Nuakhai Celebration: ନୂଆଁଖାଇ ତିହାର ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ସମ୍ବଲପୁରୀ ପୋଷାକର ବଢୁଛି ଚାହିଦା
Advertisement

Nuakhai Celebration: ନୂଆଁଖାଇ ତିହାର ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ସମ୍ବଲପୁରୀ ପୋଷାକର ବଢୁଛି ଚାହିଦା

ପରମ୍ପରା ଅନୁସାରେ ନୂଆଁଖାଇ ପର୍ବଦିନ ଘରର ମହିଳାମାନେ ନୁଆଁ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ନୂଆଁଖାଇ ତିହାରକୁ ଆଉ ମାତ୍ର ୬ ଦିନ ବାକି ରହିଛି । ସମ୍ବଲପୁରୀ ଶାଢ଼ୀ କିଣିବା ପାଇଁ ଦୋକାନ ବଜାରରେ ଜମିଲାଣି ମହିଳାଙ୍କ ଭିଡ଼ ।

 Nuakhai Celebration: ନୂଆଁଖାଇ ତିହାର ଲାଗି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ସମ୍ବଲପୁରୀ ପୋଷାକର ବଢୁଛି ଚାହିଦା

Nuakhai Celebration: ବରଗଡ଼(ବଳରାମ ଦୀପ): ଆସୁଛି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ତିହାର । ସେପ୍ଟେମ୍ବର ୧ ତାରିଖରେ ପାଳିତ ହେବ ଗଣପର୍ବ ନୂଆଁଖାଇ । ଗତ ୨ ବର୍ଷ ଧରି କେରୋନା ମହାମାରୀ ଯୋଗୁ ନୂଆଁଖାଇ ତିହାର ଫିକା ପଡ଼ିଯାଇଥିଲା । ଏଥର ମହାମାରୀ ହଟିଲା ପରେ ନୂଆଁଖାଇ ତିହାର ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ପରମ୍ପରା ଅନୁସାରେ ନୂଆଁଖାଇ ପର୍ବଦିନ ଘରର ମହିଳାମାନେ ନୁଆଁ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ନୂଆଁଖାଇ ତିହାରକୁ ଆଉ ମାତ୍ର ୬ ଦିନ ବାକି ରହିଛି । ସମ୍ବଲପୁରୀ ଶାଢ଼ୀ କିଣିବା ପାଇଁ ଦୋକାନ ବଜାରରେ ଜମିଲାଣି ମହିଳାଙ୍କ ଭିଡ଼ । ହେଲେ ଏବର୍ଷ ନୂଆଁଖାଇ ତିହାରକୁ ନେଇ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସି । ପୁରୁଖା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ମନର ସବୁ ଦୁଃଖକୁ ଭୁଲି ଅଭାବ ସମୟରେ ଭାବ ଓ ଏକତାର ତିହାର ନୂଆଁଖାଇ ପାଳନ କରିବାକୁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି ।

ନୂଆଁଖାଇ ତିହାର ପାଇଁ ବାହାରିଲା ଶୁଭଲଗ୍ନ । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଳିତ ହେବ । ବିଲୁପ୍ତ ଲୋକନାଚ, ଲୋକବାଦ୍ୟରେ ଦୁଳୁକିବ ସମଗ୍ର ପଶ୍ଚିମଓଡ଼ିଶା । ପାରମ୍ପରୀକ ପିଠାପଣାରେ ମହକିବ ଗାଁଠୁ ସହର । ଗତ ୨ ବର୍ଷ କୋରୋନା ମହାମାରୀ ଯୋଗୁ ଫିକା ପଡ଼ିଯାଇଥିଲା ନୂଆଁଖାଇ ତିହାର । ଠପ ହୋଇପଡ଼ିଥିଲା ଲୋକଙ୍କ ଜୀବନ ଜୀବିକା । ହେଲେ ଏଥର ମହାମାରୀ ହଟିଲା ପରେ ନୂଆଁଖାଇ ତିହାର ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ପରମ୍ପରା ଅନୁସାରେ ନୂଆଁଖାଇ ପର୍ବଦିନ ପାରମ୍ପରୀକ ଅନୁସାରେ ଘରର ମହିଳା ଓ ପୁରୁଷମାନେ ନୂଆଁ ବସ୍ତ୍ର ପିନ୍ଧିଥାନ୍ତି । ତେଣୁ ସମ୍ବଲପୁର ଶାଢ଼ୀ ଦୋକାନ ବଜାରରେ ମହିଳାମାନଙ୍କ ଭିଡ଼ ଜମୁଛି । 

ଆଉ ମାତ୍ର ୬ ଦିନର ଅପେକ୍ଷା । ଗାଁଠୁ ସହର ସବୁଠି ପାଳିତ ହେବ ଗଣପର୍ବ ନୂଆଁଖାଇ ତିହାର । ଏଥିପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ଆରମ୍ଭ ହେଲାଣି ବିଭିନ୍ନ ପ୍ରକାର ପ୍ରସ୍ତୁତି । ଅନ୍ନ, ଚାଷୀ, ଭାଇଚାରା ଓ ପ୍ରେମର ମହାନ ପରମ୍ପରା ନୂଆଁଖାଇ ତିହାରକୁ କେମିତି ପାଳନ କରିବେ, ଘରେ ଘରେ କି କି ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ କରାଯିବ ତାକୁ ନେଇ ପ୍ରତି ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି । ଦୁଇ ବର୍ଷ କୋରୋନା ଯୋଗୁ ସମ୍ବଲପୁରୀ ଶାଢ଼ୀ ବ୍ୟବସାୟୀଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଥିଲା । ହେଲେ ଏବର୍ଷ ନୂଆଁଖାଇ ତିହାରକୁ ନେଇ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସି । ବଜାରରେ ଏକ ହଜାର ଟଙ୍କାରୁ ଆରମ୍ଭ କରି ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବାନ୍ଧ ଶାଢ଼ୀ, ସପଟା, ପଶାପାଳୀ, ବିଚିତ୍ରାପୁରୀ, ତପୋଇ, ବମକେଇ ପାଟ, ବାପତା ପାଟ ଆଦି ସମ୍ବଲପୁରୀ ଶାଢ଼ୀ ବିକ୍ରି କରାଯାଉଛି । ଆଉ ଏହି ଶାଢ଼ୀ କିଣିବାକୁ ଦୋକାନରେ ମହିଳାଙ୍କ ଜମୁଛି ବେଶ ଭିଡ଼ ।

ଅଭାବ ସମୟରେ ଭାବର ତିହାର । ଶ୍ରମିକ ହୁଅନ୍ତୁ କି ଦିନ ମଜୁରିଆ । ମଧ୍ୟବିତ୍ତ ହେଉ କି ଧନୀ ପରିବାର ସଭିଏଁ ମନ ଭିତରୁ ରାଗ, ରୋଷ, ଅଭିମାନ, ଅଂହକାରକୁ ଭୁଲି ବର୍ଷକର ତିହାର ନୂଆଁଖାଇକୁ ସେଲେବ୍ରେଟ କରିବା ପାଇଁ ଚାଲିଛି ଚୁଡ଼ାନ୍ତ ପ୍ରସ୍ତୁତି।