Odisha 12th Result 2024: ପ୍ରକାଶ ପାଇଲା +୨ ପରିକ୍ଷା ଫଳ, ପୁଣି ବାଜି ମାରିନେଲେ ଛାତ୍ରୀ
Advertisement
Article Detail0/zeeodisha/odisha2264754

Odisha 12th Result 2024: ପ୍ରକାଶ ପାଇଲା +୨ ପରିକ୍ଷା ଫଳ, ପୁଣି ବାଜି ମାରିନେଲେ ଛାତ୍ରୀ

Odisha 12th Result 2024: ରବିବାର ଦିନ ରାଜ୍ୟର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଏକ ସଙ୍ଗାରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାଫଳ ପ୍ରକାଶ ପାଇଛି।

 

Odisha 12th Result 2024

CHSE Odisha 12th Result 2024: ରବିବାର ଦିନ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ପ୍ରେସ୍ କନଫେରେନ୍ସ ମାଧ୍ୟମରେ ଏକ ସଙ୍ଗାରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରିକ୍ଷାଫଳ ପ୍ରକାଶ ପାଇଛି। ଏଥର କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଛି। ଏଥି ସହିତ ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଛି। କହିରଖୁଛୁ ଯେ ଗତ ୧୬ ଫେବ୍ରୁଆରୀରୁ ୨୦ ମାର୍ଚ୍ଚ ୨୦୨୪ ମଧ୍ୟରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। 

ଏପରି ଚେକ୍ କରିପାରିବେ ନିଜ ରେଜଲ୍ଟ
ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବସାଇଟ୍  www.orissaresults.nic.in ଭିଜିଟ କରି ନିଜ ନିଜର ରେଜଲ୍ଟ ଦେଖିପାରିବେ। 

ଅନ୍ୟ ପଟେ ଆଜି ସକାଳେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 

ସେହିପରି ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୬.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌  ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି । 

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ଓ  ପୁଅଙ୍କ ପାସ୍‌ ହାର ୯୬.୩୯% ରହିଛି। ଚଳିତ ବର୍ଷ, ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି ।  ତେବେ ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ଅର୍ଥାତ ସାଢେ ୧୧ ଟାରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ । ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ । 

ଅପରାହ୍ଣ ୪ଟାରୁ କୃତି ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ, ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଏଥର ପରୀକ୍ଷା ଦେଇଥିଲେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରେ ଚେକିଂ ପାଇଁ ଅବେଦନ କରାଯାଇପାରିବ। କେବଳ ଅନ୍ଲାଇନ୍ ଜରିଆରେ ହିଁ ରିଚେକିଂ ପାଇଁ ଆବେଦନ କରାଯାଇପାରିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି।