+2 Admission 2024: ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ପଢନ୍ତୁ ପୂରା ଖବର...
Trending Photos
+2 Admission 2024: ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଜୁନ୍ ୭ରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ସାମସ୍ ପୋଟାର୍ଲ ମାଧ୍ୟମରେ ନାମଲେଖା ପକ୍ରିୟା କରାଯିବ। ଚଳିତ ବର୍ଷ କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ ଓ ବାଣିଜ୍ୟରେ ୪୦ ହଜାରେ ୧୦୪ ସିଟ୍ ରହିଛି। ରାଜ୍ୟରେ ମୋଟ୍ ୨ ହଜାର ୨୨୧ ସିଟ୍ ରହିଛି। ୨୦୨୪-୨୦୨୫ ଶିକ୍ଷା ବର୍ଷ ପାଇଁ ଇ- ଆଡମିସନ୍ ପ୍ରକ୍ରିୟାର ସମସ୍ତ ବିବରଣୀ ଖୁବ୍ ଶିଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି। ନାମଲେଖା ସମ୍ପର୍କିକ ସମସ୍ତ ସୂଚନା ସାମ୍୍ସ ଓ୍ବେବସାଇଟ୍ www.samsodisha.got.inରେ ଉପଲବ୍ଧ ହେବ।
ALSO READ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!
ALSO READ:Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି
ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀ ତଥା ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଅନଲାଇନ୍ ରେ କରିବେ। ନାମଲେଖାର ସମସ୍ତ ପ୍ରକ୍ରିୟା ସାମସ ଓ୍ବେବସାଇଟ୍ ରେ କରାଯିବ। ସମସର ତଥ୍ୟ ଅନୁଯାୟୀ, ଗତବର୍ଷ ଅର୍ଥାତ୍ ୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପାଇଁ ରାଜ୍ୟ ରାଜ୍ୟରେ ୨୨୧୬ କଲେଜକୁ ସାମିଲ୍ କରାଯାଇଥିଲା। କଳାରେ ୨ ଲକ୍ଷ ୯୪ ହଜାର ୬୧୯ ସିଟ୍, ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ ସିଟ୍, ବାଣିଜ୍ୟରେ ୪୦ ହଜାର ୧୦୬ ଏବଂ ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪, ସିଟ୍ ରହିଥିଲା। ମୋଟ୍ ୫ ଲକ୍ଷ ୨୪ ହଜାର ୫୩୦ ସିଟ୍ ଥିଲା। ଏଥିରୁ ୪ ଲକ୍ଷ ୧୪ ହଜାର ୧୭୨ ସିଟ୍ ରେ ନାମଲେଖା ହୋଇଥିବା ବେଳେ ୧ ଲକ୍ଷ ୧୦ ହଜାର ୧୭୮ ସିଟ୍ ଖାଲି ପଡିଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ବର୍ଷ ମାତ୍ର ୧୧୧୫ ସିଟ୍ ବଢିଛି। ମୋଟ୍ ୫ ଲକ୍ଷ ୨୫ ହଜାର ୪୬୫ ସିଟ୍ ରେ ନାମଲେଖା ହେବ।