CRPF Recruitment 2023: ସିଆରପିଏଫରେ ହେଉଛି ବମ୍ପର୍ ନିଯୁକ୍ତି, ଆସନ୍ତାକାଲିରୁ ଆରମ୍ଭ ହେବ ଆବେଦନ, ଜାଣନ୍ତୁ ଡିଟେଲ୍ସ
Advertisement

CRPF Recruitment 2023: ସିଆରପିଏଫରେ ହେଉଛି ବମ୍ପର୍ ନିଯୁକ୍ତି, ଆସନ୍ତାକାଲିରୁ ଆରମ୍ଭ ହେବ ଆବେଦନ, ଜାଣନ୍ତୁ ଡିଟେଲ୍ସ

CRPF Recruitment 2023: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ୯,୨୧୨ କନେଷ୍ଟବଳ (ଟେକନିକ୍ ଓ ଟ୍ରେଡ୍ସମ୍ୟାନ) ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରିକରିଛି । ଏହାର ଆବେଦନ ଆସନ୍ତାକଲି ଅର୍ଥାତ ୨୭ ମାର୍ଚ୍ଚ ଠାରୁ ଆରମ୍ଭ ହେବ ।

ସାଙ୍କେତିକ ଛବି

CRPF Recruitment 2023: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ୯,୨୧୨ କନେଷ୍ଟବଳ (ଟେକନିକ୍ ଓ ଟ୍ରେଡ୍ସମ୍ୟାନ) ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ ୨୭ ମାର୍ଚ୍ଚ ଠାରୁ ଆରମ୍ଭ ହେବ ଓ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୨୫ ଏପ୍ରିଲ ରଖାଯାଇଛି । ଆଗ୍ରହୀ ପ୍ରାର୍ଥୀ ମାନେ, CRPF ର ଅଫିସିଆଲ୍ ୱେବସାଇଟ୍ crpf.gov.in ଭିଜିଟ କରି ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।

ଜାଣନ୍ତୁ ପରୀକ୍ଷା ତାରିଖ
ପ୍ରାର୍ଥୀମାନଙ୍କ ଚୟନ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ୧ ରୁ ୧୩ ଜୁଲାଇ ୨୦୨୩ ମଧ୍ୟରେ କରାଯିବ । ଏହି ପରୀକ୍ଷାର ଆଡମିଟ୍ କାର୍ଡ ୨୦ ଜୁନ୍ ରେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଦିଆଯିବ । ପ୍ରାର୍ଥୀ ୨୫ ଜୁନ୍ ସୁଦ୍ଧା ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ସକ୍ଷମ ହେବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୯,୨୧ ପଦବୀରେ ନିଯୁକ୍ତି ଦିଆଯିବ, ଯାହା ମଧ୍ୟରୁ ୯,୧୦୫ ଜଣ ପୁରୁଷ ଓ ୧୦୭ ଜଣ ମହିଳା ପ୍ରାର୍ଥୀଙ୍କ ସ୍ଥାନ ପୂରଣ କରିବେ ।

ଆବେଦନ ଶୁଳ୍କ
ଜେନେରାଲ, EWS ଓ OBC କ୍ୟାଟେଗରିରେ ଆସୁଥିବା ପୁରୁଷ ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି । ଅନୁସୂଚିତ ଜନଜାତି / ନିର୍ଧାରିତ ଜନଜାତି, ମହିଳା ପ୍ରାର୍ଥୀ ଓ ପୂର୍ବ-ସେଣ୍ଟସିମେନ ସମସ୍ତ କ୍ୟାଟେଗରିରେ ଆବେଦନକାରୀମାନଙ୍କ ଆବେଦନ ଶୁଳ୍କ ଛାଡ କରଯାଇଛି ।

fallback

CRPF recruitment 2023: ଏହିପରି କାରପାରିବେ ଆବେଦନ
ପ୍ରଥମେ CRPF ର ଅଫିସିଆଲ୍ ୱେବସାଇଟ୍ crpf.gov.in କୁ ଯାଆନ୍ତୁ ।
ଏହାପରେ ସ୍କ୍ରୋଲ୍ ଡାଉନ୍ ଓ ନିଯୁକ୍ତି ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଏହାପରେ  ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
ଏହାପରେ ଫର୍ମକୁ ସବମିଟ୍ କରନ୍ତୁ ଓ ଭବିଷ୍ୟତର ସନ୍ଦର୍ଭ ପାଇଁ ଏକ ପ୍ରିଣ୍ଟ୍ ବାହାର କରି ପାଖରେ ରଖନ୍ତୁ ।

ଚୟନ ପ୍ରକ୍ରିୟା
ଅନଲାଇନ୍ ପରୀକ୍ଷା, ପିଏସଟି ଓ ପିଇଟି, ଟ୍ରେଡ଼ ଟେଷ୍ଟ, ଡିଭି ଓ ମେଡିକାଲ ଟେଷ୍ଟ ସମେତ କାର୍ଯ୍ୟଦକ୍ଷତା ଆଧାରରେ ପ୍ରାର୍ଥୀ ମାନଙ୍କୁ ଚୟନ କରାଯିବ । ନିଯୁକ୍ତି ପରୀକ୍ଷା ୧ ରୁ 
୧୩ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚାଲିବ । ନୋଟିଫିକେସନ୍ ଡାଉନଲୋଡ୍ କରିବାକୁ ଓ ପ୍ରତ୍ୟେକ ବିନ୍ଦୁକୁ ଯତ୍ନର ସହିତ ଦେଖିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । CRPF କନେଷ୍ଟବଳ ୨୦୨୩ ନିଯୁକ୍ତି ପାଇଁ ଅଧିକ ଅପଡେଟ୍ ଜାଣିବାକୁ CRPF ଅଫିସିଆଲ ୱେବସାଇଟ୍ crpf.gov.in କୁ ଯାଇ ଯାଞ୍ଚ କରିପାରିବେ ।

ଏହା ବି ପଢ଼ନ୍ତୁ: Maci Currin: ଏ ହେଉଛନ୍ତି ଦୁନିଆର ସବୁଠୁ ଲମ୍ବା ଗୋଡ ଥିବା ଝିଅ, ଗିନିଜ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ରହିଛି ନାମ
ଏହା ବି ପଢ଼ନ୍ତୁ: ସିଗାରେଟ୍ କଥା ଛାଡନ୍ତୁ...ବିଡିକୁ ଇଂରାଜୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି? ଏବେବି ଅନେକ ଧନୀ ଲୋକ କାହିଁକି ଏହାକୁ ଟାଣନ୍ତି