Ecuador conflict:ଇକ୍ୱେଡରରେ ଲାଇଭ ଟିଭିରେ ଷ୍ଟୁଡିଓ ହାଇଜ୍ୟାକ,ଆଙ୍କର ପଣବନ୍ଦୀ !
Advertisement
Article Detail0/zeeodisha/odisha2053494

Ecuador conflict:ଇକ୍ୱେଡରରେ ଲାଇଭ ଟିଭିରେ ଷ୍ଟୁଡିଓ ହାଇଜ୍ୟାକ,ଆଙ୍କର ପଣବନ୍ଦୀ !

ଦକ୍ଷୀଣ ଆମେରିକାର ବିଭିନ୍ନ ଦେଶରେ ଡ୍ରଗ୍ସ ମାଫିଆ ସରକାରଠାରୁ ବି ଶକ୍ତିଶାଳୀ । ନିଜର ପ୍ରାଇଭେଟ୍ ସେନା ରଖିଥିବା ମାଫିଆ ଗ୍ୟାଙ୍ଗ୍ ସରକାର ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିବା କଥା ଏହି ସବୁ ଦେଶ ପାଇଁ ନୁଆ ନୁହେଁ । କଲମ୍ବିଆ,ମେକ୍ସିକୋ ଭଳି ଦେଶରେ ମାଫିଆ ସରକାରକୁ ପକେଟରେ ଧରି ବୁଲେ । ଆମେରିକା ନିଜ ଦେଶର ସୁରକ୍ଷା ପାଇଁ ଏହି ସବୁ ଦ

SOCIAL MEDIA

Ecuador conflict:

ଦକ୍ଷୀଣ ଆମେରିକାର ବିଭିନ୍ନ ଦେଶରେ ଡ୍ରଗ୍ସ ମାଫିଆ ସରକାରଠାରୁ ବି ଶକ୍ତିଶାଳୀ । ନିଜର ପ୍ରାଇଭେଟ୍ ସେନା ରଖିଥିବା ମାଫିଆ ଗ୍ୟାଙ୍ଗ୍ ସରକାର ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିବା କଥା ଏହି ସବୁ ଦେଶ ପାଇଁ ନୁଆ ନୁହେଁ । କଲମ୍ବିଆ,ମେକ୍ସିକୋ ଭଳି ଦେଶରେ ମାଫିଆ ସରକାରକୁ ପକେଟରେ ଧରି ବୁଲେ । ଆମେରିକା ନିଜ ଦେଶର ସୁରକ୍ଷା ପାଇଁ ଏହି ସବୁ ଦେଶର ମାଫିଆ ସଂଗଠନଙ୍କ ବିରୋଧରେ ଗତ ୪ ଦଶକ ଧରି ଯୁଦ୍ଧ ଲଢୁଛି । କିନ୍ତୁ ସଫଳତା ଖୁବ କମ ମିଳିଛି । ଆଜି ମଧ୍ଯ ଡ୍ରଗ୍ସ ମାଫିଆ ଏହି ଦେଶ ଗୁଡିକରେ ନିଜ ଆଧିପତ୍ୟ ବିସ୍ତାର କରିଛନ୍ତି । ଏହି କ୍ରମରେ ଗୋଟିଏ ଏମିତି ଘଟଣା ଘଟିଛି ଯାହାକୁ ଦେଖି ପୁରା ଦୁନିଆ ସ୍ତବ୍ଧ ହୋଇଯାଇଛି । କାରଣ ଘଟଣା ଲାଇଭ୍ ଟିଭିରେ ଘଟିଥିଲା ।

ଟିଭି ଷ୍ଟୁଡିଓ ହାଇଜ୍ୟାକ୍,ଆଙ୍କର ପଣବନ୍ଦୀ !

ମୁଖାପିନ୍ଧା ବନ୍ଧୁକଧାରୀମାନେ ଇକ୍ୟୁଏଡରର ଗୋଟିଏ ଟେଲିଭିଜନ ଷ୍ଟୁଡିଓ ଉପରେ ଆକ୍ରମଣ କରି ଜଣେ ନ୍ୟୁଜ୍ ଆଙ୍କର୍ ଏବଂ ଅନ୍ୟମାନଙ୍କୁ ବନ୍ଧକ ରଖିଥିଲେ। ଏହି ବନ୍ଧୁକଧାରୀ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଆତଙ୍କ ସୃଷ୍ଟି କରିଥିଲେ। ପ୍ରାୟ ୧୫ ମିନିଟ୍ ଧରି ଷ୍ଟୁଡିଓ ହାଇଜ୍ୟାକର ହାଇଡ୍ରାମା ଚାଲିଥିଲା । ସେନାର ଏଣ୍ଟ୍ରି ପରେ ଅପରାଧୀ ଷ୍ଟୁଡିଓ ଛାଡି ଚାଲିଯାଇଥିଲେ । କିନ୍ତୁ ଯେଉଁ ୧୫ ମିନିଟ ସେମାନଙ୍କ ନିୟନ୍ତ୍ରଣରେ ଷ୍ଟୁଡିଓ ରହିଥିଲା ତା’ରି ଭିତରେ ଇକ୍ୱେଡର ଦେଖିଥିଲା ମାଫିଆ କଣ କରିପାରେ ।

ଘଟଣା କେମିତି ଘଟିଲା ?

ପିସ୍ତଲ ଏବଂ ଡାଇନାମାଇଟ୍ ବାଡିରେ ସଜ୍ଜିତ ଅପରାଧି ଇକ୍ୟୁଏଡର ଗୁଆଆକିଲରେ ସହରର ଏକ ଟିଭି ଷ୍ଟୁଡିଓ ଉପରେ ଆକ୍ରମଣ କରିଥିଲେ । ସେମାନେ ଟିଭି ଷ୍ଟୁଡିଓକୁ ନିଜ ନିୟନ୍ତ୍ରଣକୁ ନେବା ସମୟରେ ଗୋଟିଏ ଲାଇଭ୍  କାର୍ଯ୍ୟକ୍ରମ ଚାଲୁଥିଲା । ଫଳରେ ପୁରା ଦେଶ ଏହି ଘଟଣାକୁ ଦେଖିଥିଲା । ଷ୍ଟୁଡିଓ ମଧ୍ୟକୁ ପ୍ରବେଶ କରି ଅପରାଧୀ ବୋମାମାଡ଼ କରିବା ଧମକ ଦେଇଥିଲେ ।

ଟିସି ଟେଲିଭିଜନର ସମ୍ବାଦ ମୁଖ୍ୟ ଆଲିନା ମେନରିକ କହିଛନ୍ତି ଯେ ସେ ଷ୍ଟୁଡିଓ ସମ୍ମୁଖରେ ଥିବା କଣ୍ଟ୍ରୋଲ ରୁମରେ ଘଟଣାବେଳେ ଥିଲେ । ମୁଖାପିନ୍ଧା କିଛି ଅପରାଧି ବିଲ୍ଡିଂରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ତାଙ୍କୁ ଚଟାଣରେ ବସିବାକୁ କହିଥିଲେ। ଏହି ଘଟଣା ଦୀର୍ଘ ସମୟ ଧରି ସିଧା ପ୍ରସାରଣ କରାଯାଇଥିଲା। ପ୍ରାୟ 15 ମିନିଟ୍ ପରେ ଷ୍ଟେସନର ସଙ୍କେତ କଟିଯାଇଥିଲା । ସେ  କହିଛନ୍ତି ଯେ ଆକ୍ରମଣକାରୀମାନେ ପୋଲିସ ଦ୍ୱାରା ଘେରି ରହିଥିବା ଜାଣିପାରି ଷ୍ଟୁଡିଓ ଛାଡି ପଳାଇଥିଲେ।

ମାଫିଆର ଯୁଦ୍ଧ ଘୋଷଣା

ଇକ୍ୱେଡରର ସବୁଠାରୁ ବଡ ଡ୍ରଗ୍ ମାଫିଆ ଇକ୍ୟୁଏଡରର ଜେଲରୁ ଫେରାର ହୋଇଯିବା ପରେ ମଙ୍ଗଳବାର ଦିନ ଏହି କାଣ୍ଡ ଘଟିଥିଲା । ମାଫିଆ ବସ ଜେଲରୁ ଫେରାର ହେବା ପରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ଇକ୍ୟୁଏଡରର ରାଷ୍ଟ୍ରପତି ଡାନିଏଲ ନୋବୋଆ ଦେଶର ଶକ୍ତିଶାଳୀ ଅପରାଧିକ ଗୋଷ୍ଠୀ ବିରୋଧରେ ସାମରିକ ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମାଫିଆ ଦେଶରେ ଅନେକ ବ୍ୟକ୍ତିଙ୍କ ଅପହରଣ କରିଛି । ଯେଉଁମାନଙ୍କ ମଧ୍ଯରେ ପୋଲିସ କର୍ମୀଙ୍କଠାରୁ ସେନା ଅଧିକାରୀ ମଧ୍ଯ ଅଛନ୍ତି ।

ମାଫିଆ ଦମନ ପାଇଁ ରାଷ୍ଟ୍ରପତି ଡାନିଏଲ ନୋବୋଆ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଫଳରେ ଦେଶରେ ନାଗରିକ ଅଧିକାର ନିଲମ୍ବିତ ହୋଇଛି । ସେନାକୁ ବିଶେଷ ଅଧିକାର ପ୍ରଦାନ କରିଛି । ସେନା ଜେଲ ଭିତରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିପାରିବ । ବନ୍ଧୁକଧାରୀମାନେ ଟିଭି ଷ୍ଟେସନ ଉପରେ ଆକ୍ରମଣ କରିବାର କିଛି ସମୟ ପରେ ରାଷ୍ଟ୍ରପତି ନୋବୋଆ ଏକ ବିବୃତ୍ତି ଜାରି କରି ଦେଶରେ କାର୍ଯ୍ୟ କରୁଥିବା 20 ଟି ଡ୍ରଗ୍ ମାଫିଆ ଗ୍ୟାଙ୍ଗକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛନ୍ତି ।  ଇକ୍ୟୁଏଡରର ସେନାକୁ ଆନ୍ତର୍ଜାତୀୟ ମାନବିକ ଆଇନ ସୀମା ମଧ୍ୟରେ ରହି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି ।