'ଧାନ କ୍ୱିଣ୍ଟାଲକୁ ୩୦୦ ଟଙ୍କାରେ ମାଗୁଛନ୍ତି ସରକାରୀ ଦଲାଲ'
Advertisement

'ଧାନ କ୍ୱିଣ୍ଟାଲକୁ ୩୦୦ ଟଙ୍କାରେ ମାଗୁଛନ୍ତି ସରକାରୀ ଦଲାଲ'

ବର୍ଷାରେ ଧାନ ଭିଜିବା ଯୋଗୁ ଚାଷୀକୁଳକୁ (Farmers) ଏବେ ଅଭାବୀ ଧାନବିକ୍ରି ଚିନ୍ତା ଘାରୁଛି। ଏହାସହ ମୁନାଫାଖୋର ଧାନ ଦଲାଲ (Middleman) ସକ୍ରିୟ ହୋଇଥିବା ବେଳେ ଚାଷୀମାନେ କିପରି ଧାନ (Paddy) ବିକ୍ରି କରିବେ ସେ ଚିନ୍ତାରେ ସେମାନେ ଦିନ କାଟୁଛନ୍ତି।

'ଧାନ କ୍ୱିଣ୍ଟାଲକୁ ୩୦୦ ଟଙ୍କାରେ ମାଗୁଛନ୍ତି ସରକାରୀ ଦଲାଲ'

ସମ୍ବଲପୁର: ପଶ୍ଚିମ ଓଡିଶାର ଚାଷୀ ବେହାଲ, ଦଲାଲ ମାଲାମାଲ। ସରକାରୀ ରେଟ୍ ୧୮ରୁ ଊର୍ଦ୍ଧ୍ୱ ଟଙ୍କା ଥିବା ବେଳେ ଧାନ କିଲୋକୁ ୩ରୁ ୫ ଟଙ୍କାରେ ମାଗୁଛନ୍ତି ଦଲାଲ। ଏଭଳି ପରିସ୍ଥିତି ଏବେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳୁଛି।

ସମ୍ବଲପୁର (Sambalpur) ଜିଲ୍ଲାର ଚାଷୀଙ୍କ ଦୁଃଖକୁ ଅଦିନିଆ ବର୍ଷା ଦ୍ୱିଗୁଣିତ କରିଛି। ବର୍ଷାରେ ଧାନ ଭିଜିବା ଯୋଗୁ ଚାଷୀକୁଳକୁ (Farmers) ଏବେ ଅଭାବୀ ଧାନବିକ୍ରି ଚିନ୍ତା ଘାରୁଛି। ଏହାସହ ମୁନାଫାଖୋର ଧାନ ଦଲାଲ (Middleman) ସକ୍ରିୟ ହୋଇଥିବା ବେଳେ ଚାଷୀମାନେ କିପରି ଧାନ (Paddy) ବିକ୍ରି କରିବେ ସେ ଚିନ୍ତାରେ ସେମାନେ ଦିନ କାଟୁଛନ୍ତି।

 

ସମ୍ବଲପୁର ଦେବଗଡ ଜାତୀୟ ରାଜପଥର ଦୄଶ୍ୟ ବଣ୍ଣନା କରୁଛି ଜିଲ୍ଲାର ଚାଷୀଙ୍କ କରୁଣ ଦୁର୍ଦ୍ଦଶାର ଚିତ୍ର। ଜୟନ୍ତପୁର ପଞ୍ଚାୟତର କେନଘାଟି ଅଂଚଳର ଚାଷୀଙ୍କ ବର୍ଷ ତମାମର ଆଶା ଉପରେ ଅଦିନିଆ ବର୍ଷା ଦାଉ ସାଜି ସବୁ ବର୍ବାଦ କରିଦେଉଛି। ତେଵେ ଯାହା କିଛି ଓଦା ଧାନ ଚାଷୀଙ୍କ ରହିଛି ତାହା ବିକ୍ରି ହେବା ଆଶାରେ ଚାଷୀ ଜାତୀୟ ରାଜପଥରେ ଶୁଖାଇବାରେ ବ୍ୟସ୍ତ ଅଛି।

fallback
 
ଅନ୍ୟପଟେ ଏବେ ଚାଷୀଙ୍କ ପାଇଁ ମୁନାଫାଖୋର ଧାନ ଦଲାଲ ଦାଉ ସାଧି ଧାନକୁ ୩ ଟଙ୍କାରୁ ୫ ଟଙ୍କା କିଲୋପ୍ରତି ମାଗୁଥିବାର କରୁଣ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏବେ କଣ କରିବେ ଚାଷୀ ସେନେଇ ଚିନ୍ତାରେ ଦିନ କାଟୁଛନ୍ତି। ଜୟନ୍ତପୁର କେନଘାଟି ଅଞ୍ଚଳ କେବଳ ନୁହେଁ ଜିଲ୍ଲାର ସବୁ ଅଞ୍ଚଳରେ ଏବେ ଚାଷୀଙ୍କ ଏଭଲି ଚିନ୍ତା ଲାଗିରହିଛି। ଏପରିକି ଧାନ ଦଲାଲ ସହ ମିଲମାଲିକ ମିଳିତ ଭାବରେ ଚାଷୀଙ୍କ ଧାନ କମ ଦାମରେ ହାତେଇବା ପାଇଁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। 

 

ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି, ପ୍ଲାବନ ବହିଦାର, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ, ଆଶୁତୋଷ ସ୍ୱ।ଇଁଙ୍କ ନେତୃତ୍ୱରେ ଯୁବକଂଗ୍ରେସ ଟିମ କେନଘାଟି ଅଞ୍ଚଳକୁ ଯାଇ ଚାଷୀଙ୍କ ସହ ଆଳୋଚନା କରିଥିଲେ। ଏହା ସହ ଖୁବଶୀଘ୍ର ଯୁବ କଂଗ୍ରେସ ଏକ ଟିମ ଜିଲ୍ଲା ଯୋଗାଣ ବିଭାଗ ସହ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆଳୋଚନା କରିବ ବୋଲି ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି।

ଚଳିତବର୍ଷ ଚାଷୀଙ୍କ ଦୁଃଖ ଅଦିନିଆ ବର୍ଷା ବଢାଇ ଦେଇଥିବା ବେଳେ ଅଭାବୀ ଧାନ ବିକ୍ରି ପାଇଁ ଦଲାଲ ସକ୍ରିୟ ହୋଇଛନ୍ତି। ଦଲାଲଙ୍କ ଉପରେ ପ୍ରଶାସନିକ କାଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।