ଆଇଆଇଟିରେ ଭାରତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଇସ୍ରୋ ପକ୍ଷରୁ ମାସବ୍ୟାପୀ ଉତ୍ସବ ଉଦ୍ ଘାଟିତ
Advertisement
Article Detail0/zeeodisha/odisha2348526

ଆଇଆଇଟିରେ ଭାରତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଇସ୍ରୋ ପକ୍ଷରୁ ମାସବ୍ୟାପୀ ଉତ୍ସବ ଉଦ୍ ଘାଟିତ

IIT Bhubaneswar: ୨୦୦୦ ମସିହା ଶେଷ ସୁଦ୍ଧା ଏହା ବର୍ଷକୁ ୨ଉପଗ୍ରହକୁ ବୃଦ୍ଧି ପାଇଥିଲା। ଅପର ପକ୍ଷରେ ସାରା ଦେଶରେ ଆଇଆଇଟି ଜ୍ଞାନ ଉତ୍ପାଦନ, ଜ୍ଞାନ ବିସ୍ତାର ଏବଂ ଜ୍ଞାନ ପ୍ରୟୋଗଠାରୁ ଅଧିକ ଆଗକୁ ବଢ଼ି ଅର୍ଥ ଅର୍ଜ୍ଜନ ପରିସରକୁ ଅନ୍ତର୍ଭୁକ୍ତ କରିଛି, ଯାହାକି ଷ୍ଟାର୍ଟ-ଅପ୍ ବିକାଶ ଓ ଉଦ୍ୟମିତା ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେଉଛି।

ଆଇଆଇଟିରେ ଭାରତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଇସ୍ରୋ ପକ୍ଷରୁ ମାସବ୍ୟାପୀ ଉତ୍ସବ ଉଦ୍ ଘାଟିତ

ଭୁବନେଶ୍ବର: ଭାରତୀୟ ମହାକାଶ ଦିବସ ପାଳନ ପୂର୍ବରୁ ଆଇଆଇଟିର ଗବେଷଣା ଏବଂ ଉଦ୍ୟୋଗୀ ପାର୍କ (ଆରଇପି) ଭୁବନେଶ୍ୱର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହିତ ଯୋଗଦେଇଛି। ତେବେ ଗତ ୨୦୨୩ ମସିହା ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ଚନ୍ଦ୍ରାୟଣ-୩ ର ସଫଳ ଅବତରଣ ଉତ୍ସବ ପାଳନ କରିବାକୁ ଏହି ଦିନକୁ ମନୋନୀତ କରାଯାଇଛି। ତେଣୁ ଉତ୍ସବ ପାଳନ ପାଇଁ ଏକ ଅଂଶ ଭାବେ ଇସ୍ରୋର ସତୀଶ ଧୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟର ଓ ଏସଏଚଏଆର ସହ ମିଳିତ ଭାବରେ ଆସନ୍ତା ଜୁଲାଇ ୨୨ ଓ ୨୩ ତାରିଖରେ ଆଇଆଇଟି ପରିସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଆଜି ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକରଙ୍କ ଉପସ୍ଥିତିରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଛନ୍ତି। 

ପ୍ରଫେସର କରମଲକର କହିଛନ୍ତି ଯେ, ୨୦୦୦ ମସିହାର ପ୍ରାରମ୍ଭରେ ଇସ୍ରୋ ପ୍ରତି ଦୁଇ ବର୍ଷରେ ଗୋଟିଏ ଉପଗ୍ରହ ଉତ୍ କ୍ଷେପଣ କରୁଥିଲା। ୨୦୦୦ ମସିହା ଶେଷ ସୁଦ୍ଧା ଏହା ବର୍ଷକୁ ୨ଉପଗ୍ରହକୁ ବୃଦ୍ଧି ପାଇଥିଲା। ଅପର ପକ୍ଷରେ ସାରା ଦେଶରେ ଆଇଆଇଟି ଜ୍ଞାନ ଉତ୍ପାଦନ, ଜ୍ଞାନ ବିସ୍ତାର ଏବଂ ଜ୍ଞାନ ପ୍ରୟୋଗଠାରୁ ଅଧିକ ଆଗକୁ ବଢ଼ି ଅର୍ଥ ଅର୍ଜ୍ଜନ ପରିସରକୁ ଅନ୍ତର୍ଭୁକ୍ତ କରିଛି, ଯାହାକି ଷ୍ଟାର୍ଟ-ଅପ୍ ବିକାଶ ଓ ଉଦ୍ୟମିତା ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେଉଛି। ଫେବୃଆରୀ ୨୦୨୪ ରେ ଆରମ୍ଭ ହୋଇଥିବା ଏହାର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ ଇନିସିଏଟିଭ୍ ମାଧ୍ୟମରେ ଆଇଆଇଟି ଭୁବନେଶ୍ୱର ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବାକୁ ଆଗେଇ ଆସିଛି। ବର୍ତ୍ତମାନ ଲକ୍ଷ୍ୟ ହେଉଛି ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ଉତ୍ସାହିତ କରିବା ଏବଂ ଆଇଆଇଟି ଏହାର ଗବେଷଣା ଏବଂ ଉଦ୍ୟମିତା ପାର୍କ ମାଧ୍ୟମରେ ଏହି ଦିଗରେ ପଦକ୍ଷେପ ନେଉଛି। ଏହି ଉଦ୍ୟମରେ ସ୍ପେସ୍ ଉଦ୍ୟୋଗୀତା ମଧ୍ୟ ଅନ୍ତର୍ଭୁକ୍ତ ହେବ। 

ସେହିପରି ପ୍ରଫେସର ଶ୍ରୀ ଘୋଷ କହିଛନ୍ତି ଯେ, ଡାକ୍ତର, ଇଞ୍ଜିନିୟର ଏବଂ ଉଦ୍ୟୋଗୀଙ୍କ ବ୍ୟତୀତ ଭାରତର ସାମଗ୍ରିକ ବିକାଶ ପାଇଁ ବୈଜ୍ଞାନିକ ଏବଂ ଗବେଷଣାକାରୀ ଆବଶ୍ୟକ। ସ୍ପେସ୍ ଟେକ୍ନୋଲୋଜି କ୍ଷେତ୍ରକୁ ଭିନ୍ନ ଢଙ୍ଗରେ ସେବା କରିବା ପାଇଁ ମେଧାବୀ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅବଦାନ ମାଧ୍ୟମରେ ଏକ ପରିବର୍ତ୍ତନ ଆଣିବାକୁ ଧ୍ୟାନ ଦେବାକୁ ସେ ଛାତ୍ରମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଜେ ଦାମୋଦରମ, ଇସ୍ରୋର ବୈଜ୍ଞାନିକ ଅମିତାଭ ମହାନ୍ତି ଯୋଗଦେଇଥିଲେ। ଆଇଆଇଟିର ଗବେଷଣା ଓ ଉଦ୍ୟମିତା ପାର୍କର ସିଇଓ ଶୁଭଙ୍କର ପତି ସ୍ୱାଗତ ଭାଷଣ ପ୍ରଦାଦେଇଥିବା ବେଳେ ସତୀଶ ଏସଏଚଏଆର ଇସ୍ରୋର ଲୋକସମ୍ପର୍କ ଅଧିକାରୀ କିଶୋର କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପାଖାପାଖି ୨୫ଶହ ଦର୍ଶକ ଉପସ୍ଥିତ ଥିଲେ। 

ଅନ୍ୟପଟେ ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ଇସ୍ରୋର ଉଦ୍ଭାବନ ଏବଂ ସଫଳତାକୁ ନେଇ 'ସ୍ପେସ୍ ଅନ୍ ଦି ହ୍ୱିଲସ' ନାମକ ଏକ ମୋବାଇଲ୍ ପ୍ରଦର୍ଶନୀ ଏବଂ ସ୍ପେସ୍ ସେକ୍ଟରରେ ବ୍ୟବହୃତ ମଡେଲ ଏବଂ ଉପକରଣର ଷ୍ଟାଟିକ୍ ଫ୍ଲୋର ପ୍ରଦର୍ଶନୀ।