଯୋଗାଇବା ପରେ ତିନି ରଥର ପଡି ନାହାକା ଚକର ତୂମ୍ବରେ ଲାଗିବା ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ଜାରି ରଖିଛନ୍ତି।