Study Abroad: ବିଦେଶରେ ପଢିବା ହେଲା ସହଜ, ଖର୍ଚ୍ଚ ବହନ କରିବେ ସରକାର! ଏପରି କରନ୍ତୁ ଆବେଦନ
Advertisement

Study Abroad: ବିଦେଶରେ ପଢିବା ହେଲା ସହଜ, ଖର୍ଚ୍ଚ ବହନ କରିବେ ସରକାର! ଏପରି କରନ୍ତୁ ଆବେଦନ

 ବିଦେଶରେ ଉଚ୍ଚଶିକ୍ଷା (Higher Education) ଲାଭ କରିବା ପାଇଁ ଅନେକ ଛାତ୍ରଛାତ୍ରୀ ଇଛା କରିଥାନ୍ତି । କିନ୍ତୁ ଟଙ୍କାର ଅଭାବ ଯୋଗୁଁ ସେମାନେ ବିଦେଶ ଯାଇ ପାଠ ପଢି ପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ଚାହୁଁଥିବା ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ସର୍ବାଧିକ ଏହା ସର୍ଚ୍ଚ କରଯାଇଥାଏ ଯେ ବିଦେଶରେ ପଢିବା ପାଇଁ କେତେ ଟଙ୍କା ଖର୍ଚ୍ଚ

ସୌ: ସୋସିଆଲ ମିଡିଆ

Govt Education Loans: ବିଦେଶରେ ଉଚ୍ଚଶିକ୍ଷା (Higher Education) ଲାଭ କରିବା ପାଇଁ ଅନେକ ଛାତ୍ରଛାତ୍ରୀ ଇଛା କରିଥାନ୍ତି । କିନ୍ତୁ ଟଙ୍କାର ଅଭାବ ଯୋଗୁଁ ସେମାନେ ବିଦେଶ ଯାଇ ପାଠ ପଢି ପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ଚାହୁଁଥିବା ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ସର୍ବାଧିକ ଏହା ସର୍ଚ୍ଚ କରଯାଇଥାଏ ଯେ ବିଦେଶରେ ପଢିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ । ଶିକ୍ଷାର ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି, ଟଙ୍କା ହ୍ରାସ ଓ ରେପୋ ରେଟରେ ବୃଦ୍ଧି ଯୋଗୁଁ ସୁଧ ହାର ମଧ୍ୟ ବୃଦ୍ଧି ପାଇଛି, ଯେଉଁ କାରଣରୁ ଛାତ୍ରମାନେ ବର୍ତ୍ତମାନ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ସ୍ମାର୍ଟ ଉପାୟ ଖୋଜୁଛନ୍ତି । କେତେକ ଛାତ୍ରଛାତ୍ରୀ ମଧ୍ୟ ଛାତ୍ରବୃତ୍ତିର ସାହାଯ୍ୟ ନିଅନ୍ତି, କିନ୍ତୁ ଅନେକ ଥର ଛାତ୍ରଛାତ୍ରୀ ଶିକ୍ଷା ବୃତ୍ତି ପାଇବାକୁ ସକ୍ଷମ ହୋଇ ନଥାନ୍ତି । ଏଭଳି ପରିସ୍ଥିତିରେ ସେମାନେ ଏଜୁକେସନ ଲୋନ (Education Loan) ନେଇଥାନ୍ତି ।

କହିରଖୁଛୁ ଯେ ବିଦେଶରେ ପଢିବା ସମୟରେ ଖର୍ଚ୍ଚ ପରିଚାଳନା ପାଇଁ ସରକାରୀ ଲୋନ ସ୍କିମ ହେଉଛି ସର୍ବୋତ୍ତମ ଉପାୟ । ଏହି ଲୋନ ସ୍କିମଗୁଡିକରେ ସ୍ୱଳ୍ପ ସୁଧ ହାର ରହିବା ସହିତ ସବସିଡି ମଧ୍ୟ ପ୍ରଦାନ କରା ଯାଇଥାଏ । ଆସନ୍ତୁ ଏପରି କିଛି ଲୋନ ସ୍କିମ ବିଷୟରେ ଜାଣିବା...

NBCFDC ହେଉଛି ଏକ ଅଣ-ଲାଭ ସଂଗଠନ ଯାହାକି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଦାରିଦ୍ର ସୀମାରେଖା ତଳେ ରହୁଥିବା ପଛୁଆ ବର୍ଗର ସଦସ୍ୟଙ୍କ ଉନ୍ନତି ପାଇଁ ପ୍ରତିଷ୍ଠିତ । ବୌଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ NBCFDC ଶିକ୍ଷା ଋଣ ପ୍ରଦାନ କରେ । ଏହି ଯୋଜନାର ସେହି ଛାତ୍ରମାନେ ଯୋଗ୍ୟ, ଯାହାର ପାରିବାରିକ ଆୟ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଏହି ଯୋଜନା ଅଧୀନରେ ଶିକ୍ଷା ଖର୍ଚ୍ଚର ୮୫ ପ୍ରତିଶତ NBCFDC ବହନ କରୁଥିବାବେଳେ ବାକି ଖର୍ଚ୍ଚକୁ ଛାତ୍ରଛାତ୍ରୀମାନଙ୍କୁ ବହନ କରିବାକୁ ପଡିଥାଏ ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଅଣ-ଲାଭ କମ୍ପାନୀ NMDFC ଦାରିଦ୍ର ସୀମାରେଖା ତଳେ ରହୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ । ଆୟ ସୀମା ଉପରେ ଆଧାର କରି ଏହା ଦୁଇ ପ୍ରକାର ଶିକ୍ଷା ଲୋନ ଦେଇଥାଏ । 

ପରିବାରର ଆୟ ୧.୨୦ ଲକ୍ଷ ଟଙ୍କା ଥିବା ଛାତ୍ରଛାତ୍ରୀମାନେ ବାର୍ଷିକ ୩% ସୁଧ ହାରରେ ବିଦେଶରେ ପଢିବା ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ ଲୋନ ପାଇପାରିବେ ।
ପରିବାରର ଆୟ ୮ ଲକ୍ଷ ଟଙ୍କା ଥିବା ଛାତ୍ରଛାତ୍ରୀନେ ବିଦେଶରେ ପଢିବା ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ ଲୋନ ପାଇଁ ଆବେଦନ କରିପାରିବେ । ପୁରୁଷ ପ୍ରାର୍ଥୀଙ୍କ ପାଇଁ ସୁଧ ହାର ବାର୍ଷିକ ୮ ପ୍ରତିଶତ ହୋଇଥିବାବେଳେ, ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ବାର୍ଷିକ ୫ ପ୍ରତିଶତ ରହିଛି ।

CGFSEL
ଏହି ଯୋଜନା ଅଧୀନରେ ଛାତ୍ରମାନଙ୍କୁ କୌଣସି ବନ୍ଧକ କିମ୍ବା ତୃତୀୟ ପକ୍ଷ ଗ୍ୟାରେଣ୍ଟି ବିନା ୭.୫ ଲକ୍ଷ ଟଙ୍କା ଏଜୁକେସନ ଲୋନ ଦିଆଯାଏ । କ୍ରେଡିଟ୍ ରିସ୍କ ଗ୍ୟାରେଣ୍ଟି ପାଣ୍ଠି ଯୋଜନା ଭାରତୀୟ ବ୍ୟାଙ୍କ ଆସୋସିଏସନର ମଡେଲ୍ ଏଜୁକେସନ ଲୋନ ସ୍କିମ ଅଧୀନରେ ବ୍ୟାଙ୍କଗୁଡିକ ଦେଇଥିବା ଏଜୁକେସନ ଲୋନର ଗ୍ୟାରେଣ୍ଟି ଦେଇଥାଏ । ଯଦି ପରିବାରର ଆୟ ୪.୫ ଲକ୍ଷରୁ କମ୍ ତେବେ ଏହି ଯୋଜନା ଅନ୍ତର୍ଗତ EWS ଛାତ୍ରମାନେ ଲୋନ ପାଇଁ ଆବେଦନ କରିପାରିବେ ।

ଏହା ବି ପଢନ୍ତୁ: SBI Recruitment 2023: ୧୪୦୦ ରୁ ଅଧିକ ପବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରିକଲା SBI