ଜଗନ୍ନାଥ ଭଜନ ଉପରେ ଗାୟକଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସଙ୍ଗୀତ ନିର୍ଦ୍ଦେଶକ
Advertisement

ଜଗନ୍ନାଥ ଭଜନ ଉପରେ ଗାୟକଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସଙ୍ଗୀତ ନିର୍ଦ୍ଦେଶକ

 ଏହା ତାଙ୍କ ବିଚାର ହୋଇଥାଇ ପାରେ। ଏହି ଘଟଣାକୁ ନେଇ ସୋସିଆଲ ମଡ଼ିଆରେ ଗାୟକ ଅନେକ ଅପମାନଜନକ ମନ୍ତବ୍ୟ ପାଇଛନ୍ତି। 

ଜଗନ୍ନାଥ ଭଜନ ଉପରେ ଗାୟକଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଲେ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ୱର: ଲୋକପ୍ରିୟ ଓଡିଆ ଗାୟକ ହ୍ୟୁମାନ ସାଗର ସ୍ପଷ୍ଟ କରିଛନ୍ତି ଯେ ସେ ଜଗନ୍ନାଥ ଭଜନ ଗାନ କରିବାକୁ ଘୃଣା କରନ୍ତି ନାହିଁ। ଜାପାନୀ ନାମରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଦେବଶିଷ ମଲ୍ଲିକ ଶନିବାର ଦିନ କହିଛନ୍ତି ଏହା ତାଙ୍କ ବିଚାର ହୋଇଥାଇ ପାରେ। ଏହି ଘଟଣାକୁ ନେଇ ସୋସିଆଲ ମଡ଼ିଆରେ ଗାୟକ ଅନେକ ଅପମାନଜନକ ମନ୍ତବ୍ୟ ପାଇଛନ୍ତି। 

ଗତ ୧୦ ବର୍ଷ ମଧ୍ୟରେ ଭଜନ ଗାଇବା ପାଇଁ କୌଣସି ସଙ୍ଗୀତ ନିର୍ଦ୍ଦେଶକ ତାଙ୍କ ନିକଟକୁ ଯାଇ ନାହାଁନ୍ତି କି? ଏଭଳି ପ୍ରଶ୍ନ ପଚାରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦେବଶିଷ ମଲ୍ଲିକ ଓର୍ଫ ଜାପାନୀ। ଗାୟକ ଏହି ପ୍ରସଙ୍ଗରେ କହିବା ପରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ଏକ ଭିଡି଼ଓ ବାର୍ତ୍ତ ଜାରି କରି ହ୍ୟୁମାନ ସାଗର କହିଛନ୍ତି ଯେ ସେ ଜଗନ୍ନାଥ ଭଜନ ଗାଇବାକୁ ଭଲ ପାଆନ୍ତି ଏବଂ ବୋଧହୁଏ ତାଙ୍କ ପାଳି ଆସି ନାହିଁ। ଏହା ଏକ ଭୁଲ ଧାରଣା ଯେ ମୁଁ ଭଜନ ଗାଇବାକୁ ଚାହୁଁ ନାହିଁ। ଏପରି କଳ୍ପନାଜଳ୍ପନା ମୋତେ ବ୍ୟଥିତ କରିଛି। ମୁଁ କଦାପି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିବି ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ ମୁସଲିମ ଜନ୍ମିତ ସାଲବେଗ ଏବଂ ଦାସିଆ ବାଉରୀଙ୍କ ପ୍ରଭୁ ଜଗନ୍ନାଥଙ୍କ ଭକ୍ତିର ଉଦାହରଣ ଦେଇଛନ୍ତି। 

ଜାପାନୀ କହିଛନ୍ତି ଯେ କାଳିଆ ଭଜନ ଗାଇବା ତାଙ୍କୁ ଜଣେ ଭଲ ମଣିଷ କରିବ। ଯେତେବେଳେ ମୁଁ ରଥଯାତ୍ରା ସମୟରେ ଏକ ଷ୍ଟୁଡିଓ ଠାରେ ହ୍ୟୁମାନ ସାଗରଙ୍କୁ ଭେଟିଥିଲି ଏବଂ ତାଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ଅନୁରୋଧ କରିଥିଲି ସେତେବେଳେ ସେ ମୋତେ ଅପମାନିତ କରିବା ଭଳି କଥା କହିଥିଲେ। ସେ ମୋତେ ବଡ଼ ଭାଇ ବୋଲି ଭାବନ୍ତି। ଏହା ପ୍ରଥମ ଥର ନୁହେଁ ଯେ ମୁଁ ତାଙ୍କୁ ଭଜନ ଗାଇବାକୁ ଅନୁରୋଧ କକିଛି। ଗତ ୫ ବର୍ଷ ଧରି ସେ ମୋ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି।

ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭୁବନେଶ୍ୱର ଖାରବେଳ ନଗର ପୋଲିସ ଥାନାରେ ଗାୟକଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ ସେ ତାଙ୍କୁ ମୃତ୍ୟୁ ଧମକ ଦିଆଯଇଛି। ଯଦି ମୁଁ କଟକ ଆସେ ତାହେଲ ମୋତେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିବା ଜାପାନୀ କହିଛନ୍ତି। ଭଜନ ଗାଇବା ପାଇଁ ଅନେକ ଅନୁରୋଧ ସତ୍ତ୍ୱେ ଗାୟକ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ସେ। କଳାର କୌଣସି ଧର୍ମ ନାହିଁ। ମହମ୍ମଦ ରଫି ଏବଂ ସିକନ୍ଦର ଆଲମ ଅନ୍ୟ ଧର୍ମ ଲାଗି କଣ୍ଠଦାନ କରିଛନ୍ତି। ହ୍ୟୁମାନ ସାଗର ସେମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଦ୍ୱିଧା ନ କରିବା ଆବଶ୍ୟକ। 

ଉଭୟଙ୍କ ମଧ୍ୟରେ ବିବାଦ କୌଣସି ନୂଆ କଥା ନୁହେଁ। ଢେଙ୍କାନାଳ ଠାରେ କିଛି ବର୍ଷ ପୂର୍ବେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଜାପାନୀ କହିଥିଲେ ଯଦି ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାନ ନ କରନ୍ତି ତାହେଲେ ତାଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ।