ଫ୍ଲାଇ ଓଭର ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର
Advertisement
Article Detail0/zeeodisha/odisha1211807

ଫ୍ଲାଇ ଓଭର ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର

ଆଜକୁ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ନିର୍ମାଣ ଆରମ୍ଭ ହୋଇଥିବା ଫ୍ଲାଇ ଓଭର ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ କାମରେ ଆସି ପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। 

ଫ୍ଲାଇ ଓଭର ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର

ସମ୍ବଲପୁର: ଫ୍ଲାଇ ଓଭର ନାମରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। ମଙ୍ଗଳବାର ହୋଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ଏଭଳି ଅଭିଯୋଗ କରିଛନ୍ତି ଲୋକେ। ଆଜକୁ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ନିର୍ମାଣ ଆରମ୍ଭ ହୋଇଥିବା ଫ୍ଲାଇ ଓଭର ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ କାମରେ ଆସି ପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବଲପୁର ର ଫ୍ଲାଇ ଓଭର ବ୍ରିଜ ଏବେ ଦିନକୁ ଦିନ ସମ୍ବଲପୁରବାସୀଙ୍କ ଦୁଃଖ ହେବାରେ ଲାଗିଛି। ଗତ ୨୦୧୪ ଜାନୁଆରୀରୁ ନିର୍ମାଣାଧୀନ ଫ୍ଲାଇ ଓଭର ବର୍ତ୍ତମାନ ପର୍ଯ୍ୟନ୍ତ ଲୋକାର୍ପଣ ହୋଇ ପାରିନାହିଁ। ଫ୍ଲାଇ ଓଭର ବ୍ରିଜର ଉପର କାମ ସରି ଯାଇଥିବା ବେଳେ ଏବେ ମାତ୍ର ସର୍ଭିସ ରୋଡ ପାଇଁ ଅଟକି ରହିଛି ଉଦଘାଟନ। ମଙ୍ଗଳବାର ଫ୍ଲାଇ ଓଭର ବ୍ରିଜକୁ ନେଇ DRDA ପ୍ରେକ୍ଷାଳୟରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଫ୍ଲାଇ ଓଭର ବ୍ରିଜକୁ ନେଇ ଆଲୋଚନା ହୋଇଥିଲା। ଲୋକେ ଅଭିଯୋଗ କରିଥିଲେ ଯେ କେବେ ମଧ୍ୟ ସମ୍ବଲପୁର ପାଇଁ ଫ୍ଲାଇ ଓଭର ବ୍ରିଜର ଆବଶ୍ୟକତା ନ ଥିଲା। ଯଦି ପ୍ରଶାସନ ଚିନ୍ତା କଲା ଯେ ଓଭର ବ୍ରିଜ ହେବ ତେବେ ପୂର୍ବରୁ ଜନ ଶୁଣାଣି ନ କରି ଜାଗା ସର୍ଭିସ ରୋଡ ବାବଦରେ ଚିନ୍ତା ନ କରି ଏବେ କାହିଁକି ଜନ ଶୁଣାଣି କରୁଛି ବୋଲି ଅଭିଯୋଗ କରିଛନ୍ତି ଲୋକେ। ଖାଲି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଏକ ପ୍ରହସନ ବୋଲି ସାଧାରଣରେ କୁହାଯାଇଛି। ପୂର୍ବରୁ ମାତୃ ନିବାସ ପକ୍ଷରୁ ସର୍ଭିସ ରୋଡ ପାଇଁ ସମସ୍ତ ସହଯୋଗ ଦିଆଯାଇଥିଲା ଏବେ ଏହାକୁ ଭାଙ୍ଗି ଯେଉଁ ଡ୍ରେନ କରାଯିବା କାର୍ଯ୍ୟକୁ ସାଧାରଣରେ ବିରୋଧ କରାଯାଇଛି।

ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ଯେ ଖୁବ ଶୀଘ୍ର ଏହା ସାଧାରଣ ଜନତାଙ୍କ ପାଇଁ ଲୋକାର୍ପଣ କରାଯିବ। ଖାଲି କିଛି ଜାଗାରେ ଟିକିଏ ଅସୁବିଧା ରହିଯାଇଛି ନହେଲେ ସମସ୍ତ କାର୍ଯ୍ୟ ପ୍ରାୟତଃ ସରି ଯାଇଛି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସମସ୍ତଙ୍କ ଅଭିଯୋଗ ଶୁଣାଯାଇଛି। ସରକାରୀ ସ୍ତରରେ ବିଚାର ବିମର୍ଶ ପରେ ଖୁବ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଫ୍ଲାଇ ଓଭର ଖୋଲିବ ବୋଲି କହିଥିଲେ ଅଧିକାରୀ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ, ତହସିଲଦାର, ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ  ଅଧିକାରୀଙ୍କ ସମେତ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ। ଗତ ୨୦୧୪ ବର୍ଷରୁ ୨୦୨୨ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ବ ହେବ ଲୋକଙ୍କ ପାଇଁ ଏହି ଫ୍ଲାଇ ଓଭର ବ୍ରିଜ ଅଭିଶାପ ନା ଆଶୀର୍ବାଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।