Matric Supplementary Exam: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୦ ଜୁନରୁ ଫର୍ମ ପୂରଣ
Advertisement
Article Detail0/zeeodisha/odisha2265473

Matric Supplementary Exam: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୦ ଜୁନରୁ ଫର୍ମ ପୂରଣ

୨ ହଜାର ୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। କୌଣସି ଗୋଟିଏ ବି ସ୍କୁଲରେ ଶୂନ୍ ରିଜେଲ୍ଟ ହୋଇନି। ମାଟ୍ରିକ ପରୀକ୍ଷାର ରେଜଲ୍ଟ ଆସିବା ସହ ବୋର୍ଡ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରୁଛନ୍ତି। ଅଫଲାଇନରେ ସାରା ରାଜ୍ୟରେ ଗୋଟିଏ ଦିନରେ ସାର୍ଟିଫିକେଟ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Matric Supplementary Exam: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୦ ଜୁନରୁ ଫର୍ମ ପୂରଣ

Matric Supplementary Exam: ଭୁବନେଶ୍ୱର: ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ । ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ ।

ତେବେ ନିଜ ମାର୍କକୁ ନେଇ ଦ୍ୱନ୍ଦ୍ୱରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଚେକିଂ ଲାଗି ସମୟ ଘୋଷଣା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ମେ ୨୯ରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ ହେବ । ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ସେହିଭଳି ମାଟ୍ରିକ ବୋର୍ଡ ପରୀକ୍ଷା ଦେଇ ପାରି ନଥିବା ଏବଂ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବୋର୍ଡ ସୁଯୋଗ ଦେବ। ଏଥିପାଇଁ ବୋର୍ଡ ପକ୍ଷରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିବା ଲାଗି ସମୟ ଘୋଷଣା ହୋଇଛି। ଜୁନ୍ ୧୦ ତାରିଖରୁ ଅନଲାଇନରେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। 

ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳର ଜିଲ୍ଲାୱାରୀ ପାସ ହାରରେ ୯୭.୯୮% ସହ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। ସେହିଭଳି ୯୩.୯୧% ପାସ୍ ହାର ସହ ପଛରେ ରହିଛି ନୂଆପଡ଼ା ଜିଲ୍ଲା। ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୪୧ ହଜାର ୬୧ ଛାତ୍ରଛାତ୍ରୀ। ସେ ଭିତରୁ ପାସ୍ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ପରୀକ୍ଷାର୍ଥୀ।