ବୁର୍ଲାରେ black fungus ଆତଙ୍କ! ଜୀବନ ହାରିଲେଣି ଦୁଇ, ଚିକିତ୍ସିତ ହେଉଛନ୍ତି ୨୪
Advertisement
Article Detail0/zeeodisha/odisha933804

ବୁର୍ଲାରେ black fungus ଆତଙ୍କ! ଜୀବନ ହାରିଲେଣି ଦୁଇ, ଚିକିତ୍ସିତ ହେଉଛନ୍ତି ୨୪

ଆଜି ପର୍ଯ୍ୟନ୍ତ ବୁର୍ଲା ଭିମସାରରେ ଏହି ବ୍ଲାକ୍ ଫଙ୍ଗସରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪ ଜଣ ବ୍ଲାକ ପଙ୍ଗସ ରୋଗୀ ଚିକିତ୍ସିତ ହେଉଛନ୍ତି।

ଫାଇଲ ଫଟୋ

ସମ୍ବଲପୁର: ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ସମ୍ପୂର୍ଣ୍ଣ ଥମିନଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ ରୋଗ ଚିନ୍ତାର କାରଣ ପାଲଟିଛି। ଆଜି ପର୍ଯ୍ୟନ୍ତ ବୁର୍ଲା ଭିମସାରରେ ଏହି ବ୍ଲାକ୍ ଫଙ୍ଗସରେ ୨ ଜଣ ରୋଗିଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪ ଜଣ ବ୍ଲାକ ପଙ୍ଗସ ରୋଗୀ ଚିକିତ୍ସିତ ହେଉଛନ୍ତି। 

ଗତ ୧୦ ଦିନ ମଧ୍ୟରେ ବୁର୍ଲା ଭିମସାରରେ ୨ ଜଣ ବ୍ଲାକ୍ ଫଙ୍ଗସ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ପ୍ରାୟ ଏକ ମାସ ମଧ୍ୟରେ ଭିମସାରରେ ସମୂଦାୟ ବ୍ଲାକ୍‌ଫଙ୍ଗସରେ ୨୧ ଜଣ ଏବଂ ୨ ଜଣ ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଥିଲେ। ଇଏନ୍‌ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗର ଏକ ସ୍ୱତନ୍ତ୍ର ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି। 

Also Read: ଖାଉଟିଙ୍କୁ ମିଳିଲା ନ୍ୟାୟ; ୫ ଟଙ୍କା ନେଇ ୭ ହଜାର ଗଣିବେ ମଲ୍ ମାଲିକ

ଆଜି ପୁଣି ତିନି ଜଣ ବ୍ଲାକ ପଙ୍ଗସ (Black Fungus) ରୋଗୀ ଚିହ୍ନଟ ହୋଇଥିବା ଭିମସାର (Vimsar) ଅଧିକ୍ଷକ ସୂଚନା ଦେଇଛନ୍ତି। ୨୪ ଜଣ ରୋଗୀ ବର୍ତ୍ତମାନ ବୁର୍ଲା (Burla) ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ମଧ୍ୟ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।