ଅଷ୍ଟମ ପାସଙ୍କୁ ନିଯୁକ୍ତି ଦେଉଛି ଏହି ସରକାରୀ କମ୍ପାନୀ; ଶୀଘ୍ର କରନ୍ତୁ ଆବେଦନ
Advertisement

ଅଷ୍ଟମ ପାସଙ୍କୁ ନିଯୁକ୍ତି ଦେଉଛି ଏହି ସରକାରୀ କମ୍ପାନୀ; ଶୀଘ୍ର କରନ୍ତୁ ଆବେଦନ

SECL ବିଭିନ୍ନ ଅପରେଟର ପଦବୀରେ ନିଯୁକ୍ତି ଦେବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି । ଧ୍ୟାନ ଦିଅନ୍ତୁ ଯେ ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ମଇ ୨୦୨୨ ରହିଛି ।

(ଫାଇଲ ଫଟୋ)

SECL Recruitment 2022: ସାଉଥ୍ ଇଷ୍ଟର୍ନ କୋଇଲଫିଲ୍ଡସ୍ ଲିମିଟେଡ୍, SECL ବିଭିନ୍ନ ଅପରେଟର ପଦବୀରେ ନିଯୁକ୍ତି ଦେବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି । ଧ୍ୟାନ ଦିଅନ୍ତୁ ଯେ ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୩ ମଇ ୨୦୨୨ ରହିଛି । ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କୁ ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ଆବେଦନ କରିବାକୁ ପଡିବ । ୨ ମେ'ରେ ଏହିସବୁ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ମୋଟ ୪୪୦ ଟି ପଦବୀରେ ନିଯୁକ୍ତି ଦିଆଯିବ । ଯେଉଁଥିରେ ଡମ୍ପର ଅପରେଟରର ୩୫୫ ଟି ପୋଷ୍ଟ, ୬୪ ଟି ଡୋଜର ଅପରେଟର ଏବଂ ୨୧ ଟି ଲୋଡର ଅପରେଟର ପୋଷ୍ଟ ସାମିଲ ରହିଛି ।

ଶିକ୍ଷାଗତ ଯୋଗ୍ୟତା 
ଅଷ୍ଟମ ପାସ୍ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଆହୁରି ମଧ୍ୟ, ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାଧ୍ୟତାମୂଳକ ଅଟେ । ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ସମ୍ବନ୍ଧରେ ଅଧିକ ସୂଚନା ପାଇଁ, ନିଯୁକ୍ତି ବିଜ୍ଞପ୍ତି ଦେଖନ୍ତୁ । ଏଠାରେ କ୍ଲିକ୍ କରି ବିଜ୍ଞପ୍ତି ଦେଖି ପାରିବେ ।

ଚୟନ ପ୍ରକ୍ରିୟା
ଟ୍ରେଡ଼ ଟେଷ୍ଟ ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଯାହାର ତାରିଖ ପରେ ୱେବସାଇଟରେ ସେୟାର କରାଯିବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ଆରମ୍ଭ ତାରିଖ - ୨ ମେ' ୨୦୨୨
ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ- ୨୩ ମେ' ୨୦୨୨ 
ମେଲ ମାଧ୍ୟମରେ ଆବେଦନ ଫର୍ମ କପି ଦାଖଲ କରିବାର ଶେଷ ତାରିଖ - ୩୦ ମେ' ୨୦୨୨ 

ଏହା ବି ପଢ଼ନ୍ତୁ: ପାକିସ୍ତାନରେ ପହଞ୍ଚିଲା ବୁଲଡୋଜର ରାଜନୀତି! ଇମ୍ରାନଙ୍କ ରାଲିରେ ଶାହବାଜଙ୍କ ଆକ୍ସନ

ଏହା ବି ପଢ଼ନ୍ତୁ: ଶରୀରରେ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିବାକୁ ଚାହୁଛନ୍ତି କି? ତେବେ ଖାାଆନ୍ତୁ ଏହି ସବୁ ଖାଦ୍ୟ!