SSC GD Constable 2024: ଅପେକ୍ଷାର ହେଲା ଅନ୍ତ, ଆଜିଠାରୁ ଆରମ୍ଭ ହେବ GD କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନ, ପଢ଼ନ୍ତୁ ସବୁ ଅପଡେଟ୍
Advertisement

SSC GD Constable 2024: ଅପେକ୍ଷାର ହେଲା ଅନ୍ତ, ଆଜିଠାରୁ ଆରମ୍ଭ ହେବ GD କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନ, ପଢ଼ନ୍ତୁ ସବୁ ଅପଡେଟ୍

SSC GD Constable 2024: ଏହି ପଦବୀ ପାଇଁ ଆବେଦନ କରିବାକୁ ୨୯ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ସମୟ ଦିଆଯିବ । ସମୁଦାୟ କେତେ ପଦବୀ ନିଯୁକ୍ତ ହେବ? ଏହା ସହିତ, SSC GD କନଷ୍ଟେବଲ୍ ୨୦୨୪ ନିଯୁକ୍ତି ସହିତ ଜଡିତ ଅନ୍ୟାନ୍ୟ ନିୟମ କ’ଣ ହେବ? ପ୍ରାର୍ଥୀମାନେ ସୂଚନା ପ୍ରକାଶ ପାଇବା ପରେ ହିଁ ଏହି ସମସ୍ତ ସୂଚନା ପାଇପାରିବେ । ପ୍ରାର୍ଥୀମାନଙ୍କୁ ପୋର୍ଟାଲ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

SSC GD Constable 2024

SSC GD 2024 Constable Recruitment 2023: ଏସଏସସି ଜିଡି କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଅପେକ୍ଷା ଆଜି ଶେଷ ହେବାକୁ ଯାଉଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPFs) ଓ NIA ରେ GD କନଷ୍ଟେବଳ ପଦବୀ ପୂରଣ ପାଇଁ ଆୟୋଗ ଆଜି ୨୪ ନଭେମ୍ବର ୨୦୨୩ ରେ ବିଜ୍ଞପ୍ତି ପ୍ରକାଶ କରିବ । ସରକାରୀ ସୂଚନା ପ୍ରକାଶ ପାଇବା ମାତ୍ରେ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ssc.nic.in ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ ।

ଏହି ତାରିଖ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ 
ପ୍ରାର୍ଥୀମାନଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ୨୮ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସମୟ ଦିଆଯିବ । ସମୁଦାୟ କେତେ ପଦବୀ ନିଯୁକ୍ତ ହେବ? ଏହା ସହିତ, ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ନିୟମ କ’ଣ ହେବ? ପ୍ରାର୍ଥୀମାନେ ସୂଚନା ପ୍ରକାଶ ପାଇବା ପରେ ହିଁ ଏହି ସମସ୍ତ ସୂଚନା ପାଇପାରିବେ ।

ପ୍ରଥମେ ଲିଖିତ ପରୀକ୍ଷାରେ ହାଜର ହେବାକୁ ପଡିବ 
GD କନଷ୍ଟେବଳ 2024 ପଦବୀ ପୂରଣ ପାଇଁ SSC ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରିବ । ଏହା ଅଧୀନରେ ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷାରେ ହାଜର ହେବାକୁ ପଡ଼ିବ । ଲିଖିତ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା (PET) ଓ PST ପାଇଁ ହାଜର ହେବାକୁ ପଡ଼ିବ । ଏହା ପରେ ଡାକ୍ତରୀ ପରୀକ୍ଷା କରାଯିବ ।

ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବ ପରୀକ୍ଷା 
ଫେବୃଆରୀ-ମାର୍ଚ୍ଚରେ SSC GD କନଷ୍ଟେବଳ 2024 ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯିବ । ଏହି ପରୀକ୍ଷା ଫେବୃଆରୀ 20, 21, 22, 23, 24, 26, 27, 28, 29 ଏବଂ ମାର୍ଚ୍ଚରେ 1, 5, 6, 7, 11, 12, 2024 ରେ କରାଯିବ ।

SSC GD କନଷ୍ଟେବଳ ନିଯୁକ୍ତି ପାଇଁ କିପରି କରିବେ ଆବେଦନ 
ପ୍ରଥମେ ଆୟୋଗର ଅଫିସିଆଲ୍ ୱେବସାଇଟ୍ ssc.nic.in ଭିଜିଟ୍ କରନ୍ତୁ ଷ ଏହା ପରେ, ହୋମପେଜରେ 'ଅପ୍ଲାଇ' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ GD କନଷ୍ଟେବଳ ନିଯୁକ୍ତି ଆବେଦନ ଲିଙ୍କକୁ ଯାଆନ୍ତୁ, ଏହାପରେ 2024 ପରୀକ୍ଷା ପାଇଁ ଆବେଦନ ଲିଙ୍କ୍ ଖୋଲନ୍ତୁ । ଏହାପରେ ପଞ୍ଜିକରଣ କରନ୍ତୁ । ବର୍ତ୍ତମାନ ଲଗ୍ଇନ୍ କରନ୍ତୁ ଓ ଆବେଦନ ଫର୍ମ ପୂରଣ କରନ୍ତୁ । ଥରେ ଆପଣ ଫର୍ମ ପୂରଣ କରିସାରିବା ପରେ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ । ବର୍ତ୍ତମାନ ପରୀକ୍ଷା ଫି ସହିତ ଆପଣଙ୍କର ଫର୍ମ ସବମିଟ୍ କରନ୍ତୁ ।