ଆରମ୍ଭରୁ ବିରୋଧର ସାମ୍ନା କରୁଥିବା Tata Powerକୁ ଲାଗିବାକୁ ଯାଉଛି ଆଉ ଏକ ଶକ୍ତ ଝଟକା। କାରଣ କମ୍ପାନୀର ନୀତିକୁ ସାଧାରଣ ଜନତା ସମେତ ବିଦ୍ୟୁତ ଠିକାଦାର ସଂଘ ମଧ୍ୟ ତୀବ୍ର ବିରୋଧ କରୁଛି।
Trending Photos
ସମ୍ବଲପୁର: ଟାଟା ପାୱାରରେ ଅଣଓଡିଆ ଠିକାଦାର ପ୍ରୀତିକୁ ବିରୋଧ କରାଯିବ। ପଶ୍ଚିମ ଓଡିଶା ବିଦ୍ୟୁତ ଠିକାଦାର ସଂଘ ଆଗାମୀ ଦିନରେ ଟାଟା ପାୱାରର ରାଜ୍ୟ ବାହାରର ଅଣଓଡ଼ିଆ ଠିକାଦାର ପ୍ରୀତିନୀତିର ପ୍ରତିବାଦ କରିବ। ରବିବାର ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ହୋଇଥିବା ସଂଘର ସାଧାରଣ ସଭାରେ ଏହି ନିଷ୍ପତି ନିଆଯାଇଛି।
ଆରମ୍ଭରୁ ବିରୋଧର ସାମ୍ନା କରୁଥିବା Tata Powerକୁ ଲାଗିବାକୁ ଯାଉଛି ଆଉ ଏକ ଶକ୍ତ ଝଟକା। କାରଣ କମ୍ପାନୀର ନୀତିକୁ ସାଧାରଣ ଜନତା ସମେତ ବିଦ୍ୟୁତ ଠିକାଦାର ସଂଘ ମଧ୍ୟ ତୀବ୍ର ବିରୋଧ କରୁଛି। କମ୍ପାନୀର ଅହେତୁକ ବିଦ୍ୟୁତ ବିଲ୍, ଅଘୋଷିତ ବାରମ୍ବାର ବିଜୁଳି କାଟ (Power cut) ପରି ସମସ୍ୟାରେ ଜୁଝି ହେଉଥିବା ରାଜ୍ୟବାସୀଙ୍କ ମନରେ ଏକ ପ୍ରକାରର ଆକ୍ରୋସ ଭରି ଆସିଲାଣି। ଯାହା ଆଗାମୀ ଦିନରେ ବିସ୍ଫୋରକ ରୂପ ନେଇ ପାରେ।
Also Read: ଅସହାୟଙ୍କୁ ସାହାରା ଦେବ ଅତ୍ୟାଧୁନିକ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା
ସେପଟେ ପଶ୍ଚିମ ଓଡିଶା (Western Odisha) ବିଦ୍ୟୁତ ଠିକାଦାର ସଂଘର ସଭାପତି ହରିହର ବେହେରା କହିଛନ୍ତି ଯେ, ଟାଟା ପାୱାର ବିଦ୍ୟୁତ ବିତରଣର ଦାୟିତ୍ୱ ନେବା ପରେ ଅଣଓଡ଼ିଆ ଠିକାଦାରଙ୍କୁ ଅଧିକ ଗୁରୁତ୍ୱ ଦେବା ସହ ଓଡ଼ିଆ ଠିକାଦାରଙ୍କୁ ଅବହେଳା କରୁଛି। ତେଣୁ ଆଗାମୀ ଦିନରେ ସାରା ରାଜ୍ୟର ବିଦ୍ୟୁତ ବିଭାଗର ଠିକାଦାର ଏହାର ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯେ କୌଣସି ସ୍ଥାନରେ ଅଣଓଡ଼ିଆ ଠିକାଦାର ବିଦ୍ୟୁତ ବିଭାଗର କାର୍ଯ୍ୟ କଲେ ପ୍ରବଳ ବିରୋଧ କରାଯାଇ କାମ ଅଟକାଇ ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି।