Balasore Accidents: ବାଲେଶ୍ବରର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଦୁର୍ଘଟଣା, ୩ ଆହତ
Advertisement
Article Detail0/zeeodisha/odisha1635169

Balasore Accidents: ବାଲେଶ୍ବରର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ଦୁର୍ଘଟଣା, ୩ ଆହତ

Balasore Accidents: ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ବାଳଙ୍ଗ ଛକରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକରୁ ଖସି ଦୁଇ ଜଣ ଆହତ ହୋଇଥିବା ବେଳେ ଭଦ୍ରକ ବାସୁଦେବପୁର ବ୍ଲକ ଘାଟ ଛକରେ ଜଣେ ବ୍ୟବସାୟୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୁରୁତର ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Balasore Accidents: ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ବାଳଙ୍ଗ ଛକରେ ସଡ଼କ ଦୁର୍ଘଟଣା । ଶୁକ୍ରବାର ରାତିରେ ପ୍ରାୟ ୧୦ଟା ବେଳେ ଖଇରା ଝିଙ୍କିରିଆ ଗ୍ରାମର ଜୟନ୍ତ ମହାନ୍ତି ଓ ସୂର୍ଯ୍ୟ ପାଗୁଡ଼ା ବାଇକ ଯୋଗେ ଅନନ୍ତପୁର ଆଡ଼କୁ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ବାଇକଟି ଏକ ଖାଲକୁ ଗଳି ପଡ଼ିଥିଲା । ଫଳରେ ଉଭୟ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଅନ୍ୟପଟେ ଭଦ୍ରକ ବାସୁଦେବପୁର ବ୍ଲକ ଘାଟ ଛକରେ ଜଣେ ବ୍ୟବସାୟୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ଉକ୍ତ ଖାଲରେ ଭାରସାମ୍ୟ ହରାଇ ଗଳି ପଡ଼ି ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଗତକିଛି ଦିନ ତଳେ ରାସ୍ତା ନିର୍ମାଣ ସମୟରେ ଠିକାଦାର ମାନେ ରାସ୍ତାରେ ଏକ ବିରାଟ ଖାଲ ଖୋଳିଥିଲେ । ଏହି ଖାଲ ଯୋଗୁଁ ରାସ୍ତାରେ ବାଇକ ଓ କାର ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଏହାର ମରାମତି କରାଯାଉନଥିବାରୁ ଶୁକ୍ରବାର ରାତିରେ ଘଟିଥିବା ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଏନେଇ ଖବର ପାଇବା ପରେ ଅନନ୍ତପୁର ବିଟ୍ ହାଉସ ପୋଲିସ ଘଟଣାସ୍ଥଳକେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ସୋର ଥାନା ଆଇଆଇସି ଏହି ରାସ୍ତାରେ ଥିବା ଖାଲର ତୁରନ୍ତ ମରାମତି କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ କେନ୍ଦୁଝରରେ ଆଜି ଗୋଟିଏ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ । ଖବର ଅନୁଯାୟୀ, କେନ୍ଦୁଝର ପଟୁ କୋଲକତା ଆଡ଼କୁ ଯାଉଥିଲା ଏକ ମାର୍ବଲ ବୋଝେଇ ଟ୍ରକ। ଏହି ସମୟରେ ରାଜପଥ ଉପରେ ଛିଡ଼ା ହୋଇଥିବା ଟ୍ରକକୁ ଆସି ପଛପଟୁ ଧକ୍କା ଦେଇଥିଲା ମାର୍ବଲ ବୋଝେଇ ଟ୍ରକ । ଫଳରେ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସହାୟତାରେ ଫସିଥିବା ଡ୍ରାଇଭରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଦୁର୍ଘଟଣା ପାଇଁ ରାଜପଥର ଗୋଟିଏ ପଟେ ଗାଡ଼ି ଚଳାଚଳ ବ୍ୟାହିତ ହୋଇଥିଲା । ତେବେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣାରେ ପ୍ରାଣହାନୀ ଘଟୁଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ପ୍ରକାଶଥାଉ କି, ଗତକାଲି  ସମ୍ବଲପୁର(Sambalpur) ଜିଲ୍ଲା ଶାସନ କେନାଲ ନିକଟରେ କେନାଲକୁ ଏକ ବରଯାତ୍ରୀ ଗାଡ଼ି ଖସି ଅକାଳରେ ଚାଲିଯାଇଥିଲା ୭ ଜୀବନ । ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା(Accident) ଘଟିଥିଲା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ନିଖୋଜ ରହିଥିଲେ । ତେବେ ଆହତ ୨ ଜଣଙ୍କୁ ଉଦ୍ଧାର କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି । କିଛି ଲୋକେ ବରଯାତ୍ରୀ ଭାବେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଝାରସୁଗୁଡ଼ାରୁ( Jharsuguda) ସମ୍ବଲପୁରର ପାରମାଣପୁରକୁ ଆସିଥିଲେ । ତେବେ ବିବାହ ଭୋଜି ପରେ ଘରକୁ ଫେରୁଥିବା ବାଟରେ ଗତ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଶାସନ କେନାଲ(Canal) ନିକଟରେ ଗାଡ଼ଟି ଭାରସାମ୍ୟ ହରାଇ କେନାଲ ମଧ୍ଯକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଅଜିତ ଖମରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ ଓ ରମାକାନ୍ତ ଭୁୟାଁ । ସେପଟେ ଦୁର୍ଘଟଣା ପରେ ଶାସନ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କେନାଲରୁ ବୋଲେରୋ ଗାଡ଼ି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ଯ ପଢନ୍ତୁ- Bhubaneswar: ରାଜଧାନୀରେ ଗଡ଼ିବ ମେଟ୍ରୋ! ସମୀକ୍ଷା କଲେ ୫-ଟି ସଚିବ..