Brajrajnagar Assembly By Poll 2022: ସରିଲା ଭୋଟ ଗ୍ରହଣ, ୩ ଜୁନରେ ପ୍ରକାଶ ପାଇବ ଫଳ
Advertisement
Article Detail0/zeeodisha/odisha1203707

Brajrajnagar Assembly By Poll 2022: ସରିଲା ଭୋଟ ଗ୍ରହଣ, ୩ ଜୁନରେ ପ୍ରକାଶ ପାଇବ ଫଳ

ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୬୯% ମତଦାନ ହୋଇଛି। 

Brajrajnagar Assembly By Poll 2022: ସରିଲା ଭୋଟ ଗ୍ରହଣ, ୩ ଜୁନରେ ପ୍ରକାଶ ପାଇବ ଫଳ

ଝାରସୁଗୁଡା:  ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ମେ ୩୧ ତାରିଖ ମଙ୍ଗଳବାର ଶେଷ ହୋଇଛି ଭୋଟ ଗ୍ରହଣ। ମୋଟ ୨୭୯ ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ମତଦାନ। ଏହି ନିର୍ବାଚନରେ ୭୧.୯୦% ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। 

ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା ମତଦାନ। ୨ ଲକ୍ଷ ୧୪ ହଜାରରୁ ଊର୍ଦ୍ଧ୍ୱ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ୨୭୯ ବୁଥରେ ମତଦାନ ହୋଇଥିବା ବେଳେ ସେଥିଲାଗି ନିଯୁକ୍ତ ହୋଇଥିଲେ ୧୨୮୮ ଜଣ ପୋଲିଂ ଅଫିସର। ସୁରକ୍ଷା ପାଇଁ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ପୋଲିସ ବଳ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ବ୍ରଜରାଜନଗର ବିଧାନସଭା ଆସନ ଲାଗି ଲାଗି ଶେଷ ହୋଇଛି ମତଦାନ।

କେଉଁ ଦଳରୁ କିଏ ହୋଇଛନ୍ତି ପ୍ରାର୍ଥୀ

  • ଅଳକା ମହାନ୍ତି: ବିଜେଡି 
  • ରାଧାରାଣୀ ପଣ୍ଡା: ବିଜେପି
  • କିଶୋର ଚନ୍ଦ୍ର ପଟେଲ: କଂଗ୍ରେସ
  • ରମେଶ ତ୍ରିପାଠୀ: ସିପିଆଇ
  • ବିଜୟ ଜଲାନ: ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି
  • ସୀତାରାମ ବେହେରା: ସ୍ୱାଧିନ 
  • ମନୋଜ ମେହେର: ସ୍ୱାଧିନ 
  • ସୁପ୍ରୀତ ବେହେରା: ସ୍ୱାଧିନ
  • ଦୀନବନ୍ଧୁ ବିଶ୍ୱାଳ: ସ୍ୱାଧିନ
  • ଶେଖାୱତ ରାଜପୁତ ଜୈନ: ସ୍ୱାଧିନ 
  • ଆଦିତ୍ୟ ପ୍ରଧାନ: ସ୍ୱାଧିନ