ରେଳବାଇରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ; ରେଳମନ୍ତ୍ରୀ କଲା ବଡ ଘୋଷଣା
Advertisement

ରେଳବାଇରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ; ରେଳମନ୍ତ୍ରୀ କଲା ବଡ ଘୋଷଣା

Railway Recruitment: ସରକାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ରେଳବାଇ ୨୦୧୪ ରୁ ୨୦୨୨ ମଧ୍ୟରେ ସମୁଦାୟ ୩.୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି ଓ ୧.୪୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଚାଲିଛି ।

ସାଙ୍କେତିକ ଫଟୋ

Railway Recruitment 2022: ସରକାର ରାଜ୍ୟସଭାରେ (Rajya Sabha) ସୂଚନା ଦେଇଛନ୍ତି ଯେ ରେଳବାଇ ୨୦୧୪ ରୁ ୨୦୨୨ ମଧ୍ୟରେ ସମୁଦାୟ ୩.୫୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି ଓ ୧.୪୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଚାଲିଛି । ରାଜ୍ୟସଭରେ ପ୍ରଶ୍ନକାଳ ସମୟରେ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ (Ashwini Vaishnaw) ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୪ ରୁ ୨୦୨୨ ମଧ୍ୟରେ ରେଳବାଇ ୩,୫୦,୨୦୪ ଲୋକଙ୍କୁ ନିଯୁକ୍ତି ଦେଇଛି । ଏହା ସହ ସେ କହିଛନ୍ତି ଯେ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଦେଇଥିବା ପ୍ରତିଶ୍ରୁତିରେ ରେଳବାଇ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓ ଏହା ୧.୪୦ ଲକ୍ଷ ଲୋକଙ୍କୁ ଚାକିରୀ ଦେବ । ସେ କହିଛନ୍ତି ଯେ ରେଳବାଇ ଚଳିତ ବର୍ଷ ୧୮,୦୦୦ ଚାକିରି ପ୍ରଦାନ କରିଛି ।

ପଶ୍ଚିମବଙ୍ଗ ପ୍ରସଙ୍ଗରେ ରେଳ ମନ୍ତ୍ରୀ କହିଛନ୍ତି ଯେ ଅତୀତରେ ସେଠାରେ ଅନେକ ପ୍ରକଳ୍ପ ଘୋଷଣା କରାଯାଇଥିଲା, କିନ୍ତୁ ରେଳବାଇର ସମସ୍ତ ଉଦ୍ୟମ ସତ୍ତ୍ୱେ ସେଠାରୁ ଜମି ପାଇପାରିନଥିଲେ । ପୂର୍ବ ଘୋଷଣାନାମାକୁ ନେଇ ଏକ କଟାକ୍ଷ କରି ସେ କହିଛନ୍ତି ଯେ କିଛି ଲୋକ ଘୋଷଣା କରନ୍ତି, କିଛି ଲୋକ କାର୍ଯ୍ୟ କରନ୍ତି ... ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ରାଜ୍ୟରେ ଜମି ଉପଲବ୍ଧ ହେବା ମାତ୍ରେ ପ୍ରକଳ୍ପଗୁଡ଼ିକ ଉପରେ କାମ ଆରମ୍ଭ ହେବ ବୋଲି ବୈଷ୍ଣବ କହିଛନ୍ତି । ସେ କହିଛନ୍ତି ଯେ ରେଳବାଇ ଏପରି ଏକ ବିଭାଗ ଯାହାକି 'ସମସ୍ତଙ୍କ ପ୍ରୟାସ' ଆବଶ୍ୟକ କରେ ଓ ରାଜ୍ୟଗୁଡିକର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କୋଲକାତା ମେଟ୍ରୋ ବିଷୟରେ ସେ କହିଛନ୍ତି ଯେ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ସେଠାରେ ସମ୍ପ୍ରସାରଣର ଗତି ବହୁତ ମନ୍ଥର ଥିଲା, କିନ୍ତୁ ବର୍ତ୍ତମାନ ପ୍ରତି ପାଞ୍ଚ-ଛଅ ମାସରେ ଏକ ନୂତନ ବିଭାଗ କାର୍ଯ୍ୟକ୍ଷମ ହେଉଛି । ଉତ୍ସର୍ଗୀକୃତ ମାଲ ପରିବହନ କରିଡର (ଡିଏଫସି) ବିଷୟରେ ରେଳମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୩୦୦ କିଲୋମିଟର ଷ୍ଟ୍ରେଚ୍ କାର୍ଯ୍ୟକ୍ଷମ ହୋଇସାରିଛି, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏଥିରେ କୌଣସି ଅଗ୍ରଗତି ହୋଇ ନାହିଁ।

ଏହା ବି ପଢ଼ନ୍ତୁ: LAC ନିକଟରେ ଉଡ଼ୁଥିବା ଚୀନ ଯୁଦ୍ଧ ବିମାନକୁ ନେଇ ଭାରତ ଆଲର୍ଟ; ଡ୍ରାଗନକୁ ଦେଲା ଚେତାବନୀ

ଏହା ବି ପଢ଼ନ୍ତୁ: PNB Jobs 2022: ଏସବୁ ପଦବୀରେ ନିଯୁକ୍ତି ଦେଉଛି ଏହି ସରକାରୀ ବ୍ୟାଙ୍କ; ଶୀଘ୍ର କରନ୍ତୁ ଆବେଦନ