ହିଟ ୱେଭ୍ ଲାଗି ଗ୍ରାମାଞ୍ଚଳରେ ମଧ୍ୟ ହେବ ପଶୁପକ୍ଷୀଙ୍କ ଲାଗି ପାନୀୟ ଜଳର ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ
Advertisement

ହିଟ ୱେଭ୍ ଲାଗି ଗ୍ରାମାଞ୍ଚଳରେ ମଧ୍ୟ ହେବ ପଶୁପକ୍ଷୀଙ୍କ ଲାଗି ପାନୀୟ ଜଳର ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ହିଟୱେଭ ପ୍ରକୋପକୁ ଦେଖି ସରକାର ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ। 

ହିଟ ୱେଭ୍ ଲାଗି ଗ୍ରାମାଞ୍ଚଳରେ ମଧ୍ୟ ହେବ ପଶୁପକ୍ଷୀଙ୍କ ଲାଗି ପାନୀୟ ଜଳର ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ଏଥର ଖରାକୁ ଦୃଷ୍ଟିରେ ରଖି ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ। ବର୍ତ୍ତମାନ ରାଜ୍ୟରେ ହିଟୱେଭ୍ ଜାରି ରହିଛି। ସେଥିପାଇଁ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି।

ରାଜ୍ୟରେ ହିଟୱେଭ ପ୍ରକୋପକୁ ଦେଖି ସରକାର ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ। ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ଯେ ନିଜ ନିଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଡକାଇ ତାଙ୍କ ସହ ଗ୍ରୀଷ୍ମ ପ୍ରବାହ ପାଇଁ କ'ଣ କ'ଣ ବ୍ୟବସ୍ଥା ଗ୍ରହଣ କରଯାଇଛି ସେ ନେଇ ଆଲୋଚନା କରିବେ ଏବଂ ତତ୍ପର ରହିବେ ଯେମିତି କୌଣସି ଅଘଟଣ କିମ୍ବା ଅଂଶୁଘାତ ଜନିତ ମୃତ୍ୟୁ ନ ହୁଏ। 

ଏହା ସହ ଜିଲ୍ଲାରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳର ବ୍ୟବସ୍ଥା କରାଯିବା ପାଇଁ ନିର୍ଦେଶ ଜାରି କରାଯାଇଛି। ଏପରିକି ଗ୍ରାମାଞ୍ଚଳରେ ମଧ୍ୟ କିଭଳି ଭାବରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆ ଯାଇ ପାରିବ ସେ ଦିଗରେ କୁହାଯାଇଛି। ସବୁଠାରୁ ବଡ କଥା ହେଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ସମସ୍ତ କ୍ଷେତ୍ରରେ ସଜାଗ ରହିଛନ୍ତି ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସେ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ରଖିଥିବା କହିଛନ୍ତି। ବୁଧବାର ରୋଟାରୀ ପକ୍ଷରୁ ଏକ ହସ୍ପିଟାଲ ଉଦଘାଟନ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ।