ଚର୍ଚ୍ଚାରେ ରେଙ୍ଗାଲି ପଞ୍ଚାୟତ; ରଣାଙ୍ଗନରେ କିନ୍ନର, ଭିନ୍ନକ୍ଷମ ଓ ଅଭିନବ ପ୍ରଚାରକ
Advertisement

ଚର୍ଚ୍ଚାରେ ରେଙ୍ଗାଲି ପଞ୍ଚାୟତ; ରଣାଙ୍ଗନରେ କିନ୍ନର, ଭିନ୍ନକ୍ଷମ ଓ ଅଭିନବ ପ୍ରଚାରକ

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ନିର୍ବାଚନ ରଣାଙ୍ଗନରେ ଅନେକ ପ୍ରାର୍ଥୀ ଓଲ୍ହାଇଛନ୍ତି। କିନ୍ତୁ ତିନି ଜଣ ପ୍ରାର୍ଥୀଙ୍କ ପାଇଁ ଏବେ ଚର୍ଚ୍ଚାରେ ରେଙ୍ଗାଲି ସରପଞ୍ଚ ନିର୍ବାଚନ ଅଛି। ସେମାନଙ୍କ ମଧ୍ୟରୁ ଜଣେ କିନ୍ନର, ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଜଣେ ଅଭିନବ ପ୍ରଚାରକ ଅଛନ୍ତି।

ଚର୍ଚ୍ଚାରେ ରେଙ୍ଗାଲି ପଞ୍ଚାୟତ; ରଣାଙ୍ଗନରେ କିନ୍ନର, ଭିନ୍ନକ୍ଷମ ଓ ଅଭିନବ ପ୍ରଚାରକ

ସମ୍ବଲପୁର: ଏବେ ରାଜ୍ୟରେ ନିର୍ବାଚନୀ ଉଷ୍ମତା ଜାରି ରହିଛି। ସମସ୍ତେ ନିଜ ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି। କିଏ କିଭଳି ଭାବରେ ଭୋଟ ହାତେଇ ବିଜୟ ଲାଭ କରିବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ କିନ୍ତୁ ଏକ ବ୍ୟତିକ୍ରମ ଦେଖାଦେଇଛି। ଏଇଠି ସରପଞ୍ଚ ପ୍ରାର୍ଥୀ ପାଇଁ ଜଣେ କିନ୍ନର, ଜଣେ ବିକଳାଙ୍ଗ ଓ ଜଣେ ଅଭିନବ ପ୍ରଚାରକଙ୍କୁ ଦେଖିବାକୁ ମିଳିଛି।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ନିର୍ବାଚନ ରଣାଙ୍ଗନରେ ଅନେକ ପ୍ରାର୍ଥୀ ଓଲ୍ହାଇଛନ୍ତି। କିନ୍ତୁ ତିନି ଜଣ ପ୍ରାର୍ଥୀଙ୍କ ପାଇଁ ଏବେ ଚର୍ଚ୍ଚାରେ ରେଙ୍ଗାଲି ସରପଞ୍ଚ ନିର୍ବାଚନ ଅଛି। ସେମାନଙ୍କ ମଧ୍ୟରୁ ଜଣେ କିନ୍ନର, ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଜଣେ ଅଭିନବ ପ୍ରଚାରକ ଅଛନ୍ତି। କିନ୍ନର ସରପଞ୍ଚ ପ୍ରାର୍ଥୀ ଜଣଙ୍କ ନିଜେ ଭିକ୍ଷା ବୃତ୍ତିକୁ ଛାଡି ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।

Also Read: କେମିତି ବେଧଡ଼କ ଚାଲିଥିଲା ଦେଶୀମଦର ମିନି ଇଣ୍ଡଷ୍ଟ୍ରୀ ?

ସମାଜର ଅନେକ ଲୋକଙ୍କ ଠାରୁ ଏହି ଭିକ୍ଷା ବୃତ୍ତି ଉପରେ ଟାହି ଟାପରା ଶୁଣିଲା ପରେ ରମାକାନ୍ତ ସାହୁ ଓରଫ ପ୍ରିୟା କିନ୍ନରଙ୍କୁ ଖରାପ ଲାଗୁଥିଲା। ଲୋକେ ଘର ଖଣ୍ଡିଏ ତଥା ବିଭିନ୍ନ ସାମୂହିକ ସମସ୍ୟା ପାଇଁ ବ୍ଲକ ଅଫିସକୁ ଦୌଡୁ ଥିବାର ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ସେଥିପାଇଁ ସେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଥିବା ପ୍ରିୟା କହିଛନ୍ତି। ସେ ନିଜେ ଏକା ଏକା ପ୍ରଚାର କରୁଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ କିନ୍ନର ବନ୍ଧୁମାନେ ତାଙ୍କ ସହ ପ୍ରଚାର କରିବେ ବୋଲି କହିଛନ୍ତି।

fallback

ସେଭଳି ଭାବରେ ଏଥର ନିର୍ବାଚନ ରଣାଙ୍ଗନରେ ଓଲ୍ହାଇଛନ୍ତି ଭିନ୍ନକ୍ଷମ ପ୍ରାର୍ଥୀ ନେପାଳ ଗହୀର। ସେ ନିଜର ଏକ ହୋଟେଲ କରିଥିବା ବେଳେ ସେ ସରପଞ୍ଚ ପ୍ରାର୍ଥୀ ଭାବରେ ରେଙ୍ଗାଲି ଅଞ୍ଚଳରୁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବରୁ ସେ ସୁସ୍ଥ ସବଳ ଥିବା ବେଳେ ୧୨ ବର୍ଷ ହେବ ସେ ଶାରୀରିକ ଅସୁସ୍ଥତା ବଶତଃ ଭିନ୍ନକ୍ଷମ ହୋଇଛନ୍ତି। ନେପାଳ ଗହୀର ମଧ୍ୟ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆପଣେଇ ଥିବା ବେଳେ ତାଙ୍କର ଅନେକ ଜନ ସମର୍ଥନ ରହିଥିବା କହିଛନ୍ତି। ସେ ନିଜେ ପ୍ରଚାରକୁ ଯାଉ ନ ଥିବା ବେଳେ ତାଙ୍କର ସହକର୍ମୀ ଓ ସମର୍ଥକ ତାଙ୍କ ପାଇଁ ପ୍ରଚାର କରିଥିବା ସେ କହିଛନ୍ତି। 

Also Read: ଓଡ଼ିଶାରେ ରଙ୍ଗୀନ ଫୁଲ କୋବି, ଜାଣନ୍ତୁ ମିଳୁଛି କେଉଁଠି...

ଅନ୍ୟପଟେ ଜଣେ ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ବାଗ ନିଜର ଅଭିନବ ପ୍ରଚାର ପାଇଁ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କର ଚିହ୍ନ ଛତା ହୋଇଥିବାରୁ ସମସ୍ତେ ହାତରେ ଗୋଟିଏ ଗୋଟିଏ ଛତା ଧରି ପ୍ରଚାର ମଇଦାନରେ ଓଲ୍ହାଇଛନ୍ତି। ଏଭଳି ହାତରେ ଛତା ଧରି ଭୋଟ ପ୍ରଚାର କରୁଥିବାରୁ ଲୋକେ ତାଙ୍କ ଦିଗକୁ ଆକୃଷ୍ଟ ହେଉଥିବାର ଦେଖାଯାଉଛି। ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସହ ସେ ଜଡିତ ଥିବା ବେଳେ ଭୋଟ ପାଇ ବିଜୟୀ ହେଲେ ଆଗକୁ ସମାଧାନ କରିବେ ବୋଲି ଚିତ୍ତରଞ୍ଜନ କହିଛନ୍ତି।