Gajapati: ପ୍ରଶାସନ ନୁହେଁ, ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲେ ତିବ୍ବତୀୟ ସ୍ୱେଚ୍ଛାସେବୀ
Advertisement

Gajapati: ପ୍ରଶାସନ ନୁହେଁ, ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲେ ତିବ୍ବତୀୟ ସ୍ୱେଚ୍ଛାସେବୀ

Gajapati: ସରକାର ଗରିବ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଅନେକ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ଆନ୍ତରିକତାର ଅଭାବ ଯୋଗୁଁ ଅନେକ ଗରିବ ନିଷ୍ପେସିତ ପରିବାର ପ୍ରକୃତ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଥାଏ । ଏପରି ଏକ ଅସହାୟ ପରିବାର ଦୁଃଖ ଦେଖି ସହାୟତାର ହାତ ବଢାଇଛନ୍ତି ତିବ୍ବତୀୟ ସ୍ବେଚ୍ଛାସେବୀ ଫଳରେ ଦୂରାରୋଗ୍ୟ ପୀଡି଼ତ ତିନି ଅସହାୟ ପିଲାଙ୍କ ମୁହଁରେ ଫୁଟିପାରିଛି ହସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ପୁଟୁରୁପଡ଼ା ଗ୍ରାମ ପଞ୍ଚାୟତରେ ।

Gajapati: ପ୍ରଶାସନ ନୁହେଁ, ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲେ ତିବ୍ବତୀୟ ସ୍ୱେଚ୍ଛାସେବୀ

Gajapati: ଗରିବ ଗୁରାବଙ୍କ ସହାୟତା ଲାଗି ଅନେକ ଯାଜନା କରୁଛନ୍ତି ରାଜ୍ୟ ସରକାର । ମାଗଣା ଚାଉଳଠାରୁ ଆରମ୍ଭ କରି ଭତ୍ତା, ପେନସନ କେତେ କଣ ଯୋଜନା ରହିଛି, କିନ୍ତୁ ଗଜପତି ଜିଲ୍ଲା ପୁଟୁରୁପଡ଼ା ଗ୍ରାମ ପଞ୍ଚାୟତର କୈଳାସ ରଇତଙ୍କୁ ଦେଖିଲେ ଗରିବଙ୍କ ମୁହଁରେ ହସ ଫୁଟାଇବା ଲାଗି ଥିବା ସରକାରୀ ଯୋଜନା ପ୍ରହସନ ମନେ ହୁଏ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନିଜ ପରିବାର ସହ ରୁହନ୍ତି କୈଳାସ ରଇତ । ବଂଶଗତ କୌଣସି ଅଜଣା ରୋଗର ଶିକାର ହୋଇ ଅସହାୟ ଅବସ୍ଥାରେ ଥିବା ୩ ପୁଅ ଓ ସହ ସ୍ତ୍ରୀଙ୍କ ସହ ଦୀର୍ଘ ଦିନରୁ ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡ଼ିଆ ତଳେ ଦୁର୍ଦ୍ଦନରେ ଜୀବନ ବିତାଉଛନ୍ତି କୈଳାସ । ତିନି ରୋଗୀଣା ପୁଅଙ୍କ ମଧ୍ୟରୁ ଦୁଇ ଜଣଙ୍କ ଶରୀର ଅତି ଦୁର୍ବଳ କ୍ଷଣ ହୋଇପଡି଼ଥିବା ବେଳେ ଚାଲିବା ବୁଲିବା କଷ୍ଟକର ହୋଇପଡ଼ିଛି । ବୟସ ବଢିବା ସହ ଶରୀର ଅଙ୍ଗ ପ୍ରତ୍ୟଙ୍ଗ କ୍ଷଣ ହେବା ସହ ରୋଗ ବଢ଼ି ଚାଲିଛି । ତେବେ ସରକାରୀ ସହାୟତା ନାଁରେ ମିଳିଛି ଖଣ୍ତିଏ ହ୍ୱିଲ୍ ଚେୟାର। ଭଙ୍ଗା କୁଡ଼ିଆରେ ଦିନ କାଟୁଥିବା ଏହି ଅସହାୟ ପରିବାରକୁ ଏ ଆବାସ ଘର ଖଣ୍ତିଏ ମଧ୍ଯ ମିଳିପାରିନାହିଁ । ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା କୈଳାସଙ୍କ ପାଖରେ ନିଜ ଦିବ୍ୟାଙ୍ଗ ପିଲାଙ୍କ ଚିକିତ୍ସା ଲାଗି ସମ୍ବଳ ସମ୍ଭବ ହୋଇପାରୁନଥିଲା । ଏନେଇ ଗତବର୍ଷ ଜୁନ ମାସରେ ଜୀ ନ୍ୟୁଜ ଓଡ଼ିଶାରେ ଖବର ପ୍ରସାରଣ ପରେ ଅସହାୟ କୈଳାସଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ସୁବିଧା ଅସୁବିଧା ବୁଝିବା ସହ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ପ୍ରଶାସନିକ ଅଧିକାରୀ । ଖୋଦ ଗଜପତି ଜିଲ୍ଲାପାଳ ନିଜେ କୌଳାସଙ୍କ ପରିବାରକୁ ଆବାସ ଯୋଜନାରେ ସର୍ବାଗ୍ରେ ସାମିଲ କରାଯାଇଥିବା ନେଇ ଟ୍ବିଟ ମାଧ୍ୟମରେ ଜଣାଇଥିଲେ ।

ହେଲେ ଏଥି ମଧ୍ଯରେ ୮ ମାସ ବିତିଯାଇଥିବା ବେଳେ ଏଯାଏଁ ସରକାରୀ ଯୋଜନାର ନା ଗନ୍ଧ ନାହିଁ । ନା ମିଳିଛି ସରକାରୀଙ୍କ ଆବାସ ଯୋଜନାରେ ଘର ନା ମିଳିଛି ଆବାସ କାର୍ଯ୍ୟାଦେଶ । ତେବେ ଅସହାୟ କୈଳାସଙ୍କ ନିକଟରେ ଏହି ଅସମୟରେ ଦେବଦୂତ ସାଜି ପହଁଞ୍ଚିଥିଲେ ମହେନ୍ଦ୍ରଗଡ଼ର କିଛି ତିବ୍ବତୀୟ ଶରଣାର୍ଥୀ । ଦୂରାରୋଗ୍ୟ ପୀଡି଼ତ କୈଳାସଙ୍କ ପିଲାଙ୍କୁ ଦେଖିବା ପରେ ସେ ସହାୟତା ନେଇ ଆଗେଇ ଆସିଥିଲେ। ଓସି ସେନଫନ ତିବ୍ବତୀୟ ବେସରକାରୀ ସେଚ୍ଛାସେବୀ ସଂଗଠନ ପକ୍ଷରୁ ପ୍ରଥମେ ଖାଇବା ସାମଗ୍ରୀ ଓ ବସ୍ତ୍ର ଯୋଗାଇ ଦିଆଯାଇଥିଲା । ପିଲାଙ୍କ ଚିକିତ୍ସା ଲାଗି ବ୍ରହ୍ମପୁର ଏମକେସିଜି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଏହି ରୋଗର ନିରାକରଣ ବ୍ୟବସ୍ଥା ସଠିକ୍ ନଥିବା କହି ଫେରାଇଦେଇଥିଲେ । ତେବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ହସ ଫୁଟାଇବା ଲାଗି ଅଣ୍ଟା ଭିଡ଼ିଥିଲା ତିବ୍ବତୀୟ ସଂଗଠନ । ଚନ୍ଦ୍ରଗିରି ଓ ମହେନ୍ଦ୍ରଗଡ଼ ଅଞ୍ଚଳର ପାଞ୍ଚୋଟି ତିବ୍ବତୀୟ କ୍ୟାମ୍ପର କିଛି ବଦାନ୍ୟ ବ୍ୟକ୍ତି ଓ ଆମେରିକାରେ ରହୁଥିବା ମିନେସୋଟା ଗୀଷ୍ଟୋ ଚୌତେକି ନାମକ ବ୍ୟକ୍ତି ସହାୟତା ଫଳରେ ପୁଟୁରୁପଡା଼ ଗ୍ରାମରେ ଥିବା କୈଳାସଙ୍କ ନିଜ ଜମିରେ ଚାରି ବଖରା ପକ୍କା ଘର ତିଆରି କରାଯାଇଥିଲା । ତେବେ ଏପରି ସୁଖେ ଦୁଃଖେ ସଂସାର ଚାଲୁଥିବା ବେଳେ ଏଭଳି ସ୍ଥିତିରେ ଦୁଇ ମାସ ତଳେ ଆଖି ବୁଜିଦେଇଥିଲା କୈଳାସଙ୍କ ଦିତ୍ବୀୟ ପୁଅ ବଡନାଥ ରଇତ ।

ଏନେଇ ପୁଟୁରୁପଡା ପଞ୍ଚାୟତର ସଂପ୍ରସାରଣ ଅଧିକାରିଣୀ ମିନତୀ କୁମାରୀ ମିଶ୍ରଙ୍କୁ ପଚାରିଯିବାରୁ ଆବାସ ଯୋଜନାରେ ହିତାଧିକାରୀ ଭାବେ ପ୍ରଥମରେ କୌଳାସ ରଇତଙ୍କ ନାମ ଥିବା କହିଛନ୍ତି । ଉପରୁ କୌଣସି ନିର୍ଦ୍ଧେଶ ଆସିନଥିବା ହେତୁ କାର୍ଯ୍ୟାଦେଶ ଦିଆଯାଇନାହିଁ । ପଞ୍ଚାୟତ ତରଫରୁ ଆଗାମୀ ଦିନରେ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ଅପରପକ୍ଷରେ ଗରିବ ଓ ନିରୀହ ପରିବାରକୁ ସହାୟତା ଯୋଗାଇ ବେଶ ଖୁସି ଥିବା କହିଛନ୍ତି  ତିଦ୍ଦତୀୟ ସ୍ବେଚ୍ଛାସେବୀ । ଗୋଟିଏ ପଟେ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ସରକାରୀ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଛନ୍ତି ଗରିବ ଓ ଅସହାୟ ଲୋକେ । ଅନ୍ୟପଟେ ସରକାରୀ ବ୍ୟବସ୍ଥାର ଉର୍ଦ୍ଧ୍ବରେ ରହି ତିବ୍ବତୀୟ ସ୍ବେଚ୍ଛାସେବୀଙ୍କ ମହାନତା ସମାଜ ପାଇଁ ଉଦାହରଣ ପାଲଟିଛି ।