Rourkela News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨୫ରୁ ଅଧିକ ଗୁରୁତର
Advertisement
Article Detail0/zeeodisha/odisha1627848

Rourkela News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨୫ରୁ ଅଧିକ ଗୁରୁତର

Accident News in Odia: ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ଘରୋଇ ବସ 'ପ୍ରଭା' ଚାନ୍ଦିପୋଷ ନିକଟରେ ଛିଡ଼ା ହୋଇଥିବା ଏକ ହାଇଓ୍ୱା ଟ୍ରକକୁ ଧକ୍କା ଦେଇଥିଲା। 

Rourkela News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୨୫ରୁ ଅଧିକ ଗୁରୁତର

Accident News in Odia: ରାଉରକେଲା: ଘରେ ପହଞ୍ଚିବାକୁ ଆଉ ଅଳ୍ପ ଦୂର ବାକି ଥିଲା। କିନ୍ତୁ ଅଧା ବାଟରେ ଯେପରି ଯମ ଛକି ବସିଥିଲା। ଘରେ ପହଞ୍ଚିବାର କେଇ ମୂହୁର୍ତ୍ତରୁ ନେଇଯାଇଥିଲା ୩ ଜୀବନ। ସୋମବାର ଭୋର ସମୟରେ ରାଉରକେଲାର ଚାନ୍ଦିପୋଷଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନାରହିଛି।

 

ମିଳିଥିବା ସୂଚନା ମୁତାବକ ଚାନ୍ଦିପୋଷ ନିକଟରେ ଏକ ହାଇଓ୍ୱା ଛିଡ଼ା ହୋଇଥିଲା। ତେବେ ଭୁବନେଶ୍ୱରରୁ ଦ୍ରୁତ ବେଗରେ ଆସୁଥିବା ପ୍ରଭା ବସ ଉକ୍ତ ହାଇଓ୍ୱାକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ବସର ଡାହାଣ ପାର୍ଶ୍ୱଟି ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଭୋର ସମୟ ହୋଇଥିବାରୁ ବସରେ କିଛି ଲୋକ ଶୋଇଥିଲେ। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। 

ସେହିପରି ୨୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ସେମାନଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାସମ୍ପର୍କରେ ଖବର ପାଇଁ କିଛି ସ୍ଥାନୀୟ ଲୋକେ, ପୋଲିସ କର୍ମୀ ଆସି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି। 

ଖବର ଅପଡେଟ ହେଉଛି।