IAS Animesh Pradhan: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ଉତ୍ତରାଖଣ୍ଡ ମସୁରୀରେ ସ୍ଥିତ ଜାତୀୟ ପ୍ରଶାସନିକ ଏକାଡେମୀରେ ଅନିମେଶ ପ୍ରଧାନ ଆଇଏଏସ ଟ୍ରେନିଂ ନେଉଛନ୍ତି ।
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି
ଉତ୍ତରାଖଣ୍ଡ ମସୁରୀରେସ୍ଥିତ ଜାତୀୟ ପ୍ରଶାସନିକ ଏକାଡେମୀରେ ଅନିମେଶ ପ୍ରଧାନ ଆଇଏଏସ ଟ୍ରେନିଂ ନେଉଛନ୍ତି
ତାଲିମ ସରିଲା ପରେ ସେ ଓଡ଼ିଶା ଆସି କାର୍ଯ୍ୟରେ ଯୋଗଦେବେ
ସେହିପରି ୨୪ ନଂବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦ ଗିରି ମଧ୍ୟ ଓଡ଼ିଶାରେ ତାଙ୍କର ପ୍ରଶାସନିକ ସେବା କରିବେ। ତାଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି।
ସର୍ବଭାରତୀୟ ପ୍ରଶାସନିକ ସେବା UPSC ୨୦୨୩ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଅନିମେଶ।
ଆଦିତ୍ୟ ଶ୍ରୀବାସ୍ତବ IAS ଟପ୍ପର ହୋଇଥିଲେ।
ଏହି ସଫଳତା ପାଇବା ପାଇଁ ଅନିମେଶ ଯେଉଁ ତ୍ୟାଗ ଓ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ମାଆଙ୍କର କ୍ୟାନ୍ସର ଟ୍ରିଟମେଣ୍ଟ ଭିତରେ ସମୟ ବାହାର କରି ପାଠ ପଢ଼ିବା ଏବଂ ରେଜଲ୍ଟ ବାହାରିବାର ଠିକ୍ ଗୋଟେ ମାସ ପୂର୍ବରୁ ମାଆଙ୍କ ଦେହାନ୍ତ ତାଙ୍କ ପାଇଁ ସବୁଠୁ କଠିନ ସମୟ ଥିଲା।
ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ୟୁପିଏସି ଅନ୍ୟତମ ।
ट्रेन्डिंग फोटोज़