ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍
Advertisement
Article Detail0/zeeodisha/odisha2302175

ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍

ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ।

ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍

ଭୁବନେଶ୍ଵର : ୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍‌ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଆବେଦନ ଗ୍ରହଣ ପରେ ଏବେ ପୁନଃ ଯାଞ୍ଚ ହେବ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍। ଏଥିପାଇଁ ଦୀପାଳି ଦାସଙ୍କ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇଛନ୍ତି।  

ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଝାରସୁଗୁଡାର ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍‌ ଯାଞ୍ଚ କରିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି। 

୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଜେଡି ଟିକେଟରୁ ଲଢିଥିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ମାତ୍ର ୧୩୩୩ ଭୋଟରେ ପରାସ୍ତ ହୋଇଥିଲେ ଦୀପାଳି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ସହ ପୁନଃ ଗଣତି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରି ନେଇଛନ୍ତି ନିର୍ବାଚନ କମିଶନ୍ । ଝାରସୁଗୁଡାର ୧୩ଟି ବୁଥ୍ର ଇଭିଏମ୍ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ।