ଦୁର୍ନୀତି ତଦନ୍ତ ଦାବିରେ ଅନଶନ; ମୁହାଁମୁହିଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ-ସରପଞ୍ଚ
Advertisement
Article Detail0/zeeodisha/odisha1035909

ଦୁର୍ନୀତି ତଦନ୍ତ ଦାବିରେ ଅନଶନ; ମୁହାଁମୁହିଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ-ସରପଞ୍ଚ

ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିରେ ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ୨୫ ତାରିଖରୁ ପଞ୍ଚାୟତ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନଶନ କରିଥିବା ବେଳେ ଶୁକ୍ରବାର ସରପଞ୍ଚ ବି ଅନଶନରେ ବସିଛନ୍ତି। ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ଵିରୋଧରେ ସରପଞ୍ଚ ବିଭିନ୍ନ ଅଭିଯୋଗ ଆଣିବାରୁ ଏବେ ଉଭୟଙ୍କ ପାଇଁ ମୁହାଁମୁହିଁ ପରିସ୍ଥିତି ସୄଷ୍ଟି ହୋଇଛି।

ଦୁର୍ନୀତି ତଦନ୍ତ ଦାବିରେ ଅନଶନ; ମୁହାଁମୁହିଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ-ସରପଞ୍ଚ

ସମ୍ବଲପୁର: ଜିଲ୍ଲାର କବରାପାଲି ଗ୍ରାମପଞ୍ଚାୟତର ଦୁର୍ନୀତି ତଦନ୍ତକୁ ନେଇ ସରପଞ୍ଚ ଓ ବ୍ଳକର ପୂର୍ବତନ ଅଧ୍ୟକ୍ଷ ମୁହାଁମୁହିଁ ହୋଇଛନ୍ତି। ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିରେ ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ୨୫ ତାରିଖରୁ ପଞ୍ଚାୟତ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନଶନ କରିଥିବା ବେଳେ ଶୁକ୍ରବାର ସରପଞ୍ଚ ବି ଅନଶନରେ ବସିଛନ୍ତି। ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ଵିରୋଧରେ ସରପଞ୍ଚ ବିଭିନ୍ନ ଅଭିଯୋଗ ଆଣିବାରୁ ଏବେ ଉଭୟଙ୍କ ପାଇଁ ମୁହାଁମୁହିଁ ପରିସ୍ଥିତି ସୄଷ୍ଟି ହୋଇଛି।

ଜୁଯୋମୁରା ବ୍ଳକର କବରାପାଲି ପଞ୍ଚାୟତକୁ ନେଇ ଏବେ ପୁଣି ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି। ପଞ୍ଚାୟତର ଦୁର୍ନୀତିକୁ ନେଇ ଏବେ ସରପଞ୍ଚ ଓ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କବରାପାଲି ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ବିରୋଧରେ ଦୁର୍ନୀତି ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ ଦାବିରେ ପଞ୍ଚାୟତ କାଯ୍ୟାଳୟ ବାହାରେ ଗତ ଦୁଇ ଦିନ ହେବ ପୂର୍ବତନ ବ୍ଳକ ଅଧ୍ୟକ୍ଷ  ଶରତ ସାହୁ ଅନଶନ ଆରମ୍ଭ କରିଛନ୍ତି। 

Also Read: ବିଶ୍ୱରେ ଆତଙ୍କ ଖେଳାଇଲା ‘Omricron’, ଶୀଘ୍ର ଆସୁଛି ବୁଷ୍ଟର ଡୋଜ୍

କବରାପାଲି ସରପଞ୍ଚ ତିଲୋତମା ବାଗ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଳିତ ଭାବେ କରିଥିବା ଦୁର୍ନତି ର ତଦନ୍ତ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜୁଯୋମୁରା ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନଶନରେ ବସିଥିଲେ। ବ୍ଳକର ପୂର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ଓ ମିଥ୍ୟା ବିଲ ଉଠାଇ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ଏକ ଲମ୍ବା ଲିଷ୍ଟ୍ ଜିଲ୍ଲାପାଳଙ୍କୁ ୨ ଥର ଦିଆଯାଇଥିଲେ ସୁଦ୍ଧା ତଦନ୍ତରେ ବିଳମ୍ବ ହେଉଛି। ଏହାର ତଦନ୍ତ ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହି ବୋଲି ସେ ଅଭିଯୋଗ କରିଛନ୍ତି। 

ଯୁଯୋମୁରା ବ୍ଲକ ବିଡିଓ ସରୋଜ କୁମାର ବିଶ୍ୱାଳ ଶୁକ୍ରବାର ଅନଶନରେ ଥିବା ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ ନିଜ ଉପରେ ଲଗାଯାଇଥିବା ଅଭିଯୋଗ ଉପରେ ସରପଞ୍ଚ ତିଲୋତମା ବାଗ ପତିକ୍ରିୟା ରଖିଛନ୍ତି। ତିଲୋତମା କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାସହ ପୂର୍ବତନ ବ୍ଳକ ଅଧ୍ୟକ୍ଷ, ପଞ୍ଚାୟତର ବିଭିନ୍ନ କାଯ୍ୟକ୍ରମରେ ହସ୍ତକ୍ଷେପ କରୁଥିବାରୁ ସେ ଏନେଇ ପ୍ରତିବାଦ କରିବାରୁ ଶରତ ଚନ୍ଦ୍ର ସାହୁ ଏହି ମିଥ୍ୟା ଅଭିଯୋଗ  କରିଥିବା ସରପଞ୍ଚ କହିଛନ୍ତି। 

Also Read: ପବିତ୍ର ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ମହାପ୍ରଭୁ; ଜାଣନ୍ତୁ, କେତେ ଟଙ୍କାର ଖଣ୍ଡୁଆ ପାଟ ପିନ୍ଧିବେ
 
ଆଜିକୁ ତିନି ଦିନ ହେବ କବରାପାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନଶନରେ ବସିଛନ୍ତି।ବର୍ତ୍ତମାନ ପରିସ୍ଥିତିରେ ଏମିତି ହୋଇଛି ଯେ, ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ଉପଯୁକ୍ତ ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେପଟେ ଘଟଣାକୁ ନେଇ ଜିଲ୍ଲୀ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ।

 

Also Read: ଗର୍ଭବତୀଙ୍କୁ ଯତ୍ନ ନା'ରେ ଯାତନା!