ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା
Advertisement

ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା

କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ଛାତ୍ରୀଙ୍କୁ ସ୍ୱତନ୍ତ୍ର କଠୋରୀରେ ସଙ୍ଗରୋଧରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଛି।

 ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା

କନ୍ଧମାଳ: ଘରେ ନ ପଶୁଣୁ ମୁଣ୍ଡରେ ବାଜିଲା ଚାଳ। ଏହି ଢଗକୁ ମନେ ପକାଇବାର କାରଣ ଏହା ଯେ ରାଜ୍ୟ ସରକାର ଜୁଲାଇ ୨୬ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ସହ ଛାତ୍ରାବାସ ଖୋଲିବାକୁ ଅନୁମତି ପ୍ରଦାନ କରିଥିବା ବେଳେ ଛାତ୍ରୀନିବାସର ଜଣେ ୧୦ ଶ୍ରେଣୀ ଛାତ୍ରୀ ଏବେ କୋରନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଘଟଣା।

ବର୍ତ୍ତମାନ କୋରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ଛାତ୍ରୀଙ୍କୁ ସ୍ୱତନ୍ତ୍ର କଠୋରୀରେ ସଙ୍ଗରୋଧରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ପୁନଃ କୋଭିଡ ଟେଷ୍ଟ (Covid19 Test) ଅଥବା ଆଣ୍ଟିଜେନ ଟେଷ୍ଟ (Antigen Test) କରାଯାଇଛି। ଏହା ସହିତ ବିଦ୍ୟାଳୟର ପରିସର ସମେତ ସମସ୍ତ ଶ୍ରେଣୀ ଗୃହ, ଅଫିସ ରୁମ ଏବଂ ଛାତ୍ରୀନିବାସକୁ (Girls High School Hostel) ବିଶୋଧନ (Sanitization in School) କରାଯିବା ସହ ଏହାର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। 

Also Read: ଜ୍ୱର କବଳରେ ଅଶୀରୁ ଉର୍ଦ୍ଧ୍ବ ଲୋକ; ଗ୍ରାମରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଏହା ସହ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପାଠପଢ଼ାକୁ ସପ୍ତାହେ ପାଇଁ ବନ୍ଦ ରଖିବାକୁ ଜିଲା ପ୍ରଶାସନ (Kandhamal Dist Admin) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନ ପରେ ବିଦ୍ୟାଳୟ ଓ ଛାତ୍ରବାସ ଖୋଲିବା ପରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି ଯେଉଁଠି ଛାତ୍ରୀନିବାସରୁ ଜଣେ କୋରୋନା ସଂକ୍ରମିତ ଛାତ୍ରୀ ଚିହ୍ନଟ ହୋଇଛନ୍ତି।