Odisha Govt Job: OSSC ପକ୍ଷରୁ ନିଯୁକ୍ତି ସୁଯୋଗ , ଆଜିହିଁ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1956287

Odisha Govt Job: OSSC ପକ୍ଷରୁ ନିଯୁକ୍ତି ସୁଯୋଗ , ଆଜିହିଁ କରନ୍ତୁ ଆବେଦନ

Odisha Govt Jobs 2023: ଚାକିରି ଆଶାରେ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର (Odisha Govt)। କାହିଁକିନା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ଆସିଛି। ଯାହା ଦ୍ବାରା ଶହଶହ ଲୋକେ ନିଯୁକ୍ତି ପାଇ ପାରିବେ। 

Odisha Govt Job: OSSC ପକ୍ଷରୁ ନିଯୁକ୍ତି ସୁଯୋଗ , ଆଜିହିଁ କରନ୍ତୁ ଆବେଦନ

Odisha Govt Jobs 2023: ଚାକିରି ଆଶାରେ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର (Odisha Govt)। କାହିଁକିନା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ଆସିଛି। ଯାହା ଦ୍ବାରା ଶହଶହ ଲୋକେ ନିଯୁକ୍ତି ପାଇ ପାରିବେ।  ନିକଟରେ, ଓଏସଏସସି (OSSC) ପକ୍ଷରୁ ବହୁ ପଦ ପାଇଁ ଚାକିରି ବାହାରିଥିବା ବେଳେ ତା’ର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଆଶାୟୀଙ୍କ ପାଇଁ ପୁଣି ବାହାରିଛି ଅନେକ ପଦ । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ  ଚାହୁଁଛୁ ଯେ, ମୋଟ ୧୨୪ଟି ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ୧୮ (ନଭେମ୍ବର ମାସ ୧୮) ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହେବ । ଅନଲାଇନ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ଡିସେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ରହିଛି ।  ଆଶାୟୀମାନେ ଡିସେମ୍ବର ମାସ ୨୧ରୁ ୨୩ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ସଂଶୋଧନ କରିପାରିବେ।

ବିଶେଷ କରି, ଓଏସଏସସି (OSSC) ପକ୍ଷରୁ ଜାରି ହୋଇଥିବା ନିଯୁକ୍ତି ବିଜ୍ଞପ୍ତିରେ ଆଶାୟୀମାନେ ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଆଜି ହିଁ କରନ୍ତୁ ଆବେଦନ:

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx