Sambalpur Nuakhai: ସିଙ୍ଗାପୁରରୁ ଫେରିଥିଲେ, ବନ୍ୟା ପାଣିରେ ଜୀବନ ହାରିଲେ
Advertisement
Article Detail0/zeeodisha/odisha1312373

Sambalpur Nuakhai: ସିଙ୍ଗାପୁରରୁ ଫେରିଥିଲେ, ବନ୍ୟା ପାଣିରେ ଜୀବନ ହାରିଲେ

ବିଧିର ବିଧାନ ଥିଲା ବିଚିତ୍ର। କିଏ ଦିଲ୍ଲୀରୁ ଆସିଥିବା ବେଳେ କିଏ ସିଙ୍ଗାପୁରରୁ ଆସି ଏଇଠି ଏଭଳି ଭାବରେ ମୃତ୍ୟକୁ ସ୍ୱାଗତ କରିଛନ୍ତି। ଉଭୟଙ୍କର ଘର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ବୋଲି ଜଣାପଡିଛି।

Sambalpur Nuakhai: ସିଙ୍ଗାପୁରରୁ ଫେରିଥିଲେ, ବନ୍ୟା ପାଣିରେ ଜୀବନ ହାରିଲେ

Sambalpur Nuakhai: ସମ୍ବଲପୁର (ଅଜୟ ନାଥ): ଅକାରଣରେ ଚାଲିଗଲା ଦୁଇଟି ଜୀବନ। ଦଶାହ ଭୋଜି କାର୍ଡ ଦେବାକୁ ଯାଇଥିଲେ। କିନ୍ତୁ ଏଵେ ତାଙ୍କର ଦଶାହ ଭୋଜି ପାଇଁ ଆଉ କିଏ କାର୍ଡ ବାଣ୍ଟିବ। ବନ୍ୟା ପାଣି ଭର୍ତ୍ତି ବ୍ରିଜ ଉପରେ ଭାସି ଗଲା କାର। ଆଉ ଗାଡ଼ିରେ ଥିବା ଦୁଇ ଜଣଙ୍କ ଜୀବନ ଯାଇଛି। ତାଙ୍କ ମଧ୍ୟ ରୁ ଜଣେ ଦିଲ୍ଲୀ ଫେରନ୍ତା ଜୈବିକ ଚାଷୀ ତାପସ  କୁମାର ନାୟକ ହୋଇଥିବା ବେଳେ ଆଉଜଣେ ସିଙ୍ଗାପୁର ଫେରନ୍ତା ସଫ୍ଟ ୱାଇର ଇଞ୍ଜିନିଅର ପ୍ରତାପ ପଟେଲ। ଉଭୟଙ୍କର ସମ୍ପର୍କ ହେଉଛି ଶଳା ଭିଣୋଇ। ଉଭୟେ  ସମାଜର  ଏକ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ତାପସ ଅବିବାହିତ ଥିବା ବେଳେ ପ୍ରତାପ ଥିଲେ ବିବାହିତ। ପ୍ରତାପଙ୍କର ଗୋଟିଏ ଝିଅ ଏଵେ ମୁମ୍ବାଇରେ  ରହି ପାଠ ପଢୁଛନ୍ତି। ଉଭୟେ ନିଜ ଗ୍ରାମ ତଥା ଅଞ୍ଚଳର ଉନ୍ନତି ପାଇଁ ଗାଁକୁ ଫେରିଥିଲେ। 

କିନ୍ତୁ ବିଧିର ବିଧାନ ଥିଲା ବିଚିତ୍ର। କିଏ ଦିଲ୍ଲୀରୁ ଆସିଥିବା ବେଳେ କିଏ ସିଙ୍ଗାପୁରରୁ ଆସି ଏଇଠି ଏଭଳି ଭାବରେ ମୃତ୍ୟକୁ ସ୍ୱାଗତ କରିଛନ୍ତି। ଉଭୟଙ୍କର ଘର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ବୋଲି ଜଣାପଡିଛି। ଦୁଇଜଣ ଯାକ ଉଚ୍ଚ ଶିକ୍ଷିତ। ନିଜ ଅଞ୍ଚଳର ଉନ୍ନତି ପାଇଁ ସେମାନେ ନିଜ ଗାଁକୁ ଫେରିଥିଲେ। ତାପସ ନିଜ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ବୁଲା ଗାଈଗୋରୁଙ୍କ ପାଇଁ ନିଜ ଖର୍ଚ୍ଚରେ ଏକ ଗୋଶାଳା ନିର୍ମାଣ କରିଥିଲେ। ପ୍ରତ୍ୟହ ସେମାନଙ୍କର ଖାଇବା ପିଇବା ଦେଖରେଖ ସବୁ କିଛି ନିଜ ଖର୍ଚ୍ଚରୁ କରୁଥିଲେ। ସେହିପରି ନିଜ ଅଞ୍ଚଳରେ ଏକ ଜୈବିକ ଚାଷୀ ଭାବରେ ମଧ୍ୟ ସେ ବେଶ ପରିଚିତ ଥିଲେ। ଅଞ୍ଚଳରେ ସେବା ମୂଳକ କାର୍ଯ୍ୟ ପାଇଁ ମଧ୍ୟ ସେ ଖୁବ ନାଁ କରିଥିଲେ। ସେହିଭଳି ପ୍ରତାପ ମଧ୍ୟ ନିଜ ଅଞ୍ଚଳ ପାଇଁ କିଛି କରିବାର ଅଭିପ୍ରାୟ ନେଇ ଦୀର୍ଘ ୨୫ ବର୍ଷ ହେବ ସିଙ୍ଗାପୁରରେ ସଫ୍ଟଓ୍ୱେୟାର ଇଞ୍ଜିନିଅର ଭାବେ କାର୍ଯ୍ୟ କରି ରହଣି ସାରି ଫେରିଥିଲେ। 

କିନ୍ତୁ ଉଭୟେ  ନିଜ ଅଞ୍ଚଳ ପାଇଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଆସିଥିବା ବେଳେ ଏଭଳି ଏକ ଆକସ୍ମିକ ଦୁର୍ଘଟଣା ର ଶିକାର ହେଲେ। ମୃତ୍ୟ ଯେମିତି ଶଳା ଭିଣୋଇଙ୍କୁ ଅପେକ୍ଷା କରିଥିଲା। ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ସେଥିପାଇଁ ଏଭଳି ଲଘୁଚାପ ଜନିତ ବର୍ଷା କାରଣରୁ  କୁଚିଣ୍ଡାରେ ପ୍ରବଳ ବର୍ଷା ହେଉଛି। ଯାହାଫଳରେ ନଈ ନାଳ ର ପୋଲ ଉପରେ ମଧ୍ୟ  ପାଣି ଉଛୁଳି  ଚାଲୁଛି। ତାରିଖ  ଥିଲା  ଅଗଷ୍ଟ ୨୦ ସନ୍ଧ୍ୟା ସମୟରେ  ପ୍ରତାପ ଓ ତାପସ ଅଲ୍ଟୋ କାରରେ ଗଙ୍ଗା ଭୋଜି ପାଇଁ କାର୍ଡ ଦେଇ ଫେରୁଥିଲେ। ଯେତେବେଳେ ସେମାନେ  କୁଚିଣ୍ଡା ଥାନା ଫାସିମାଲ ଲଇଡା ରାସ୍ତା ନକଟିପାଲି ନିକଟ ବାରଟେଙ୍ଗରା ପୋଲ ପାଖରେ ପହଁଚିଲେ, ଦେଖିଲେ ବ୍ରିଜ ଉପରେ ୩ ଫୁଟର ବନ୍ୟା ପାଣି ବହୁଛି। 

ଏହି ବଢି ପାଣିରେ କାର ଚାଳକ କାର ପାରି କରୁଥିବା ବେଳେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ନାଳ ପାଣିର ପ୍ରଖର ଶ୍ରୋତରେ ନିୟନ୍ତ୍ରଣ ହରାଇଥିଲେ ଚାଳକ। କାର ଟି ପାଣି ଶ୍ରୋତରେ ଭାସିଯାଇଥିଲା। ନାଳର ପ୍ରଖର ସ୍ରୋତରେ କାରଟି ଭାସି ଯାଇଥିବା ଖବର ପାଇ  ନିକଟସ୍ଥ ଗ୍ରାମବାସୀ ଉଦ୍ଧାର ପାଇଁ ପହଞ୍ଚିଥିଲେ। କିନ୍ତୁ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଥିବା କାରଣରୁ ସେମାନେ ଅସଫଳ ହୋଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। କିନ୍ତୁ ରାତ୍ରି ହୋଇଯାଇଥିବା କାରଣରୁ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ଚେଷ୍ଟା କରି ବିଫଳ ହୋଇଥିଲେ। 

ଆଜି ସକାଳୁ ପାଣିର ସୁଅ କମିବା ପରେ କାରଟି ଦେଖାଯାଇଥିଲା।ଏହା ପରେ ଅଗ୍ନିଶମ ବିଭାଗ କାର ଭିତରୁ ୧୦ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଦୁଇ ଜଣ ତାପସ ନାୟକ, ପ୍ରତାପ ପଟେଲଙ୍କର ମୃତଦେହ ଉଦ୍ଧାର  କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ଏହି ଦୁହେଁ ଗୁଣ୍ଡୁରୁଚୁଆଁ ଅଞ୍ଚଳର ଏମାନେ ନିଜ ମାମୁଁ ଶୋକ ବାର୍ତ୍ତା ବାଣ୍ଟିବା ପାଇଁ ଆସିଥିଲେ ଏହି ଲଇଡା ଫାସିମାଳ ରାସ୍ତା ମଝିରେ ଥିବା ନକଟିପାଲି ବାରାଟାଙ୍ଗରା ନାଲା ପୋଲରେ ପହଞ୍ଚି ଥିଲେ। କିନ୍ତୁ ରାତି ସମୟ ହୋଇ ଥିବା ଯୋଗୁଁ ଜାଣି ନପାରି କାର ପୋଲ ମଧ୍ୟକୁ ପସି ଆସିଥିଲେ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ।ଏହି ଖବର ପ୍ରସାରିତ ହେଲା ପରେ ଏ ଅଞ୍ଚଳରେ ଶୋକର ବାଦଲ ଛାଇଯାଇଛି।