Advertisement
Article Detail0/zeeodisha/odisha2484987

ଓଏଏସ୍‍ ପ୍ରିଲିମ୍‍ ସ୍ଥଗିତ, ୭ ଦିନ ପରେ ଜଣାପଡ଼ିବ କେବେ ହେବ

OPSC OAS Exam Postponed: ଅତି ପ୍ରଭାବଶାଳୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ  ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଥିଲା।

OPSC Postponed OAS Prelim due to Cyclone Dana
OPSC Postponed OAS Prelim due to Cyclone Dana

ଭୁବନେଶ୍ୱର: ଅତି ପ୍ରଭାବଶାଳୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ  ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଥିଲା। ଏବେ କେଉଁ ତାରିଖରେ ପରୀକ୍ଷା ହେବ ତାହା ଆସନ୍ତା ୭ ଦିନ ଭିତରେ ଜଣାପଡ଼ିବ ବୋଲି ଓପିଏସ୍‍ସି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏଥିଲାଗି ପ୍ରାର୍ଥୀଙ୍କୁ ଓପିଏସ୍‍ସିର ୱେବସାଇଟ୍‍ opsc.gov.in କୁ ଦେଖିବା ଲାଗି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

ଆସନ୍ତା କାଲି ମଧ୍ୟରାତ୍ରୀରେ ଏହି ଘୂର୍ଣ୍ଣିବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ। ଧାମରା ଏବଂ ଭିତରକନିକ ମଧ୍ୟରେ ଏହି ଲ୍ୟାଣ୍ଡଫଳ ହେବ। ଏହି ସମୟରେ ପବନର ଗତି ୧୧୦ କିଲୋମିଟରରୁ ଅଧିକ ରହିବା ଆଶଙ୍କା କରାଯାଇଛି। ପ୍ରଭାବରେ ଉପକୂଳ ଓଡ଼ିଶାରେ ଦୁଇଦିନ ଯାଏ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଏଣୁ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବା ଆଶଙ୍କା ମଧ୍ୟ ରହିଛି। 

fallback

Add Zee News as a Preferred Source

ସମ୍ଭାବ୍ୟ କ୍ଷତିକୁ କମ୍‍ କରିବା ଲାଗି ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଉଦ୍ଧାର ଓ ରିଲିଫ୍‍ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଜରୁରୀ କାମ ନଥିଲେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।  ସ୍କୁଲ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି।

About the Author