ପଟ୍ଟାଙ୍ଗୀରେ ମାଟି ଅତଡା ଖସି ୩ ମହିଳା ମୃତ
Advertisement

ପଟ୍ଟାଙ୍ଗୀରେ ମାଟି ଅତଡା ଖସି ୩ ମହିଳା ମୃତ

ଶୁକ୍ରବାର ସକାଳେ ପଟ୍ଟାଙ୍ଗୀ (Pattangi) ମିରିୟାଲିଗୁଡ଼ାରୁ ପୋଡ଼ାଗୁଡ଼ାକୁ ୧୧ ଜଣ ଆଦିବସୀ ମହିଳା (Tribal Women) ମାଟି ଆଣିବା ପାଇଁ ଯାଇଥିଲେ। ପାହାଡ ସୁଡଙ୍ଗ (Tunnel) ଖୋଳିଲା ବେଳେ ହଠାତ ମାଟି ଅତଡା ଖସିଥିଲା।

ପ୍ରତିକାତ୍ମକ ଫଟୋ

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ପୋଡ଼ାଗଡ଼ରେ ଅଘଟଣ। ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଘର ଲିପିବା ପାଇଁ ଚୂନ ମାଟି ଆଣିବାକୁ ଯାଇଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି।

ଶୁକ୍ରବାର ସକାଳେ ପଟ୍ଟାଙ୍ଗୀ (Pattangi) ମିରିୟାଲିଗୁଡ଼ାରୁ ପୋଡ଼ାଗୁଡ଼ାକୁ ୧୧ ଜଣ ଆଦିବସୀ ମହିଳା (Tribal Women) ମାଟି ଆଣିବା ପାଇଁ ଯାଇଥିଲେ। ପାହାଡ ସୁଡଙ୍ଗ (Tunnel) ଖୋଳିଲା ବେଳେ ହଠାତ ମାଟି ଅତଡା ଖସିଥିଲା। ଏଥିରେ ୩ ଜଣ ସମ୍ପୂର୍ଣ୍ଣ ଚପି ହୋଇଯାଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ସେ ଗୁରୁତର ଥିବାରୁ ତାଙ୍କୁ ନିରଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read: ଦୁଇ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଠିକାଦାରକୁ ଛୁରା ମାରିଲା ଶ୍ରମିକ

ମୃତକମାନେ ମିରିୟାଲିଗୁଡ଼ାର ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଓ ମିତୁଲା କୋଟା ବୋଲି ଜଣା ପଡିଛି। ସେପେଟେ ଘଟଣାସ୍ଥଳରେ ପଟ୍ଟାଙ୍ଗୀ ପୋଲିସ (Pattangi Police) ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ପୀଡିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି।