Advertisement
Article Detail0/zeeodisha/odisha2133983
Zee OdishaOdisha Education And JobOMCL Recruitment: OMCL ରେ ଚାକିରି ସୁଯୋଗ, ଦରମା ୬୭,୭୦୦, ଏବେ କରନ୍ତୁ ଆବେଦନ...

OMCL Recruitment: OMCL ରେ ଚାକିରି ସୁଯୋଗ, ଦରମା ୬୭,୭୦୦, ଏବେ କରନ୍ତୁ ଆବେଦନ...

OMCL Recruitment: ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ଚାକିରି କରିବା ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଏନେଇ OMC ତରଫରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାର ଆବେଦନ ପ୍ରକ୍ରିୟା ଅଫ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। 

OMCL Recruitment: OMCL ରେ ଚାକିରି ସୁଯୋଗ, ଦରମା ୬୭,୭୦୦, ଏବେ କରନ୍ତୁ ଆବେଦନ...

OMCL Recruitment: ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC Ltd)ରେ ଚାକିରି ଚାକିରି କରିବା ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଏନେଇ OMC ତରଫରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାର ଆବେଦନ ପ୍ରକ୍ରିୟା ଅଫ୍‌ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମ୍ୟାନେଜ୍‌ମେଣ୍ଟ୍ ଓ ଟେକ୍ନିକାଲ୍ ପାଶ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।ଆବେଦନ ପାଇଁ ଅଧିକ ସୂଚନା ଚାହୁଁଥିଲେ ଅଫିସିଆଲ୍ ୱେବ୍‌ସାଇଟ୍ https://omcltd.inକୁ ଯାଇ କିମ୍ବା  ଏହି ଲିଙ୍କ୍‌ Odisha Mining Corporation OMC Recruitment Apply For Manager Post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ ଫେବୃଆରୀ ୨୪ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Add Zee News as a Preferred Source

ଖାଲି ପଦବୀ:

ମ୍ୟାନେଜର ପଦ ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଜେନେରାଲ୍ ମ୍ୟାନେଜର୍ ପାଇଁ ୧୮ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ମେଡିକାଲ୍ ଅଫିସର ପାଇଁ ୬ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ୍ ୨୬ଟି ପୋଷ୍ଟ୍‌ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ B.E / B.Tech/ MBBS / M.sc/ M.Tech/ M.E ସମାପ୍ତ କରିଥିବା ଆବଶ୍ୟକ। ପଦବୀ ଅନୁସାରେ ୪,୧୦ ଓ ୨୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୩୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ୫୫ ବର୍ଷ ରଖାଯାଇଛି। OBC ବର୍ଗର ପ୍ରାର୍ଥୀଙ୍କ ୦୩ ବର୍ଷ କୋହଳ କରାଯାଇଥିବା ବେଳେ ST / SC / PWD/ESM ବର୍ଗର ପ୍ରାର୍ଥୀଙ୍କ ପାଇଁ ୦୫ ବର୍ଷ କୋହଳ କରାଯାଇଛି। ସେହିପରି PWD + SC / ST ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୫ ବର୍ଷ କୋହଳ କରାଯାଇଛି।

ଦରମା:

ଚୟନ ହେବା ପରେ ପ୍ରାର୍ଥୀ ମାସକୁ ୬୭,୭୦୦ଟଙ୍କା ଦରମା ପାଇବେ

About the Author