PNB Recruitment 2023: ୨୪୦ ସ୍ପେଶିଆଲିଷ୍ଟ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1727122

PNB Recruitment 2023: ୨୪୦ ସ୍ପେଶିଆଲିଷ୍ଟ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

Punjab National Bank Jobs 2023: ଏସଓ ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ୧୧ ଜୁନ୍ ପୂର୍ବରୁ ଆବେଦନ କରିବା ଆବଶ୍ୟକ। 

 

PNB Recruitment 2023: ୨୪୦ ସ୍ପେଶିଆଲିଷ୍ଟ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

PNB SO Recruitment 2023: ସ୍ପେଶିଆଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ପିଏନବି ଅଫିସିଆଲ୍ ୱେବସାଇଟ୍ pnbindia.in ପରିଦର୍ଶନ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ପିଏନବି ଏସଓ  ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ପଦ ପାଇଁ ପ୍ରାର୍ଥୀ ଜୁନ୍ ୧୧ ତାରିଖ ପୂର୍ବରୁ ଆବେଦନ କରିବା ଆବଶ୍ୟକ। 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଯୁକ୍ତି ବିବରଣୀ

  • ମୋଟ ପଦବୀ ସଂଖ୍ୟା: ୨୪୦
  • ଅଫିସର-କ୍ରେଡିଟ୍ ପଦବୀ ସଂଖ୍ୟା: ୨୦୦
  • ଅଫିସର-ଇଣ୍ଡଷ୍ଟ୍ରି ପଦବୀ ସଂଖ୍ୟା: ୮
  • ଅଫିସର-ସିଭିଲ୍ ଇଞ୍ଜିନିୟର ପଦବୀ ସଂଖ୍ୟା: ୫
  • ଅଫିସର-ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ପଦବୀ ସଂଖ୍ୟା: ୪
  • ଅଫିସର-ଆର୍କିଟେକ୍ ପଦବୀ ସଂଖ୍ୟା: ୧
  • ଅଫିସର- ଇକୋନୋମିକ୍ସ ପଦବୀ ସଂଖ୍ୟା: ୬
  • ମ୍ୟାନେଜର ଇକୋନୋମିକ୍ସ ପଦବୀ ସଂଖ୍ୟା: ୪ 
  • ମ୍ୟାନେଜର-ଡାଟା ସାଇଣ୍ଟିଷ୍ଟ୍ ପଦବୀ ସଂଖ୍ୟା: ୩
  • ସିନିୟର ମ୍ୟାନେଜର୍-ଡାଟା ସାଇଣ୍ଟିଷ୍ଟ୍ ପଦବୀ ସଂଖ୍ୟା: ୨ 
  • ମ୍ୟାନେଜର-ସାଇବର ସିକ୍ୟୁରିଟି ପଦବୀ ସଂଖ୍ୟା: ୪
  • ସିନିୟର ମ୍ୟାନେଜର-ସାଇବର ସିକ୍ୟୁରିଟି ପଦବୀ ସଂଖ୍ୟା: ୩

Also Read: RBI Recruitment 2023: ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦ ପାଇଁ ବାହାରିଲା ନିଯୁକ୍ତି; ଶୀଘ୍ର କରନ୍ତୁ ଆବେଦନ

ଶିକ୍ଷାଗତ ଯୋଗ୍ୟତା 
ଉପରୋକ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାନରୁ ସ୍ନାତକୋ କିମ୍ବା  ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା
ବୟସ ସୀମା ବିଭିନ୍ନ ପଦବୀ ଲାଗି ଲାଗି ଭିନ୍ନ ରହିଛି। ପ୍ରାର୍ଥୀ ଅଧିକ ବିବରଣୀ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଯାଞ୍ଚ କରିପାରିବେ।

Also Read: UPSC Exam 2023: ଆସନ୍ତାକାଲି ୟୁପିଏସସି ସିଭିଲ୍ ସର୍ଭିସେସେ ପ୍ରିଲିମସ୍ ପରୀକ୍ଷା; ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଜାଣନ୍ତୁ

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା 
  • ଅନଲାଇନ୍ ପରୀକ୍ଷା 
  • ବ୍ୟକ୍ତିଗତ ସାକ୍ଷାତକାର

Also Read: CUET Exam 2023: ଜାରି ହେଲା ସିୟୁଇଟି ପରୀକ୍ଷା କେନ୍ଦ୍ର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଆବେଦନ ଶୁଳ୍କ

  • ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ PwBD ବର୍ଗର ପ୍ରାର୍ଥୀ: ୫୯ ଟଙ୍କା
  • ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀ: ୧୧୮୦ ଟଙ୍କା